କବିସୂର୍ଯ୍ୟନଗର ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ
Advertisement
Article Detail0/zeeodisha/odisha2382225

କବିସୂର୍ଯ୍ୟନଗର ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ

Chairman voting: ଆଶାୟୀ ପ୍ରାର୍ଥୀ ଅଗଷ୍ଟ ୨୨ରେ ନାମାଙ୍କନପତ୍ର ଦାଖଲ କରିବେ ଏବଂ ସେହିଦିନ ଦରକାର ପଡ଼ିଲେ ମତଦାନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

କବିସୂର୍ଯ୍ୟନଗର ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ

ଭୁବନେଶ୍ବର: କବିସୂର୍ଯ୍ୟନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ ରହିଛି। ଏବେ ନିର୍ବାଚନ ନକରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଅନ୍ୟ କିଛି ପଂଚାୟତ ସମିତିରେ ଅଧ୍ୟକ୍ଷ ନିର୍ବାଚନ ସହ କବିସୂର୍ଯ୍ୟନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି ବାହାରିଥିଲା। ତେବେ ହାଇକୋର୍ଟଙ୍କ ରୋକ୍‌ ଥିବାରୁ ଏବେ ନିର୍ବାଚନ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

ଅନ୍ୟପଟେ ଆସନ୍ତା ୨୨ ତାରିଖରେ ହେବ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ। ୬ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ସହ ଗୋଟିଏ ଉପାଧ୍ୟକ୍ଷ ପଦବୀ ପାଇଁ ହେବ ଉପନିର୍ବାଚନ। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। 

କବିସୂର୍ଯ୍ୟନଗର, ଖଲିକୋଟ, କୁକୁଡ଼ାହାଣ୍ଡି, ନର୍ଲା, ରାଇଘର, ଭାପୁରର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ ହେବ ବୋଲି ବିଜ୍ଞପ୍ତରେ ପ୍ରକାଶ ପାଇଥିଲା। ହେଲେ ଏଥିରୁ କବିସୂର୍ଯ୍ୟନଗରକୁ ସ୍ଥଗିତ ରଖାଯାଇଛି। 

ସେହିପରି ବୌଦ୍ଧ ହରଭଙ୍କା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ କରାଯିବ। ଆଶାୟୀ ପ୍ରାର୍ଥୀ ଅଗଷ୍ଟ ୨୨ରେ ନାମାଙ୍କନପତ୍ର ଦାଖଲ କରିବେ ଏବଂ ସେହିଦିନ ଦରକାର ପଡ଼ିଲେ ମତଦାନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। 

ସେହିପରି କଳାହାଣ୍ଡି ଜିଲ୍ଲାର ନର୍ଲା, ନବରଙ୍ଗପୁର ଜିଲ୍ଲାର ରାଇଘର ଏବଂ ନୟାଗଡ଼ ଜିଲ୍ଲାର ଭାପୁର ଅଧ୍ୟକ୍ଷ ପଦ ପାଇଁ ବି ହେବ ଉପନିର୍ବାଚନ। ତେବେ ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତସମିତିରେ ଉପାଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଇଛି ରାଜ୍ୟ ନିର୍ବାଚନ କମିଶନଙ୍କ ଅଫିସ। ଚଳିତ ମାସ ୨୨ ତାରିଖରେ ନାମାଙ୍କନ ଦାଖଲ ହେବ ଏବଂ ଦରକାର ପଡ଼ିଲେ ମତଦାନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।