ପାରିତ ହେଲା ଓଡ଼ିଶା ବଜେଟ୍‍, ବିରୋଧି ଦଳକୁ ଧୋଇଲେ ମୁଖ୍ୟମନ୍ତ୍ରୀ, ନଜର ପକାନ୍ତୁ ହାଇଲାଇଟ୍ସ
Advertisement
Article Detail0/zeeodisha/odisha2424189

ପାରିତ ହେଲା ଓଡ଼ିଶା ବଜେଟ୍‍, ବିରୋଧି ଦଳକୁ ଧୋଇଲେ ମୁଖ୍ୟମନ୍ତ୍ରୀ, ନଜର ପକାନ୍ତୁ ହାଇଲାଇଟ୍ସ

ଆଜି ୯୧ ଦିନରେ ଉପନୀତ ମୋହନ ମାଝିଙ୍କ ନେତୃତ୍ୱାଧୀନ ସରକାର  ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍‍ ପାରିତ କରିଛନ୍ତି। ବିଧାନସଭାରେ ଏଥିଲାଗି ବିଧେୟକ ଉପସ୍ଥାପନ କରିବା ବେଳେ ସେ ଯେଉଁ ବକ୍ତବ୍ୟ ରଖିଛନ୍ତି ସେଥିରେ ପୂର୍ବ ସରକାରଙ୍କ ଅପରାଗତା ତଥା ବର୍ତ୍ମାନର ବିରୋଧୀ ଦଳର ସମାଲୋଚନାକୁ କଡ଼ା ଜବାବ ଦିଆଯାଇଛି। 

ପାରିତ ହେଲା ଓଡ଼ିଶା ବଜେଟ୍‍, ବିରୋଧି ଦଳକୁ ଧୋଇଲେ ମୁଖ୍ୟମନ୍ତ୍ରୀ, ନଜର ପକାନ୍ତୁ ହାଇଲାଇଟ୍ସ

ଭୁବନେଶ୍ୱର: ଆଜି ୯୧ ଦିନରେ ଉପନୀତ ମୋହନ ମାଝିଙ୍କ ନେତୃତ୍ୱାଧୀନ ସରକାର  ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍‍ ପାରିତ କରିଛନ୍ତି। ବିଧାନସଭାରେ ଏଥିଲାଗି ବିଧେୟକ ଉପସ୍ଥାପନ କରିବା ବେଳେ ସେ ଯେଉଁ ବକ୍ତବ୍ୟ ରଖିଛନ୍ତି ସେଥିରେ ପୂର୍ବ ସରକାରଙ୍କ ଅପରାଗତା ତଥା ବର୍ତ୍ମାନର ବିରୋଧୀ ଦଳର ସମାଲୋଚନାକୁ କଡ଼ା ଜବାବ ଦିଆଯାଇଛି। 

ଆସନ୍ତୁ ନଜର ପକାଇବା ଏହି ଅଭିଭାଷଣର କିଛି ପ୍ରମୁଖ ବିନ୍ଦୁ ଉପରେ
 
1. ଜୁଲାଇ ମାସ ୨୫ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହୋଇଥିଲା।

2. ୩୧ ଜୁଲାଇ, ୨୦୨୪ ରେ ୨୦୨୪-୨୫ ଆର୍ଥିକ ବର୍ଷର ପୁର୍ଣ୍ଣାଙ୍ଗ ବଜେଟରୁ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସରକାରଙ୍କ ଆବଶ୍ୟକୀୟ ଖର୍ଚ୍ଚ ଭରଣା ପାଇଁ ଏକ ଲେଖାନୁଦାନ ବିନିଯୋଗ ବିଧେୟକ ଏ ପବିତ୍ର ଗୃହରେ  ଅନୁମୋଦିତ ହୋଇଥିଲା। 

3. ଅଗଷ୍ଟ ମାସ ୨୦ ତାରିଖ ଠାରୁ ସେପ୍ଟେମ୍ବର ମାସ ୬ ତାରିଖ ମଧ୍ୟରେ ଗୃହରେ ବିଭିନ୍ନ ଦାବୀ ଗୁଡିକ ଉପରେ ବିସ୍ତୃତ ଆଲୋଚନା ହୋଇଛି।  

4. ବଜେଟ ଆଗତ ପରେ ଏହି ବଜେଟ ପ୍ରସ୍ତାବକୁ ବିଭିନ୍ନ ଷ୍ଟାଣ୍ଡିଂ କମିଟି ନିରୀକ୍ଷଣ କରିଛନ୍ତି।  

5. ଏହି ବଜେଟରେ ଏକ ‘ବିକଶିତ ଓଡ଼ିଶା’ ଗଠନର ସ୍ଵପ୍ନକୁ ସାକାର  କରିବା ପାଇଁ ପରିବର୍ତ୍ତନ, ବିକାଶ, ସୁଶାସନ ଏବଂ ଓଡିଆ ଅସ୍ମିତା ଉପରେ ଗୁରୁତ୍ଵ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ୨୦୩୬ର ଓଡ଼ିଶା ପାଇଁ ମୂଳଦୁଆ ପଡ଼ିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି। 

6. ରାଜ୍ୟର ବିକାଶରେ ଜନ ମତକୁ ଗୁରୁତ୍ୱ। ୧୨ ହଜାର ସାଧାରଣ ଜନତା ତାଙ୍କ ପରାମର୍ଶ ଦେଇଛନ୍ତି।  ଯାହାକି ଗତ ବର୍ଷ ତୁଳନାରେ ୬ ଗୁଣ ଅଧକ। 

7. ହେଲା ବଜେଟର କଳେବର ଏବଂ ବିତ୍ତୀୟ ଭଳିମାପଦଣ୍ଡରେ ୨୦୨୪-୨୫ ର ବଜେଟ ପ୍ରସ୍ତାବ ଶତ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଛି। ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ବଜେଟ୍ ଅଟକଳ ହୋଇଅଛି, ଯାହାକି ବିଗତ ବର୍ଷର ବଜେଟ୍ ଅଟକଳ ଠାରୁ ପ୍ରାୟ ୧୫ ପ୍ରତିଶତ ଅଧିକ।

8. ଏଥିରେ କାର୍ଯ୍ୟକ୍ରମ ବ୍ୟୟ ୧ ଲକ୍ଷ ୫୫ ହଜାର କୋଟି ଟଙ୍କା ଆକଳନ କରାଯାଇଛି ଯାହାକି ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୨୪ ପ୍ରତିଶତ ଅଧିକ। ପୁଞ୍ଜି ବ୍ୟୟ ବାବଦକୁ ୫୮ ହଜାର ୧ ଶହ ୯୫ କୋଟି ଟଙ୍କା ଅଟକଳ ହୋଇଛି ଯାହାକି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ (GSDP) ର ୬ ଦଶମିକ ୩ ପ୍ରତିଶତ। 

9. ବିତ୍ତୀୟ ନିଅଣ୍ଟ ହେଉଛି ବଜେଟର ଏକ ଗୁରୁତ୍ଵପୂର୍ଣ୍ଣ ମାପକାଠି। ୨୦୨୪-୨୫ ବିତ୍ତୀୟ ବର୍ଷ ପାଇଁ ଏହି ନିଅଣ୍ଟ ମାତ୍ର ୩୨ ହଜାର ୪୦୩ କୋଟି ଟଙ୍କାରେ ରହିଛି ଯାହା  ରାଜ୍ୟ ସକଳ ଘରୋଇ ଉତ୍ପାଦର ୩.୫ ପ୍ରତିଶତ ମଧ୍ୟରେ ରହିଛି, ଯାହା ଏକ ସୁସ୍ଥ ଅର୍ଥନୀତିର ସ୍ଵାକ୍ଷର ବହନ କରୁଛି।
   
10. ଲୋକଙ୍କ ସରକାର ବୋଲି ପ୍ରତିପାଦନ କରିବାକୁ ଯାଇ ପ୍ରତମ କ୍ୟାବିନେଟରେ ଧାନ କ୍ରୟ ପାଇଁ ସହାୟକ ମୂଲ୍ୟକୁ ୩୧୦୦ ଟଙ୍କାକୁ ବୃଦ୍ଧି କଲେ ସରକାର। ପୂର୍ବତନ ମୁଖ୍ୟମନ୍ତ୍ରୀ ସୋହେଲା ଠାରେ ଧାନ କ୍ରୟ ଉପରେ ଏକ ସହ (୧୦୦ ଟଙ୍କା) ବୋନସ ଦେବା ପାଇଁ କହି ଆସିଥିଲେ। କାର୍ଯ୍ୟକାଳ ସରିଗଲା, ଟଙ୍କାଟିଏ ମଧ୍ୟ ଦେଇପାରିନଥିଲେ।  

11. 5 T ନାଁରେ ସ୍କୁଲ ରୂପାନ୍ତରଣର ନାଟକ ଚାଲିଥିଲା । ଏହାର ହିସାବ କିତାବ ହେବ। ଗ୍ରାମପଞ୍ଚାୟତ ସ୍ତରରେ ଗୋଟିଏ ଲେଖାଏଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହେବ।। ପ୍ରଥମ ପର୍ଯ୍ୟାୟରେ ୫୦୦ ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ ଏବଂ ପରବର୍ତ୍ତୀ କାଳରେ ଏହା ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ କରାଯିବ।  

12. ଓଡିଶା ପରି ଏକ ରାଜ୍ୟରେ ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇବା ସରକାରଙ୍କ ପ୍ରଥମ ଦାୟିତ୍ଵ। କିନ୍ତୁ, ବିଗତ ପାଞ୍ଚ ବର୍ଷରେ ବିଶ୍ଵସ୍ତରୀୟ  ସ୍ୱାସ୍ଥ୍ୟ ସେବା ନାଁରେ ଯେଉଁ ପ୍ରକାର ପ୍ରହସନ ଚାଲିଥିଲା, ସ୍ୱାସ୍ଥ୍ୟ ସେବା କେବଳ ଟିଭି ଓ ସୋଶାଲ ମିଡିଆରେ ରେ ସୀମିତ ଥିଲା।  

13. ଗତ ସରକାର ମହିଳାଙ୍କୁ କେବଳ ଏକ ଭୋଟ ବ୍ଯାଙ୍କ ଭାବେ ବ୍ୟବହାର କରିଥିଲେ। ମହିଳା ସଶକ୍ତିକରଣ ନାଁରେ କେବଳ ସେମାନଙ୍କ ଆତ୍ମସମ୍ମାନ ସହିତ ଖେଳିଛନ୍ତି।

14. ଏଥର ବଜେଟରେ ମହିଳା ମାନଙ୍କ  ପାଇଁ ୭୫ ହଜାର ୬୨୨ କୋଟି ୯୧ ଲକ୍ଷ ୭୫ ହଜାର ଟଙ୍କା ଖର୍ଚ୍ଚ ହେବ ଯାହା ଗତ ବର୍ଷ ତୁଳନାରେ ୧୧ ହଜାର କୋଟି ଟଙ୍କାରୁ ବି ଉର୍ଦ୍ଧ୍ଵ। ଏଥରୁ ମହିଳାଙ୍କ ପ୍ରତି ଆମ ସରକାରଙ୍କ ଆନ୍ତରିକତା ସହଜରେ ଅନୁମେୟ।  

15. ଅନ୍ନଦାତା ହେଉଛନ୍ତି ଆମର ମେରୁଦଣ୍ଡ। କୃଷକମାନଙ୍କ ସଶକ୍ତିକରଣ ନିମନ୍ତେ ଅନେକ ଅଭିନବ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେଉଛି। ଚଳିତ ବର୍ଷର କୃଷି ବଜେଟର କଳେବର ୩୩ ହଜାର ୯ ଶହ ୧୯ କୋଟି ଟଙ୍କା ଯାହା ଗତ ବର୍ଷ ତୁଳନାରେ ପ୍ରାୟ ୯ ହଜାର ୧୦୦ କୋଟି ଟଙ୍କା ଅଧିକ।
 
16. ଆମେ ୨୦୨୯ ସୁଦ୍ଧା ରାଜ୍ୟକୁ ୨ ଲକ୍ଷ ୫୦ ହଜାର କୋଟି ଟଙ୍କାରୁ ଅଧିକ ଘରୋଇ ପୁଞ୍ଜିନିବେଶ ଏବଂ ୨ ବିଲିୟନ ଡଲାରରୁ ଅଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ  ଆଣିବା ପାଇଁ ଯୋଜନା କରୁଛନ୍ତି ସରକାର।

Also Read- ବିଜୁଳି ବିଲ୍ ଉପରେ 'ଦୁଗ୍ଧ ଟ୍ୟାକ୍ସ' ଲାଗୁ ହେବ ! ୟୁନିଟ୍ ପିଛା ଦେବାକୁ ପଡିବ ଏତିକି ପଇସା, ପଢ଼ନ୍ତୁ ପୂରା ଖବର