୪ ଜଣଙ୍କୁ ପିଟିଲା ଦ୍ରୁତଗାମୀ ଟ୍ରକ
Advertisement
Article Detail0/zeeodisha/odisha2194197

୪ ଜଣଙ୍କୁ ପିଟିଲା ଦ୍ରୁତଗାମୀ ଟ୍ରକ

ଦୁର୍ଘଟଣା ପରେ ଟ୍ରକଟି ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ରସୁଲଗଡ଼ରେ ଧରାପଡ଼ିଥିଲା। ତେବେ ଟ୍ରକଟିକୁ ସହିଦନଗର ପୋଲିସ ଜବତ କରିବା ସହିତ ଚାଳକକୁ ଅଟକ ରଖିଛି। 

୪ ଜଣଙ୍କୁ ପିଟିଲା ଦ୍ରୁତଗାମୀ ଟ୍ରକ

ଭୁବନେଶ୍ୱର: ରବିବାର ରାତିରେ ବାଣୀବିହାର ନିକଟ ସତସଙ୍ଗବିହାର ଛକରେ ୪ ଜଣଙ୍କୁ ଧକ୍କା ଦେଇଛି ଏକ ଦ୍ରୁତଗାମୀ ଟ୍ରକ। ରାତି ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ମିଳିଥିବା ସୂଚନା ମୁତାବକ ସତସଙ୍ଗବିହାର ଛକ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ମାଡ଼ି ଆସି ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କୁ ଧକ୍କା ଦେଇଥିଲା। ଫଳରେ ପରିବାରର ମା, ଝିଅ, ନାତି, ନାତୁଣୀ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଆହତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଆହତମାନେ ହେଉଛନ୍ତି ନିକଟସ୍ଥ ତାରିଣୀ ବସ୍ତିରେ ରହୁଥିବା ସେତମା, ଏସ ଲିଲି ପାତ୍ର, ପିୟୁଷ ଓ ପ୍ରିୟଙ୍କା। ଗୁରୁତରଙ୍କ ପ୍ରଥମେ କ୍ୟାପିଟାଲ ହସପିଟାଲ ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଦୁର୍ଘଟଣା ପରେ ଟ୍ରକଟି ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ରସୁଲଗଡ଼ରେ ଧରାପଡ଼ିଥିଲା। ତେବେ ଟ୍ରକଟିକୁ ସହିଦନଗର ପୋଲିସ ଜବତ କରିବା ସହିତ ଚାଳକକୁ ଅଟକ ରଖିଛି। 

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଟ୍ରକ୍‌ ଚାଳକର ଏଭଳି ବେପରୁଆ ଚାଳନା ଦେଖି ସେଠାରେ ବସ୍‌କୁ ଅପେକ୍ଷା କରିଥିବା ଲୋକେ ପାଟିତୁଣ୍ଡ କରିବା ସହ ଭୟରେ ଦୌଡ଼ି ପଳାଇଥିଲେ। କିନ୍ତୁ ହଠାତ୍ ସେତମା ଓ ତାଙ୍କ ପରିବାର କିଛି ବୁଝିନପାରି ଅଟକି ଯାଇଥିଲେ। ଟ୍ରକ୍‌ଟି ସିଧାସଳଖ ସେମାନଙ୍କୁ ଧକ୍କା ଦେଇଥିଲା। ସେତମା, ତାଙ୍କ ଝିଅ ଓ ଛୋଟ ପିଲାମାନେ କିଛି ଦୂରକୁ ଛିଟିକି ପଡ଼ିଥିଲେ। ଟ୍ରକ୍‌ଟି ଅପେକ୍ଷା ନ କରି ଦ୍ରୁତବେଗରେ ପଳାଇଥିଲା। ୨/୩ ବାଇକ୍‌ ଆରୋହୀ ଟ୍ରକ୍‌କୁ ପିଛା କରିଥିଲେ। ଏଣେ ଉପସ୍ଥିତ ଲୋକେ ରାସ୍ତା ଉପରୁ ୪ ଆହତଙ୍କୁ ଉଠାଇବା ସହ ପୁଲିସକୁ ଜଣାଇଥିଲେ। ସହିଦନଗର ଥାନା ପିସିଆର୍‌ ସେଠାରୁ ଆମ୍ବୁଲାନ୍‌ସ ଯୋଗେ ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଟ୍ରକ୍‌କୁ ପିଛା କରିଥିବା ଯୁବକମାନେ ରସୁଲଗଡ଼ ଓଭରବ୍ରିଜ୍‌ ଉପରେ ଟ୍ରକ୍‌କୁ ଅଟକାଇ ପୁଲିସ ଜିମା ଦେଇଥିଲେ।