ଶ୍ରୀ ମିଶ୍ର କହିଛନ୍ତି, ‘ଆମେ ସମସ୍ତ ସନାତନୀ ହିନ୍ଦୁ ଶାସ୍ତ୍ରୀୟ ବିଧିକୁ ପାଳନ କରିବା ଉଚିତ, ଏହା ଜଗଦଗୁରୁ ଶଙ୍କାରାର୍ଯ୍ୟଙ୍କ ମାର୍ଗଦର୍ଶନ। ଯଦି ଆମେ ଶାସ୍ତ୍ରୀୟ ବିଧିକୁ ପାଳନ ନକରି ଅଧାର୍ମିକ କାର୍ଯ୍ୟ କରୁଛୁ ତେବେ ଆମେ ଶାସ୍ତ୍ର ଅନୁଯାୟୀ ଦଣ୍ଡର ପାତ୍ର। ଏହା ମଧ୍ୟ ରାଷ୍ଟ୍ର ତଥା ବିଶ୍ୱପାଇଁ ଅମଙ୍ଗଳ ସୂଚନା’।
Trending Photos
ଭୁବନେଶ୍ୱର: ଆନ୍ତର୍ଜାତିକ କୃଷ୍ଣ ସଚେତନା ସମାଜ ବା ଇସ୍କନ ଭାବେ ପରିଚିତ ସଂଗଠନକୁ ଭାରତରେ ବ୍ୟାଜାପ୍ତ କରିବା ତଥା ଏଥିଲାଗି ନିଷିଦ୍ଧାଦେଶ ଜାରି କରିବାକୁ ବିଭିନ୍ନ ହିନ୍ଦୁ ସଂଗଠନ ଦାବି କରିଛନ୍ତି। ଏହି ସଂସ୍ଥା ମାଧ୍ୟମରେ ବିଧର୍ମୀ ଖ୍ରୀଷ୍ଟିଆନ୍ ମାନେ ହିନ୍ଦୁଧର୍ମ ବିରୁଦ୍ଧରେ ଷଡ଼ଯନ୍ତ୍ର ସୃଷ୍ଟି କରୁଛନ୍ତି ବୋଲି ପୁରୀ ଗୋବର୍ଦ୍ଧନ ମଠ କର୍ମକର୍ତ୍ତା ମାତୃପ୍ରସାଦ ମିଶ୍ର କହିଛନ୍ତି।
ଶ୍ରୀ ମିଶ୍ର କହିଛନ୍ତି, ‘ଆମେ ସମସ୍ତ ସନାତନୀ ହିନ୍ଦୁ ଶାସ୍ତ୍ରୀୟ ବିଧିକୁ ପାଳନ କରିବା ଉଚିତ, ଏହା ଜଗଦଗୁରୁ ଶଙ୍କାରାର୍ଯ୍ୟଙ୍କ ମାର୍ଗଦର୍ଶନ। ଯଦି ଆମେ ଶାସ୍ତ୍ରୀୟ ବିଧିକୁ ପାଳନ ନକରି ଅଧାର୍ମିକ କାର୍ଯ୍ୟ କରୁଛୁ ତେବେ ଆମେ ଶାସ୍ତ୍ର ଅନୁଯାୟୀ ଦଣ୍ଡର ପାତ୍ର। ଏହା ମଧ୍ୟ ରାଷ୍ଟ୍ର ତଥା ବିଶ୍ୱପାଇଁ ଅମଙ୍ଗଳ ସୂଚନା’।
ଗଜଦଗୁରୁଙ୍କ ଏହି ସାଙ୍କେତିକ ଉକ୍ତିଟି ଆମକୁ ସତର୍କ କରିବା ପାଇଁ ସୂଚନା ଦେଉଛି। ସନାତନୀ ଧର୍ମକୁ ନଷ୍ଟ କରିବା ଲାଗି ଷଡ଼ଯନ୍ତ୍ର କରୁଥିବା ସମ୍ପ୍ରଦାୟ ବିରୁଦ୍ଧରେ ସ୍ୱର ଉତ୍ତଳନ କରିବା ଲାଗି ତାହା ଆମକୁ ପ୍ରବର୍ତ୍ତାଉଛି। ଏଣୁ ଯେଉଁମାନେ ବର୍ଷ ଭର୍ଷ ଧରି ପ୍ରଚଳିତ ଆମ ପରମ୍ପରା ଓ ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କରି ବ୍ୟବସାୟିକ ଫାଇଦା ପାଉଛନ୍ତି ସେମାନଙ୍କୁ ବାଜ୍ୟାପ୍ତ କରାଯିବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ରଥଯାତ୍ରା ମାନବକୃତ ନୁହେଁ। ଭଗବାନ ଏହି ଯାତ୍ରା କିପରି ହେବ ସେଥିନେଇ ଆଦେଶ ଦେଇଛନ୍ତି। କିନ୍ତୁ ଆଜି ନୁହେଁ ପୂର୍ବରୁ ମଧ୍ୟ ଏମାନେ ଏହି ଆଦେଶକୁ ଅବଜ୍ଞା କରି ଶ୍ରୀ ଜଗନ୍ନାଥଙ୍କୁ ଏକ ବିପଣନ ସାମଗ୍ରୀ କରିଛନ୍ତି। ଭାରତୀୟ ସନ୍ଥଙ୍କ ପୋଷାକରେ ବିଧର୍ମୀ ଖ୍ରୀଷ୍ଟିଆନମାନେ ଏହି ବୈଶ୍ୱିକ ଷଡ଼ଯନ୍ତ୍ର ରଚନା କରୁଛନ୍ତି। ଭାରତୀୟ ସନାତନ ଧର୍ମକୁ ନଷ୍ଟ କରିବାକୁ ଏହା ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି।
ଅଦିନରେ ରଥଯାତ୍ରା କରିବାକୁ କିଏ ଆପଣଙ୍କୁ ଅନୁମତି ଦେଲା। ରଥଯାତ୍ରା ପାଇଁ ଅନେକ ବିଧି ବିଧାନ ରହିଛି। ଶଙ୍କରାଚାର୍ଯ୍ୟଙ୍କ ମାର୍ଗ ହେଉଛି ଶାନ୍ତିପ୍ରିୟ ମାର୍ଗ। ଏଥିରୁ ଇସ୍କନ ସମ୍ପ୍ରଦାୟ ଦୂରରେ ରହନ୍ତୁ ବୋଲି ଅନେକ ହିନ୍ଦୁ ସଂଗଠନ ଦାବି କରିଛନ୍ତି।
ଶ୍ରୀ ମିଶ୍ର କହିଛନ୍ତି, ଇସ୍କନ ପ୍ରତିଷ୍ଠାତା ଶ୍ରୀଲା ପ୍ରଭୁପାଦ ଜଣା ହିନ୍ଦୁ ବ୍ୟକ୍ତି। ସେ ପ୍ରଥମେ ହ୍ୟୁଷ୍ଟନ ସହରରେ ସେ ସନାତନ ଧର୍ମକୁ ନଷ୍ଟ କରିବା ଭଳି ମାନସିକତା ସୃଷ୍ଟି କରିଛନ୍ତି। ଯଦି ତାହା କରି ନଥାନ୍ତେ ତେବେ ଏଭଳି ବିପର୍ଯ୍ୟୟ ଆଣିବାକୁ କେହି ସାହସ କରି ନଥାଆନ୍ତେ। ଏହାକୁ ଜଗଦଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ ପୂର୍ବରୁ ସ୍ପଷ୍ଟ କରିଥିବା ସେ ସୂଚନା ଦେଇଛନ୍ତି।
ଏଣୁ ଇସ୍କନ ଏକ ଧାର୍ମିକ ସଂସ୍ଥା ନୁହେଁ। ଇସ୍କନ ଏକ ଛଦ୍ମ ବେଶୀ, ଷଡ଼ଯନ୍ତ୍ରକାରୀ। ଏହାକୁ ତୁରନ୍ତୁ ଭାରତରେ ନିଷିଦ୍ଧାଦେଶ ଜାରି କରାଯାଉ ବୋଲି ସେ କହିଛନ୍ତି।
Also Read- Video: ମଞ୍ଚରେ ଏମିତି କିଛି କରିଦେଲେ ଅଭିନେତା ବବି ମିଶ୍ର, ଭାଇରାଲ୍ ହେଉଛି ଭିଡିଓ
Also Read- Nail Care Tips: ଆପଣଙ୍କ ସୁନ୍ଦର ନଖ ଦେଖି ଅନ୍ୟମାନେ ହେବେ ଆଶ୍ଚର୍ଯ୍ୟ, କରନ୍ତୁ ଏହି କାମ