Odisha News: ଧୂମଧାମରେ ପାଳନ ହେବ ମହତାବ ଜୟନ୍ତୀ, କେନ୍ଦ୍ର ସରକାର ଗଢ଼ିଲେ ସ୍‍ୱତନ୍ତ୍ର କମିଟି
Advertisement
Article Detail0/zeeodisha/odisha2523171

Odisha News: ଧୂମଧାମରେ ପାଳନ ହେବ ମହତାବ ଜୟନ୍ତୀ, କେନ୍ଦ୍ର ସରକାର ଗଢ଼ିଲେ ସ୍‍ୱତନ୍ତ୍ର କମିଟି

ନୂଆଦିଲ୍ଲୀ: ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀକୁ ଉତ୍ସବ ସହକାରେ ପାଳନ କରିବା ପାଇଁ ଭାରତ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟିରେ ଗୃହ ଓ ସମବାୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଅମିତ୍ ଶାହ ଅଧ୍ୟକ୍ଷ ଭାବରେ ରହିଛନ୍ତି।

କମିଟିର ଅନ୍ୟ ପ୍ରମୁଖ ସଦସ୍ୟମାନଙ୍କ ଭିତରେ ରହିଛନ୍ତି ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳବାଇ, ସୂଚନା ଏବଂ ପ୍ରସାରଣ ତଥା ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଏବଂ ପୁସ୍ତକାଳୟର ଅଧ୍ୟକ୍ଷ  ଶ୍ରୀ ନୃପେନ୍ଦ୍ର  ମିଶ୍ର, ଗୃହ ସଚିବ ଶ୍ରୀ ଗୋବିନ୍ଦ ମୋହନ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ସଞ୍ଜୟ ଯାଜୁ, ସଂସ୍କୃତି ସଚିବ, ଶ୍ରୀ ଅରୁନିଶ୍ ଚାୱଲା, ଏବଂ ପିଏମ୍‍ଓ ଆର୍ଥିକ ପରାମର୍ଶ ପରିଷଦ ସଦସ୍ୟ ଶ୍ରୀ ସଞ୍ଜୀବ ସାନୟାଲ ପ୍ରମୁଖ ସାମିଲ ରହିଛନ୍ତି। ଏହାଙ୍କ ସହ ଏହି କମିଟିରେ ମଧ୍ୟ ପ୍ରସିଦ୍ଧ ସାହିତ୍ୟିକ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସଦସ୍ୟ ଭାବେ ରହିଛନ୍ତି।