ନବରଙ୍ଗପୁରରେ ପୁଣି ବଜ୍ରକାପ୍ତା ରାକେଟ୍... ୧୫ ଲକ୍ଷରେ ବିକ୍ରି ବେଳେ ଧରିଲା ବନ ବିଭାଗ
Advertisement
Article Detail0/zeeodisha/odisha2070975

ନବରଙ୍ଗପୁରରେ ପୁଣି ବଜ୍ରକାପ୍ତା ରାକେଟ୍... ୧୫ ଲକ୍ଷରେ ବିକ୍ରି ବେଳେ ଧରିଲା ବନ ବିଭାଗ

ନନ୍ଦାହାଣ୍ଡି ବି ମାଲିଗୁଡାରେ ବଜ୍ରକାପ୍ତା ଚୋରାଚାଲାଣକାରୀକୁ ରେଡ୍ ହ୍ୟାଣ୍ଡ୍ ଧରିବାରେ ସଫଳ ହୋଇଛନ୍ତି ବନ ବିଭାଗ କର୍ମଚାରୀ । ୧୫ ଲକ୍ଷ ଟଙ୍କାରେ ବଜ୍ରକାପ୍ତାକୁ ବିକ୍ରି କରିବା ନେଇ ହୋଇଥିଲା ଡିଲ୍ ।

ନବରଙ୍ଗପୁରରେ ପୁଣି ବଜ୍ରକାପ୍ତା ରାକେଟ୍... ୧୫ ଲକ୍ଷରେ ବିକ୍ରି ବେଳେ ଧରିଲା ବନ ବିଭାଗ

ନବରଙ୍ଗପୁର: ବଜ୍ରକାପ୍ତା ଚୋରାଚାଲାଣ ସମୟରେ ବନବିଭାଗ ହାତରେ ଧରାପଡିଲା ଅଭିଯୁକ୍ତ । ନନ୍ଦାହାଣ୍ଡି ବି ମାଲିଗୁଡାରେ ବଜ୍ରକାପ୍ତା ଚୋରାଚାଲାଣକାରୀକୁ ରେଡ୍ ହ୍ୟାଣ୍ଡ୍ ଧରିବାରେ ସଫଳ ହୋଇଛନ୍ତି ବନ ବିଭାଗ କର୍ମଚାରୀ । ୧୫ ଲକ୍ଷ ଟଙ୍କାରେ ବଜ୍ରକାପ୍ତାକୁ ବିକ୍ରି କରିବା ନେଇ ହୋଇଥିଲା ଡିଲ୍ ।

ସୂଚନା ମୁତାବକ, କୋରାପୁଟ କେନ୍ଦୁଗୁଡାର ଅରୁଣ ମୁଦୁଲି ନାମକ ବ୍ୟକ୍ତି ତାର ଅନ୍ୟ ଜଣେ ସହଯୋଗୀ ସହିତ ବଜ୍ରକାପ୍ତା ଚୋରାଚାଲାଣ କରିବା ସମୟରେ ଘଟଣାସ୍ଥଳରେ ପହଞ୍ଚିଥିଲେ ବନ ବିଭାଗ କର୍ମଚାରୀ । ଅରୁଣକୁ ବନ ବିଭାଗ ଧରିଥିବା ସମୟରେ ଅନ୍ୟଜଣେ ସହଯୋଗୀ ଫେରାର୍ ହେବାରେ ସକ୍ଷମ ହୋଇଥିଲା । ଅରୁଣକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ତେବେ ଉଦ୍ଧାର ହୋଇଥିବା ବଜ୍ରକାପ୍ତାଟିର ଓଜନ ପାୟ ୧୦ କେଜି ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ବନ ବିଭାଗ ପକ୍ଷରୁ ବଜ୍ରକାପ୍ତାଟିକୁ ସୁରକ୍ଷିତ ଭାବରେ ଜଙ୍ଗଲରେ ଛାଡି ଦିଆଯାଇଛି ।

ଅନ୍ୟପଟେ, ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ନବରଙ୍ଗପୁରରୁ ୨ଟି ବଜ୍ରକାପ୍ତା ଚୋରା ଚାଲାଣ ହେବା ଖବର ପରିବେଶବିତଙ୍କୁ ଚିନ୍ତାରେ ପକାଇଛି । ଏଥିରେ ଏକ ବଡ ରାକେଟ୍ କାମ କରୁଛି ବୋଲି ଅନେକ ମତ ଦେଇଛନ୍ତି । ଗତ ୧୪ ତାରିଖରେ କୋଡିଙ୍ଗାରେ ବଜ୍ରକାପ୍ତା ଡିଲ୍ ସମୟରେ ୩ଜଣ ବ୍ୟକ୍ତିଙ୍କୁ ଧରିଥିଲା ବନବିଭାଗ ।

Also Read- Grah Gochar 2024: ଫେବୃଆରୀରେ ବଦଳିବ ୫ ଟି ଗ୍ରହର ଗତିବିଧି, ବଦଳିବ ଏହି ରାଶିର ଭାଗ୍ୟ

Also Read- PCOD ଏବଂ PCOS ମଧ୍ୟରେ ପାର୍ଥକ୍ୟ କ’ଣ? କିପରି ଜାଣିବେ ଲକ୍ଷଣ...?