Odisha News: ପୁରୀରେ ଉଦଘାଟିତ ହେଲା ବାଏଅଫ
Advertisement
Article Detail0/zeeodisha/odisha2122498

Odisha News: ପୁରୀରେ ଉଦଘାଟିତ ହେଲା ବାଏଅଫ

Odisha News: ପୁରୀରେ ଉଦଘାଟିତ ହୋଇଛି ବାଏଅଫ ବା ବ୍ରିଙ୍ଗ ୟୋର୍ ଓନ ଫିଲ୍ମ ଫେଷ୍ଟିଭାଲ। ଏହି ଫିଲ୍ମ ଫେଷ୍ଟିଭାଲ ଚକ୍ରତୀର୍ଥ ରୋଡ ସୁବର୍ଣ୍ଣ ବେଳାଭୂମିରେ ୫ଦିନଧରି ଚାଲିବ। ଏଥିରେ ଦେଶବିଦେଶର ପ୍ରାୟ ୬୦ଟି ଫିଲ୍ମ ସ୍କ୍ରୀନିଂ ହେବ। ପ୍ରଥମ ଦିନରେ ପୁରୀର ଜାଗା ଆଖଡା ସଂସ୍କୃତିକୁ ନେଇ ପ୍ରଯୋଜକ ଆଶୁତୋଷଙ୍କ ଦ୍ୱାରା ପ୍ରସ୍ତୁତ "ଜାଗା ଆଖଡା" ଫିଲ୍ମ ପ୍ରଥମେ ସ୍କ୍ରୀନିଂ ହୋଇଥିଲା। 

Odisha News: ପୁରୀରେ ଉଦଘାଟିତ ହେଲା ବାଏଅଫ

Odisha News: ପୁରୀରେ ଉଦଘାଟିତ ହୋଇଛି ବାଏଅଫ ବା ବ୍ରିଙ୍ଗ ୟୋର୍ ଓନ ଫିଲ୍ମ ଫେଷ୍ଟିଭାଲ। ଏହି ଫିଲ୍ମ ଫେଷ୍ଟିଭାଲ ଚକ୍ରତୀର୍ଥ ରୋଡ ସୁବର୍ଣ୍ଣ ବେଳାଭୂମିରେ ୫ଦିନଧରି ଚାଲିବ। ଏଥିରେ ଦେଶବିଦେଶର ପ୍ରାୟ ୬୦ଟି ଫିଲ୍ମ ସ୍କ୍ରୀନିଂ ହେବ। ପ୍ରଥମ ଦିନରେ ପୁରୀର ଜାଗା ଆଖଡା ସଂସ୍କୃତିକୁ ନେଇ ପ୍ରଯୋଜକ ଆଶୁତୋଷଙ୍କ ଦ୍ୱାରା ପ୍ରସ୍ତୁତ "ଜାଗା ଆଖଡା" ଫିଲ୍ମ ପ୍ରଥମେ ସ୍କ୍ରୀନିଂ ହୋଇଥିଲା। ସେପଟେ ୨୧ତମ ବର୍ଷରେ ପଦାର୍ପଣ କଲା ବାଏଅଫ୍।

ପୁରୀ ଚକ୍ରତୀର୍ଥ ରୋଡ୍ ସ୍ବର୍ଣ୍ଣାଭ ବେଳାଭୂମିରେ ପ୍ରତିବର୍ଷ ପରି ଚଳିତବର୍ଷ ୫ ଦିନ ବ୍ୟାପୀ ଆରମ୍ଭ ହୋଇଛି ବାଏଅଫ ବା ବ୍ରିଙ୍ଗ ୟୋର୍ ଓନ ଫିଲ୍ମ ଫେଷ୍ଟିଭାଲ। ସନ୍ , ସ୍ୟାଣ୍ଡ ଆଣ୍ଡ ସ୍କ୍ରିନ ଏଭଳି ଏକ ଅଭିନବ ପ୍ରୟାସ ଜାରୀ ରଖିଛି ବାଏଅଫ କମିଟି । ବିଶେଷ କରି ଯୁବ ନିର୍ମାତା,ପ୍ରଯୋଜକ ଓ ଚଳଚ୍ଚିତ୍ର ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଖୋଲା ମଞ୍ଚରେ ସୁଯୋଗ ଦେବା ପାଇଁ ୨୧ ବର୍ଷ ତଳେ ବାଏଅଫ ବା ବ୍ରିଙ୍ଗ ୟୋର୍ ଓନ ଫିଲ୍ମ ଫେଷ୍ଟିଭାଲ ପରିକଳ୍ପନା କରାଯାଇଥିଲା।ଚଳିତ ବର୍ଷ ସମଗ୍ର ଦେଶ ଓ ଦେଶ ବାହାରୁ ୬୦ ଟି ଚଳଚ୍ଚିତ୍ର ସ୍କ୍ରିନିଂ ହେବ ।ଏଥିସହ ଏହି ୫ ଦିନ ବ୍ୟାପୀ ଉତ୍ସବରେ ଦେଶ ତଥା ଦେଶ ବାହାରୁ ଚଳଚ୍ଚିତ୍ର ସହ ଜଡ଼ିତ ୩୦୦ରୁ ଅଧିକ ପ୍ରତିନିଧି ଯୋଗ ଦେବେ।ଏହି ବାଏଅଫ ବା ବ୍ରିଙ୍ଗ ୟୋର୍ ଓନ ଫିଲ୍ମ ଫେଷ୍ଟିଭାଲ ବିଶେଷତ୍ଵ ହେଲା ଏହି ଚଳଚ୍ଚିତ୍ର ମହୋତ୍ସବରେ କୌଣସି ମନୋନୟନ୍ , ଜୁରୀ କିମ୍ବା ପୁରସ୍କାର ନାହିଁ ।ଉଭୟ ଅଭିଜ୍ଞ ଓ ଯୁବ ଫିଲ୍ମ ନିର୍ମାତା ,ପ୍ରଯୋଜକଙ୍କ ସମାହାର ଏହି ଫିଲ୍ମ ମହୋତ୍ସବରେ ଦେଖିବାକୁ ମିଳିଥାଏ।ନିଜ ନିଜ ଅଞ୍ଚଳର କଳା ,ସଂସ୍କୃତି ,ପରମ୍ପରା,ଭାଷା ,ଚାଲି ଚଳଣି,ଉତ୍ସବ ଓ ପର୍ବପର୍ବାଣୀ ତଥା ସମୟରେ ଘଟୁଥିବା ଘଟଣାବଳୀ ଓ ପ୍ରସଙ୍ଗଙ୍କୁ ନେଇ ପ୍ରସ୍ତୁତ ହୋଇଥିବା କ୍ଷୁଦ୍ର,ପ୍ରାମାଣିକ ଓ ଡକୁମେଣ୍ଟାରୀ ଚଳଚ୍ଚିତ୍ର ଏହି ମହୋତ୍ସବରେ ସ୍କ୍ରିନିଂ ହେବ। ଆଜିର ଯୁବ ଫିଲ୍ମ ନିର୍ମାତା ମାନେ ଅଭିଜ୍ଞଙ୍କ ଠାରୁ ଅନୁଭୁତି ଓ ଜ୍ଞାନ ଆହରଣ କରିବା ସହ ପରସ୍ପର ମଧ୍ୟରେ ଭାବ ବିନିମୟ କରିବେ।

ତେବେ ୨୧ ତମ ବାଏଅଫ ବା ବ୍ରିଙ୍ଗ ୟୋର୍ ଓନ ଫିଲ୍ମ ଫେଷ୍ଟିଭାଲ ଉଦ୍ଘାଟିତ ହୋଇଛି।ପ୍ରଥମ ସନ୍ଧ୍ୟାରେ ପୁରୀର ଯୁବ ଫିଲ୍ମ ନିର୍ମାତା ଆଶୁତୋଷ ପଟ୍ଟନାୟକଙ୍କ ପୁରୀର ଯାଗା ଆଖେଡ଼ା ସଂସ୍କୃତିକୁ ନେଇ ପ୍ରସ୍ତୁତ କରିଥିବା ୨୭ ମିନିଟର "ଯାଗା ଆଖେଡ଼ା" ଡକ୍ୟମେମେଣ୍ଟାରୀ ଫିଲ୍ମ ପ୍ରଥମେ ସ୍କ୍ରିନିଂ ହୋଇଥିଲା। ଏଥିରେ ପୁରୀରେ କିଭଳି ଓ କାହିଁକି ଜାଗା ଆଖଡା ଗଢି ଉଠିଥିଲା ତାହାର ପ୍ରାମାଣିକ ତଥ୍ୟ ଉପରେ ପର୍ଯ୍ଯବେଶିତ ଏହି ଫିଲ୍ମ। ଯାହା କେବଳ ପୁରୀ କି ଭାରତୀୟ ନୁହେଁ ବିଦେଶୀ ମାନେ ମଧ୍ୟ ଏହି ଫିଲ୍ମକୁ ପ୍ରଶଂସା କରିଥିଲେ। ଏହାପରେ ସୈଫ କିଡୱାଇଙ୍କ ୪ଟି ଚଳଚ୍ଚିତ୍ର ହିଟ , ଦିଲ୍ଲୀ nsr folklore,takat ki folklore, ପାୱାର ଫର ଅଲ୍,ସଙ୍କି ଦରୋଗା ସ୍କ୍ରିନିଂ ହୋଇଥିଲା।

ଉଦ୍ଘାଟନୀ ଉତ୍ସବରେ ବ୍ରିଙ୍ଗ ୟୋର୍ ଓନ ଫିଲ୍ମ ଫେଷ୍ଟିଭାଲ ମୁଖ୍ୟ ସୁଶାନ୍ତ ମିଶ୍ର ,ଇରାନରୁ ଆସିଥିବା ନାଜାନିନ,କପିଳାସ ଭୂୟାଁ,ତରଙ୍ଗ ମୁଖ୍ୟ ଲିସିଥା ପଣ୍ଡା,ପ୍ରଶାସନ ମୁଖ୍ୟ ରବୀନ୍ଦ୍ର କିଶୋର ସାହୁ ଉପସ୍ଥିତ ରହିବା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ।ଏହି ଫିଲ୍ମ ଫେଷ୍ଟିଭାଲରେ ରେଭେନ୍ସା ବିଶ୍ଵବିଦ୍ୟଳୟ ଗଣମାଧ୍ୟମ ବିଭାଗର ଛାତ୍ର ,ଛାତ୍ରୀ ,ସଂସ୍କୃତି ଓ ଚଳଚ୍ଚିତ୍ର ପ୍ରେମୀ ଯୋଗ ଦେଇଥିଲେ।