Odisha News: ଅସୁସ୍ଥତା ସତ୍ତ୍ୱେ ନବୀନ ପ୍ରଚାରରେ ବାହାରିଲେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ
Advertisement

Odisha News: ଅସୁସ୍ଥତା ସତ୍ତ୍ୱେ ନବୀନ ପ୍ରଚାରରେ ବାହାରିଲେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ

Odisha News: ଅସୁସ୍ଥତା ସତ୍ତ୍ଵେ କୁଜଙ୍ଗରେ ପହଁଞ୍ଚିଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡଃ ଦାମୋଦର ରାଉତ । କୁଜଙ୍ଗ ବ୍ଲକ ପଡିଆରେ ଆୟୋଜିତ ''ପୁଣି ନବୀନ'' ସାଧାରଣ ସଭାରେ ଡଃ ରାଉତ ଏକ ହୁଇଲ୍ ଚେୟାର ରେ ଆସି ସଭା ପାଖରେ ପହଞ୍ଚିଲା ପରେ ତାଙ୍କୁ ତାଙ୍କ ସମର୍ଥକମାନେ ଶ୍ରଦ୍ଧାର ସହ ପାଛୋଟି ନେଇଥିଲେ।

Odisha News: ଅସୁସ୍ଥତା ସତ୍ତ୍ୱେ ନବୀନ ପ୍ରଚାରରେ ବାହାରିଲେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ

Odisha News: ଅସୁସ୍ଥତା ସତ୍ତ୍ଵେ କୁଜଙ୍ଗରେ ପହଁଞ୍ଚିଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡଃ ଦାମୋଦର ରାଉତ । କୁଜଙ୍ଗ ବ୍ଲକ ପଡିଆରେ ଆୟୋଜିତ ''ପୁଣି ନବୀନ'' ସାଧାରଣ ସଭାରେ ଡଃ ରାଉତ ଏକ ହୁଇଲ୍ ଚେୟାର ରେ ଆସି ସଭା ପାଖରେ ପହଞ୍ଚିଲା ପରେ ତାଙ୍କୁ ତାଙ୍କ ସମର୍ଥକମାନେ ଶ୍ରଦ୍ଧାର ସହ ପାଛୋଟି ନେଇଥିଲେ। ଦୀର୍ଘ ୫୦ ବର୍ଷ କାଳ ମୁଁ ଆପଣଙ୍କ ସହ ରହିଲି। ଚାକିରି ଛାଡି ରାଜନୀତିରେ ବିଜୁ ବାବୁଙ୍କ ପ୍ରେରଣାରେ ଆସିଲି। 

ଆଉ ଆଜି ଅସୁସ୍ଥତା ସତ୍ତ୍ୱେ ମଧ୍ୟ ମୁଁ ନିଜକୁ ସମ୍ଭାଳି ରହି ପାରିଲି ନାହିଁ । ଆପଣଙ୍କ ସହ ଟିକେ ଦେଖା ହେବି ବୋଲି ଧାଇଁ ଆସିଲି।ନବୀନ ବାବୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି , ଆଉ ତୁମେ ମୋ ଜାଗାରେ ମୋ ପୁଅ ସମ୍ବିତକୁ ବସେଇଛ, ତାକୁ ସମର୍ଥନ ଦିଅ ବୋଲି ଡଃ ଦାମୋଦର ରାଉତ ଆଜି ସାଧାରଣ ସଭାରେ ଲୋକଙ୍କୁ ଉଦବୋଧନ ଦେଇଥିଲେ। 

ଅନେକ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଡଃ ଦାମୋଦର ରାଉତ ଆଜି ଅସୁସ୍ଥତା ସତ୍ତ୍ୱେ ମଧ୍ୟ କୁଜଙ୍ଗରେ ପହଂଚି ସାଧାରଣ ସଭାରେ ଯୋଗ ଦେଇଥିବା ବେଳେ ଏହାକୁ ନେଇ ସ୍ତାନୀୟ କର୍ମୀ ଙ୍କର ମନୋବଳ ବଢିବ ନିଶ୍ଚୟ। ସାଧାରଣ ସଭା ''ପୁଣି ଥରେ ନବୀନ କାର୍ଯ୍ୟକ୍ରମ ରେ ହଜାର ହଜାର ଜନ ସାଧାରଣ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ ରେ ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଯୋଗ ଦେଇ ୬ଷ୍ଠଥର ପାଇଁ ପୁଣି ନବୀନଙ୍କୁ ମୂଖ୍ୟମନ୍ତ୍ରୀ ରୂପେ ଦେଖିବା ପାଇଁ ସମସ୍ତ ଜନସାଧାରଣ ଙ୍କୁ ଅନୁରୋଧ କରିଥିଲେ।