Puri News: ପୀଠରେ ମହାଷ୍ଟମୀ; ବିଧି-ପରମ୍ପରା ସହ ଚାଲିଛି ତ୍ରିଦିନାତ୍ମକ ଗୋସାଣୀ ପୂଜା
Advertisement
Article Detail0/zeeodisha/odisha1925047

Puri News: ପୀଠରେ ମହାଷ୍ଟମୀ; ବିଧି-ପରମ୍ପରା ସହ ଚାଲିଛି ତ୍ରିଦିନାତ୍ମକ ଗୋସାଣୀ ପୂଜା

Durga Puja 2023: ଆରମ୍ଭ ହୋଇଛି ପାର୍ବଣ । ମାଆଙ୍କ ଆଗମନରେ ହସୁଛି ଧରା (Durga Puja 2023) । ମଣ୍ଡପରେ ଆଜି ସପ୍ତମୀ ପୂଜା ହେଉଥିବା ବେଳେ ଶ୍ରୀକ୍ଷେତ୍ରରେ ଥିବା ଶକ୍ତିପୀଠ ଗୁଡିକରେ ମହାଅଷ୍ଟମୀ ପୂଜା ( Maha Ashtami 2023) ଆରମ୍ଭ ହୋଇଛି । ଶ୍ରୀକ୍ଷେତ୍ରରେ ସପ୍ତମୀ ତିଥିରୁ ଗୋସାଣୀ ପୁଜା ଆରମ୍ଭ ହୋଇଛି।

Puri News: ପୀଠରେ ମହାଷ୍ଟମୀ; ବିଧି-ପରମ୍ପରା ସହ ଚାଲିଛି ତ୍ରିଦିନାତ୍ମକ ଗୋସାଣୀ ପୂଜା

Durga Puja 2023: ଆରମ୍ଭ ହୋଇଛି ପାର୍ବଣ । ମାଆଙ୍କ ଆଗମନରେ ହସୁଛି ଧରା (Durga Puja 2023) ।  ମଣ୍ଡପରେ ଆଜି ସପ୍ତମୀ ପୂଜା ହେଉଥିବା ବେଳେ ଶ୍ରୀକ୍ଷେତ୍ରରେ ଥିବା ଶକ୍ତିପୀଠ ଗୁଡିକରେ ମହାଅଷ୍ଟମୀ ପୂଜା ( Maha Ashtami 2023) ଆରମ୍ଭ ହୋଇଛି । ଶାରଦୀୟ ଦୁର୍ଗାପୂଜାରେ ମାଆଙ୍କୁ ଆବାହନ କରାଯାଉଥିବା ବେଳେ ଶ୍ରୀ କ୍ଷେତ୍ରରେ ତ୍ରିଦିନାତ୍ମକ ଗୋଶାଣୀ ପୂଜାର ପରମ୍ପରା ରହିଛି। ସେପଟେ ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା ବିମଳାଙ୍କ ପୀଠରେ ଚାଲିଛି ଷୋଳପୁଜା । ଆଶ୍ଵିନ ମାସରେ ସବୁଆଡେ ଜଗତଜନନୀ "ମା "ଦୁର୍ଗାଙ୍କର ପୂଜା କରାଯାଉଥିବା ବେଳେ ଶ୍ରୀକ୍ଷେତ୍ରରେ ସପ୍ତମୀ ତିଥିରୁ ଗୋସାଣୀ ପୁଜା ଆରମ୍ଭ ହୋଇଛି। ଆଜି ସମସ୍ତ ପୀଠ ଗୁଡିକରେ ଶ୍ରୀ ମନ୍ଦିର ଆଧାରରେ ଆଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। ଶ୍ରୀକ୍ଷେତ୍ର ଭଳି ଭିନ୍ନ ଏହି ପରମ୍ପରା ଅନ୍ୟତ୍ର ଦେଖିବାକୁ ମିଳେନାହିଁ । ଶ୍ରୀମନ୍ଦିର ନିର୍ମାଣ ବେଳରୁ ଏଠାରେ ଗୋସାଣୀ ପୁଜାର ପରମ୍ପରା ରହିଆସିଛି ବୋଲି ପୌରାଣିକ ତଥ୍ୟ ରହିଛି। ବିଶେଷକରି ମା ବିମଳାଙ୍କ ସ୍ୱରୁପ ଭାବେ ଶ୍ରୀମନ୍ଦିରର ଅଗ୍ନିକୋଣ ଠାରେ ମା କାକୁଡି ଖାଇଙ୍କ ପୂଜାର୍ଚ୍ଚନା କରାଯାଉଛି।ସେପଟେ ମହିଳାମାନେ ପୀଠ ଗୁଡିକରେ ମାଙ୍କୁ ଦର୍ଶନ କରି ଆଜି ଅଷ୍ଟମୀ ବ୍ରତ ରଖିଛନ୍ତି ।

ସପ୍ତମୀରେ ଗତକାଲି ଖଡ୍ଗ ପୂଜା ଓ ଅଷ୍ଟମୀରେ ଉଗ୍ରବଳୀ ହେଲେ ମାଙ୍କର ନାମ ଦୃଷ୍ଟିରୁ କାକୁଡି ଓ କୁଷ୍ନାଣ୍ଡ ବଳି ଦେବାର ପରମ୍ପରା ମଧ୍ୟ ରହିଛି । ପରମ୍ପରା ଅନୁଯାୟୀ ମା ବିମଳାଙ୍କୁ ଏହି ଷୋଳପୁଜା ସମୟରେ ନାରାୟଣୀ , ହରଚଣ୍ଡୀ , ବନଦୁର୍ଗା , ବଗଳା , ଭୁବନେଶ୍ୱରୀ , ଉଗ୍ରତାରା , ସିଂହବାହିନୀ , ଓ ଦଶଭୁଜା ପ୍ରଭୃତି ବେଶ କରାଯାଇଥାଏ । ପ୍ରତ୍ୟେକ ବର୍ଷ ମହାସପ୍ତମୀ , ମହାଷ୍ଟମୀ ଓ ମହାନବମୀରେ ନିଷାର୍ଧ ପ୍ରହରରେ ମାଙ୍କୁ ମାଜଣା , ବେଶ ,ଓ ପଶୁବଳି ଦିଆଯିବାର ପରମ୍ପରା ରହିଛି । ଏହି ସମୟରେ ମା ବିମଳାଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୁରଣ ହୋଇଥାଏ ବୋଲି ପୌରୀଣିକ ତଥ୍ୟ ରହିଛି । 

ତେବେ ସପ୍ତମୀତିଥିରୁ ଶ୍ରୀମନ୍ଦିରରେ ମା ବିମଳାଙ୍କ ଗୁପ୍ତ ପୂଜାର ପରମ୍ପରା ରହିଥିବାରୁ ମାଙ୍କର ସ୍ୱରୂପ ଭାବେ ଶ୍ରୀମନ୍ଦିର ବାହାରେ ଥିବା ମା କାକୁଡିଖାଇଙ୍କୁ ଭକ୍ତମାନେ ଦର୍ଶନ କରି ସେହି ପୂଣ୍ୟ ଲାଭ କରିଥାନ୍ତି ବୋଲି କାକୁଡିଖାଇଙ୍କ ପୂଜକ କହିଛନ୍ତି । ଗବେଷକମାନଙ୍କ ମତରେ ଗୋସ୍ୱାମୀନି ବା ଗୋସାମଣୀ ଶଦ୍ଦରୁ ଗୋସାଣୀର ସୃଷ୍ଟି । ଦ୍ୱାଦଶ ଶତାଦ୍ଦୀରେ ଗଙ୍ଗ ରାଜାମାନେ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ନିର୍ମାଣ କରିବା ସମୟରେ ଦେଉଳ ସୁରକ୍ଷା ପାଇଁ ଚତୁଃପାର୍ଶ୍ୱରେ ସାତସାହି ଆଖଡା , ଯାଗା, କୋଟ, ଗଡ ଓ ଗୁରୁଜ ଆଦି ପ୍ରତିଷ୍ଠା କରି ଶ୍ରୀମନ୍ଦିରର ସୁରକ୍ଷା କରୁଥିଲେ । 

ଏହି ଯାଗା ଆଖଡା ମାନଙ୍କରେ ହିଁ ଶାରଦୀୟ ଗୋସାଣୀ ଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଥାଏ । ଶ୍ରୀମନ୍ଦିରର ଦେବୀ ମା ବିମଳାଙ୍କ ସ୍ୱରୁପିଣୀ ଭାବେ ମନ୍ଦିରର ଅଗ୍ନିକୋଣରେ ଥିବା ମା କାକୁଡିଖାଇଙ୍କୁ ମଧ୍ୟ ତ୍ରିଦିନାତ୍ମକ ପୁଜା କରାଯାଉଛି । ମା କାକୁଡି ଖାଇଙ୍କୁ ଶ୍ରୀକ୍ଷେତ୍ରରେ ଗୋସାଣୀ ସମୁହର ମା ଆଖ୍ୟା ଦିଆଯାଇଥିବା ବେଳେ ବାରବାଟୀଙ୍କୁ ବଡ ଭଉଣୀର ମାନ୍ୟତା ଓ ଜହ୍ନିଖାଇଙ୍କୁ ମଧ୍ୟ ଆଉ ଏକ ଉଭଣୀର ମାନ୍ୟତା ପୂର୍ବରୁ ରହିଆସିଛି । ତେବେ ପ୍ରାୟ ୧୨ ହାତ ଉଚ୍ଚତା ବିଶିଷ୍ଟ ବାରବାଟୀ ଗୋସାଣୀଙ୍କ ମୃଣୟୀପ୍ରତିମା ସମସ୍ତ ମୁର୍ତି ମଧ୍ୟରେ ଉଚ୍ଚତମ । ସାଧାରଣତଃ ଆଶ୍ୱିନ ମାସର ସପ୍ତମୀ ଠାରୁ ଗୋସାଣୀ ପୁଜାର୍ଚନାର ପରମ୍ପରା ରହିଆସିଥିବା କହିଛନ୍ତି । ସେପଟେ ଦଶମୀ ତିଥିରେ କାକୁଡି ଖାଇ ଙ୍କର ବିସର୍ଜନର ବିଧି ରହିଥିବା ବେଳେ ଏକାଦଶୀ ଦିନ ଅନ୍ୟ ସମସ୍ତ ଗୋଶାଣୀ ଙ୍କ ଭାଷାଣି ଉତ୍ସବ ହେବାର ପରମ୍ପରା ରହିଛି। ସବୁଆଡେ ଜଗଦଜନନୀ ମା ଦୁର୍ଗାଙ୍କୁ ପୂଜା କରାଯାଉଥିବା ବେଳେ ଶ୍ରୀକ୍ଷେତ୍ରରେ ଦୁର୍ଗାମାଧବଙ୍କ ଉପାସନା କରାଯାଉଛି । ଯାହାକୁ ମଧ୍ୟ ଗୁପ୍ତ ଗୁଣ୍ଡିଚା ବା ଶାକ୍ତ ଗୁଣ୍ଡିଚା କୁହାଯାଉଛି । ସେପଟେ ଶ୍ରୀକ୍ଷେତ୍ରରେ ଗୋଷାଣୀ ପୂଜା ରେ ଶକ୍ତି ରୂପରେ ନାଗ ,ବୁଢ଼ାବୁଢ଼ୀ ,ସଂପାତି ,ଚଢେଇ ଆଦି ବିଭିନ୍ନ ପ୍ରକାର ଶକ୍ତିଙ୍କୁ ଆବାହନ କରାଯାଉଛି।