Minimum Rain in Odisha: ବର୍ଷା ନାହିଁ, ଚିନ୍ତାରେ ଚାଷୀ, ରାଜ୍ୟରେ ଗଜା ମରୁଡି ସ୍ଥିତି ଆସନ୍ନ !
Advertisement
Article Detail0/zeeodisha/odisha1791942

Minimum Rain in Odisha: ବର୍ଷା ନାହିଁ, ଚିନ୍ତାରେ ଚାଷୀ, ରାଜ୍ୟରେ ଗଜା ମରୁଡି ସ୍ଥିତି ଆସନ୍ନ !

Minimum Rain in Odisha: ଚଳିତ ଥର ରାଜ୍ୟରେ ସ୍ୱଳ୍ପ ବର୍ଷା କରାଣରୁ ଏବେ ଚିନ୍ତାରେ ପଡ଼ିଛନ୍ତି ଚାଷୀ ।ଯଥେଷ୍ଟ ବର୍ଷା ହୋଇ ନଥିବାରୁ ରାଜ୍ୟରେ ଗଜା ମରୁଡ଼ି ହେବା ନେଇ ଆଶଙ୍କା ବୃଦ୍ଧି ପାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଏବେ ବି ରାଜ୍ୟର ୧୮ଟି  ଜିଲ୍ଲାରେ ସ୍ୱାଭାବିକ ବର୍ଷା ଠାରୁ ଯଥେଷ୍ଟ କମ୍ ପରିମାଣ ବର୍ଷା ହୋଇଛି ।

ସାଙ୍କେତିକ ଫଟୋ: Minimum Rain in Odisha:

Minimum Rain in Odisha:ରାଜ୍ୟରେ ଗଜା ମରୁଡି(Drought) ସ୍ଥିତି ଆସନ୍ନ । ଶ୍ରାବଣ ମାସ ଦୁଇ ସପ୍ତାହ ବିତିଲାଣି, ବର୍ଷାର(Rain) ଦେଖାନାହିଁ ।  ପ୍ରାୟ ଜୁନ ୧୪ତାରିଖ ବେଳକୁ  ଓଡ଼ିଶାରେ ମୌସୁମୀ ଆସିଥାଏ । ଚାଷୀ ମୌସୁମୀ ଆଗମନ ପୂର୍ବରୁ ଧାନବୁଣି ଥାଏ ଏବଂ ଧାନତଳି ପକାଇଥାଏ । ଚଳିତବର୍ଷ ମୌସମୀ ଆଗମନରେ ବିଳମ୍ବ, ସ୍ୱଳ୍ପ ବୃଷ୍ଟି କାରଣରୁ ବୁଣାଯାଇଥିବା ଧାନ ଗଜାମରୁଡି ହେବା ସହ ଅଦ୍ୟାବଧି ଅନେକ ସ୍ଥାନରେ ଧାନତଳି ପକାଯାଇପାରିନାହିଁ । ଏବେ ବି ରାଜ୍ୟର ୧୮ଟି  ଜିଲାରେ ସ୍ୱାଭାବିକ ବର୍ଷା ଠାରୁ ଯଥେଷ୍ଟ କମ୍ ପରିମାଣ ବର୍ଷା ହୋଇଛି, ଯାହା ପାଣିପାଗ ସୁତ୍ରରୁ ଜଣାପଡିଛି । ଏଥିରେ ଖୋର୍ଦ୍ଧା ଜିଲ୍ଲା ମଧ୍ୟ ସାମିଲ୍।

 ଜିଲ୍ଲାରେ ଜୁଲାଇ ମାସରେ ଆବଶ୍ୟକ ଠାରୁ କମ୍ ବର୍ଷା କାରଣରୁ ଚାଷୀ ନିରାଶ ହୋଇବସିଛି । ଯଦିଓ ଗତ ଦୁଇ ଦିନ ହେଲା ଲଘୁଚାପ ବର୍ଷା ଚାଷୀ ପାଇଁ ଆଶ୍ୱସ୍ତି ଆଣିଛି । ବିଲରେ ପାଣି ଜମି ରହିଛି । ତେବେ ଏହା ଯଥେଷ୍ଟ ନୁହଁ । ଧାନ ବେଉଷଣ ଏବଂ ରୁଆ-ପୋତା ସମୟରେ ସ୍ୱଳ୍ପ ବୃଷ୍ଟି ଚାଷୀଙ୍କ ସମସ୍ୟା ବଢାଇଛି । ଆଗକୁ ମୌସୁମୀ ବର୍ଷା ନହେଲେ ଜମିରୁ ଧାନ ଉଧେଇବା ତ ଦୂରର କଥା ଧାନଗଜା ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଆଗାମୀ ସପ୍ତାହ ମଧ୍ୟରେ ସ୍ୱାଭାବିକ ବର୍ଷା ନହେଲେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ଆଶଙ୍କାକୁ ଏଡ଼ାଇ ନଯାଇପାରେ ।

ବର୍ତମାନ ସୁଦ୍ଧା ଜିଲ୍ଲାରେ ୭୦ପ୍ରତିଶତ ଜମିରେ ତଳିବୁଣା ହୋଇପାରିନାହିଁ । ଜଳସେଚିତ ଜମିରେ ବୁଣାକାମ ସରିଥିବା ବେଳେ ଅଣଜଳସେଚିତ ଜମିରେ ବର୍ଷା ଅଭାବରୁ ତଳି ପୋଡି ଯାଇଥିବା ଜଣାପଡିଛି । ଏବେ ବର୍ଷା ହେବା ପରେ ଚାଷୀ ପୁଣି ଥରେ ବୁଣାକାର୍ଯ୍ୟକୁ ଆଗଭର ହୋଇଛି । ସୂଚନା ଅନୁସାରେ ଗତ ଦୁଇବର୍ଷ ଧରି ସ୍ୱାଭାବିକ ଠାରୁ କମ୍ ବର୍ଷା, ଅନାବୃଷ୍ଟି ଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଗଜା ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ଯେନତେନ ପ୍ରକାରେ ଚାଷୀ ଚାଷ କରିଥିବା ବେଳେ ଅମଳ ସମୟରେ ଲଘୁଚାପ ବର୍ଷା, ବନ୍ୟା ବାତ୍ୟା ଯୋଗୁ ଜମିରେ ପାଚିଲା ଧାନ ପଚିଷଢି ନଷ୍ଟ ହୋଇଥିଲା । ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ । ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସମାନ ଦୃଶ୍ୟ ରହିଛି । କେନାଲରେ ପାଣି ନାହିଁ । ମଲାଗୁଣି ଓ ରାଜୁଆ ବ୍ୟାରେଜରେ ପାଣି ନାହିଁ । ପ୍ରତିବର୍ଷ ଚାଷୀ ଏନେଇ ହୋହ୍ଲାଲ୍ଳା କରୁଛନ୍ତି । ଜଳସେଚନ ଏବଂ ଜିଲା ପ୍ରଶାସନକୁ ଦାବିପତ୍ର ଦେଉଛନ୍ତି । ତେବେ ପ୍ରତିଶୃତି ଛଡା କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଫଳରେ ଚାଷୀ ପ୍ରତିବର୍ଷ ଚାଷୀ କ୍ଷତି ସହୁଛନ୍ତି ।

କୃଷି ବିଭାଗର ସୂଚନା ଅନୁସାରେ ଜିଲ୍ଲାରେ ଚଳିତବର୍ଷ ୧ଲକ୍ଷ ୨୦ହଜାର ୧୫୦ ହେକ୍ଟର ଚାଷ ଜମି ରହିଛି । ଚଳିତ ଖରିଫ ଋତୁରେ ୧ଲକ୍ଷ ୩ହଜାର ୧୬୦ହେକ୍ଟର ଜମିରେ ଧାନ ଫସଲ ହେବ। ତନ୍ମମଧ୍ୟରୁ ୧୭ହଜାର ୪୭୫ ହେକ୍ଟର ଢିପ, ୪୩ ହଜାର ୩୩୮ ହେକ୍ଟର ସମତୁଲ ଜମି ଏବଂ ଅବଶିଷ୍ଟ ୪୮,୮୦୭ ହେକ୍ଟର ତଳିଆ ଜମିରେ ଖରିଫ ଧାନ ଫସଲ ଅମଲ ଲକ୍ଷ୍ୟ ରହିଥିବା ବେଳେ ୨ହଜାର ହେକ୍ଟର ଜମିରେ ଅଣଧାନ ଚାଷ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି । ସେହିପରି ଦୟା,ମଲାଗୁଣୀ, ରଣ ପ୍ରଭୃତି ନଦୀ ଦ୍ୱାରା ୨୧,୦୯୦ ହେକ୍ଟର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ରହିଥିବା ବେଳେ କେନାଲ ଦ୍ୱାରା ୬୮୧୫ହେକ୍ଟର ଜମି, ଉଠାଜଳସେଚନ ଦ୍ୱାରା ୩୩୧୭ ହେକ୍ଟର, ନଳକୂପ ଜରିଆରେ୭୩୦ ହେକ୍ଟର ଏବଂ ଅନ୍ୟାନ୍ୟ ପ୍ରାକୃତିକ ଉତ୍ସ ଦ୍ୱାରା ୧୫୯ ହେକ୍ଟର ଚାଷଜମିକୁ ଜଳସେଚିତ ହୋଇଥାଏ । ଜିଲା ବ୍ୟାପୀ ପ୍ରାୟ ୫୬,୭୨୧ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ରହିଥିବା କୃଷି ବିଭାଗ ପକ୍ଷରୁ ଜଣାପଡିଛି ।

 ଅନ୍ୟପଟେ ସ୍ଥାନୀୟ ଚାଷୀଙ୍କ ଉତର ହେଲା ଗତବର୍ଷ ସ୍ୱଳ୍ପ ବୃଷ୍ଟି ପରେ ବନ୍ୟା ବାତ୍ୟା ଫସଲ ଉଜାଡି ଦେଲା । ଚଳିତବର୍ଷ ସମାନ ଚିତ୍ର ରହିଛି । ଏହି ସମୟରେ ଧାନରୁଆ ସମୟରେ ତଳିପକା କାମ ସରିନି । ଆଗକୁ ବର୍ଷା ନହେଲେ ଚଳିତ ବର୍ଷ ମଧ୍ୟ କ୍ଷତି ସହିବା ଜଳଜଳ ଦେଖାଗଲାଣି । ଅକ୍ଷୟ ତୃତୀୟା ଠାରୁ ଅଖି ମୁଠି ଅନୁକୂଳ ପରେ ଧାନ ବୁଣାଯାଇଥାଏ । ଜୁନ ମାସରେ ତଳିପକା ଯାଇ ଜୁଲାଇ ମାସରେ ଧାନରୁଆ କାମ କରାଯାଇଥାଏ । ତେବେ ଚଳିତବର୍ଷ ସ୍ୱାଭାବିକ ଠାରୁ କମ୍ ବର୍ଷା କାରଣରୁ ଦୁଇଥର ବିହନ ବୁଣାଯାଇଛି । ବର୍ଷାର ଦେଖା ନଥିବାରୁ ଜମି ଫାଠି ଆଁ କଲାଣି ।

Also Read: Hirakud Dam: ଆଜି ଖୋଲିଲା ହୀରାକୁଦର ଏତିକି ଗେଟ୍, ମହାନଦୀ ମଧ୍ୟକୁ ନ ଯିବାକୁ ବାରଣ

Weather Update: ସତର୍କ କରାଇଲା ପାଣିପାଗ ବିଭାଗ, ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷିବ!