Puri News: ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ, ଭିତର ଦୃଶ୍ୟ ସୋସିଆଲ୍ ମିଡିଆରେ..
Advertisement
Article Detail0/zeeodisha/odisha2109010

Puri News: ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ, ଭିତର ଦୃଶ୍ୟ ସୋସିଆଲ୍ ମିଡିଆରେ..

Puri news: ଜଣେ ବ୍ଲଗର ପୁରୀ ବଡ଼ଦାଣ୍ଡ ସମେତ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇଛନ୍ତି । କେବଳ ସେତିକି ନୁହେଁ, ସୁଟ୍ ହୋଇଥିବା ଭିଡିଓଟିକୁ ନିଜ ସୋସିଆଲ୍ ମିଡିଆ ପେଜ୍ ରେ ସେୟାର କରିଛନ୍ତି । ସେହି ଦୃଶ୍ୟ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

Puri News: ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ, ଭିତର ଦୃଶ୍ୟ ସୋସିଆଲ୍ ମିଡିଆରେ..

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଥିବା ନେଇ ବିଭିନ୍ନ ମହଲରେ ଡିଣ୍ଡିମ ପଟାଯାଉଥିବା ସମୟରେ ବର୍ତ୍ତମାନ ପୁଣିଥରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଣକୁ ବାରଣ କରାଯାଇଥିଲେ ମଧ୍ୟ ମନ୍ଦିର ଉପରେ ଉଡିଛି ଡ୍ରୋନ୍ । କେବଳ ଡ୍ରୋନ୍ ଉଡିଛି ତାହା ନୁହେଁ, ଶ୍ରୀମନ୍ଦିରର ଭିତର ଫଟୋ ମଧ୍ୟ ଉଠାଯାଇଥିବା ଜଣାପଡିଛି । ଏହି ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

ସୂଚନା ମୁତାବକ, ଜଣେ ବ୍ଲଗର ପୁରୀ ବଡ଼ଦାଣ୍ଡ ସମେତ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇଛନ୍ତି । କେବଳ ସେତିକି ନୁହେଁ, ସୁଟ୍ ହୋଇଥିବା ଭିଡିଓଟିକୁ ନିଜ ସୋସିଆଲ୍ ମିଡିଆ ପେଜ୍ ରେ ସେୟାର କରିଛନ୍ତି । ସେହି ଦୃଶ୍ୟ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ତେବେ ସୁରକ୍ଷା ବ୍ୟବସ୍ଥାରେ ତୃଟି ହୋଇଥିବା ନେଇ ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର ଅଭିଯୋଗ କରିଥିଲେ । ପ୍ରତିକ୍ରିୟା ଦେଇ ପୁରୀ ଏସପି ପିନାକ ମିଶ୍ର କହିଛନ୍ତି ଯେ, ଡ୍ରୋଣ ଉଡାଇଥିବା ବ୍ୟକ୍ତିକୁ ଚିହ୍ନଟ କରାଯାଇସାରିଛି । ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏଥିସହ ଡ୍ରୋନ ଉଡାଣକୁ ରୋକିବା ପାଇଁ ସଚେତନତା ବ୍ୟବସ୍ଥା କରାଯିବ । ଏନେଇ ପୁରୀର ହୋଟେଲ୍ ମାଲିକମାନଙ୍କ ସହ ଆଲୋଚନା କରାଯିବ । ଯେଉଁ ପର୍ଯ୍ୟଟକ ଆସୁଛନ୍ତି ସେମାନଙ୍କ ନିକତଟରେ ଡ୍ରୋନ ନଥିବା ନେଇ ସେମାନେ ଦସ୍ତଖତ କରିବେ ।

Also Read- ୪ ଯୁବତୀଙ୍କ ସହ ପ୍ରତାରଣା ଅଭିଯୋଗରେ ଗିରଫ ହେଲେ ଯନ୍ତ୍ରୀ

Also Read- Reliance: ମୁକେଶ ଅମ୍ୱାନୀଙ୍କୁ ଆଉ ଏକ ସଫଳତା, ଦେଶର ନମ୍ୱର ୱାନ କମ୍ପାନୀ ହେଲା ରିଲାଏନ୍ସ