Srimandira: ନୂଆରୂପ ନେଉଛି ଶ୍ରୀମନ୍ଦିର ଦୋଳବେଦୀ
Advertisement
Article Detail0/zeeodisha/odisha2154371

Srimandira: ନୂଆରୂପ ନେଉଛି ଶ୍ରୀମନ୍ଦିର ଦୋଳବେଦୀ

Srimandira: ଧିରେ ଧିରେ ନୂଆରୂପ ନେଉଛି ଶ୍ରୀମନ୍ଦିର ଦୋଳବେଦୀ। ପୁରାତନ ଐତି କୀର୍ତ୍ତିରାଜିରେ । ରଙ୍ଗ ଆଉ ଚୁନ ପଲସ୍ତରା ଭିତରେ ଦିନେ ଏହା ସମ୍ପୂର୍ଣ୍ଣ ଲୁଚିଯାଇଥିଲା। ହେଲେ ସରକାରଙ୍କ ପ୍ରଚେଷ୍ଟା ଯୋଗୁଁ ଦୋଳବେଦୀର ପୁନରୁଦ୍ଧାର କରାଯାଉଛି। ଦୋଳବେଦୀ କାନ୍ଥରୁ ଉଦ୍ଧାର ହେଉଛି ଖୋଦିତ ବହୁ କୀର୍ତିରାଜୀ।

Srimandira: ନୂଆରୂପ ନେଉଛି ଶ୍ରୀମନ୍ଦିର ଦୋଳବେଦୀ

Srimandira: ଧିରେ ଧିରେ ନୂଆରୂପ ନେଉଛି ଶ୍ରୀମନ୍ଦିର ଦୋଳବେଦୀ। ପୁରାତନ ଐତି କୀର୍ତ୍ତିରାଜିରେ । ରଙ୍ଗ ଆଉ ଚୁନ ପଲସ୍ତରା ଭିତରେ ଦିନେ ଏହା ସମ୍ପୂର୍ଣ୍ଣ ଲୁଚିଯାଇଥିଲା। ହେଲେ ସରକାରଙ୍କ ପ୍ରଚେଷ୍ଟା ଯୋଗୁଁ ଦୋଳବେଦୀର ପୁନରୁଦ୍ଧାର କରାଯାଉଛି। ଦୋଳବେଦୀ କାନ୍ଥରୁ ଉଦ୍ଧାର ହେଉଛି ଖୋଦିତ ବହୁ କୀର୍ତିରାଜୀ। ସ୍ଥପତିମାନେ ଦୋଳବେଦୀକୁ ନୂଆରୂପ ଦେବାପାଇଁ ଲାଗିପଡିଛନ୍ତି। ଦୋଳବେଦୀରେ ଲୁଚି ରହିଥିବା କୀର୍ତ୍ତିରାଜିକୁ ନିଖୁଣ ଭାବେ ପୁନରୁଦ୍ଧାର କରାଯାଉଛି। ସେପଟେ ଦୋଳପୂର୍ଣ୍ଣିମା ପୂର୍ବରୁ ଦୋଳବେଦୀର ପୁନରୁଦ୍ଧାର କାର୍ଯ୍ଯ ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ଏଥର ଦୋଳପୂର୍ଣ୍ଣିମାରେ ଭକ୍ତ ଦେଖିବେ ଦୋଳବେଦୀର ପୁରାତନ କୀର୍ତ୍ତିରାଜି।। ଶହଶହ ବର୍ଷ ହେବ ରଙ୍ଗ ଆଉ ଚୁନରେ ଲୁଚି ରହିଥିବା ଯୋଗୁଁ ଶ୍ରୀମନ୍ଦିର ପରମ୍ପରା ସହ ଜଡିତ କୀର୍ତ୍ତିରାଜି ଦର୍ଶନରୁ ବଞ୍ଚିତ ହୋଇଥିଲେ ଭକ୍ତ। ହେଲେ ଏଥିପାଇଁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ଯୋଗୁଁ ଏବେ ଦୋଳବେଦୀ ପାଇବ ନିଜସ୍ୱ ପରିଚୟ। ଦୋଳବେଦୀର ଖୋଦିତ କୀର୍ତିରାଜି ଶୋଭାମଣ୍ଡନ କରିବ। ତେବେ ଦୋଳବେଦୀରେ କାଳକ୍ରମେ ରଙ୍ଗ ଲେପନର ଆସ୍ତରଣରେ ଲୁଚିଯାଇଥିବା ପ୍ରାଚୀନ କୀର୍ତିରାଜି ପୁଣି ଦୃଶ୍ୟମାନ ହେବ। ଏମିତିକି ଦୋଳବେଦୀ ଚତୁଃପାର୍ଶ୍ବ କାନ୍ଥରେ ଶୋଭା ପାଉଥିବା ପ୍ରାଚୀନ ମୂର୍ତି ଉପରେ ଧୂଳିର ମୋଟା ଆସ୍ତରରଣ ବସିଯାଇଥିବା ବେଳେ ଏବେ ମୂର୍ତିରାଜିକୁ ନୂଆ ଜୀବନ ଦିଆଯାଉଛି। ମୂର୍ତିକୁ ରାସାୟନିକ ପ୍ରକ୍ରିୟା ମାଧ୍ୟମରେ ନିଖୁଣ ଭାବେ ସଫେଇ କରାଯାଉଛି। ପ୍ରସ୍ତର ନିର୍ମିତ ଏହି ମୂର୍ତ୍ତି ଯେଭଳି ନଷ୍ଟ ନହେବ ସେନେଇ ଧ୍ୟାନ ଦିଆଯାଉଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଦୋଳବେଦୀର ଉନ୍ନତୀକରଣ କାର୍ଯ୍ୟ ଏକ ସଙ୍ଗେ ଆରମ୍ଭ ହୋଇଥିଲେ ମଧ୍ୟ ଦୋଳବେଦୀ କାର୍ଯ୍ୟ ସରିପାରିନଥିଲା। ତେବେ ଚଳିତ ବର୍ଷର ଦୋଳପୂର୍ଣ୍ଣମୀ ପୂର୍ବରୁ ଆସନ୍ତା ୧୫ ତାରିଖ ସୁଦ୍ଧା ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ସରିବ ବୋଲି ଆଶା କରାଯାଉଛି। ତେବେ ଦୋଳବେଦୀ ପଛ ପାର୍ଶ୍ବକୁ ପ୍ରଶସ୍ତ କରାଯିବା ସହ ପଛ ପାର୍ଶ୍ବ ପାହଚ କାନ୍ଥ ମଧ୍ୟରେ ଉଭୟ ପାର୍ଶ୍ବରେ ହାତୀ ଓ ଘୋଡ଼ାରେ କେହି ରାଜକୀୟ ବେଶରେ ସବାର ହୋଇଥିବାର ଚିତ୍ର ଦୃଶ୍ୟମାନ ହୋଇଛି। ଦୀର୍ଘ ବର୍ଷ ହେଲା ଏହା ଉପରେ ରଙ୍ଗ ଲେପନ କରିବା ଦ୍ବାରା ଉକ୍ତ ଚିତ୍ର ଗୁଡିକ ଲୁଚି ଯାଇଥିଲା। ତେଣୁ ଏହା ଉପରୁ ରଙ୍ଗର ମୋଟା ଆସ୍ତରଣ ଛଡ଼ାଇବା ପରେ ପ୍ରାଚୀନ ଚିତ୍ର ସମୂହ ଦେଖିବାକୁ ମିଳିଛି। ଦୋଳବେଦୀ କାନ୍ଥରେ ଶୋଭା ପାଉଥିବା ଏହି ବୃହତ୍‌ ଚିତ୍ର ସମୂହ ସପ୍ତଦଶରୁ ଅଷ୍ଟାଦଶ ଶତାବ୍ଦୀର ହୋଇପାରେ। ହାତୀ ପିଠିରେ ରାଜକୀୟ ଶୋଭାଯାତ୍ରା ଏବଂ ଅଶ୍ବାରୋହୀ ଯୋଦ୍ଧାଙ୍କର ଚିତ୍ର କାନ୍ଥ ଗାତ୍ରରେ ରହିଛି। ସେହିଭଳି କନ୍ଦର୍ପ ହସ୍ତୀ, କନ୍ଦର୍ପ ରଥ ଭଳି ବିରଳ ଭାସ୍କର୍ଯ୍ୟ ମଧ୍ୟ ରହିଛି।

ସେପଟେ ଏହି ପ୍ରାଚୀନ ଚିତ୍ର କୀର୍ତିକୁ ଅକ୍ଷୁର୍ଣ୍ଣ ରଖି ପାହାଚରେ ଖଣ୍ଡୋଲାଇଟ ପଥର ଯୋଡ଼େଇ କରାଯାଉଛି। ଦୋଳବେଦୀର ବିସ୍ତୀର୍ଣ୍ଣ ଚଟାଣ ଭାଙ୍ଗିରୁଜି ଯାଇଥିବା ବେଳେ ଏହା ଉପରେ ଖଣ୍ଡୋଲାଇଟ ପଥର ବିଛାଯାଇଛି। ବର୍ଷା ପାଣି ନରହିବା ଲାଗି ସ୍ଲୋପିଂ ସଦୃଶ ପଥରଗୁଡ଼ିକୁ ଖଞ୍ଜାଯାଇଛି। ଦୋଳବେଦୀ ବାହ୍ୟ କାନ୍ଥକୁ ମଧ୍ୟ ଖଣ୍ଡୋଲାଇଟ ପଥରରେ ନୂଆ କରି ନିର୍ମାଣ କରାଯାଇଛି। ପାଚେରିରେ ପ୍ୟାନଲେ ନିର୍ମିତ ହୋଇଛି। ପ୍ୟାନେଲରେ ଏହି ମୂର୍ତି ସମୂହ ସ୍ଥାପନ କରାଯିବା ସହ କାନ୍ଥକୁ ନୂଆ ରୂପ ଦିଆଯାଉଛି। ତେବେ ଏଭଳି ପୁରାତନ ଐତିହ୍ୟ ତଥା ମହାପ୍ରଭୁଙ୍କ ନିତିକାନ୍ତି ସହ ଜଡିତ ଏହି ଦୋଳବେଦୀ ପ୍ରତି ଯତ୍ନବାନ ହେବା ଆବଶ୍ୟକ। ରାଜ୍ୟ ସରକାରଙ୍କ ଉଦ୍ଯମକୁ ପ୍ରଶଂସା କରିଛନ୍ତି ପରିଚାଳନା କମିଟି ସଦସ୍ୟ। ଦୋଳପୂର୍ଣ୍ଣିମା ପୂର୍ବରୁ ଦୋଳବେଦୀ ପୁନରୁଦ୍ଧାର ସରିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ।

ଫଗୁ ଦଶମୀ ଦିନ ମହାପ୍ରଭୁ ପଞ୍ଚୁ ପାଣ୍ଡବଙ୍କ ସହ ଆସି ଦୋଳବେଦୀ ଚତୁଃପାର୍ଶ୍ବ ୭ଥର ପରିକ୍ରମା କରିବା ପରେ ଦକ୍ଷିଣାଭିମୁଖୀ ହୋଇ ଦୋଳିରେ ବିଜେ କରନ୍ତି। ଦୋଳବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମହାପୁଣ୍ୟ ମିଳେ ବୋଲି ବର୍ଣ୍ଣିତ ରହିଛି। ତେବେ ଆଉ ମାତ୍ର କେଇଦିନ ପରେ ଫଲଗୁ ଉତ୍ସବ ପାଳନ ହେବାକୁ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଭକ୍ତମାନଙ୍କ ସଂଦର୍ଶନ ନିମନ୍ତେ ଏକ ପରିବର୍ତିତ ଦୋଳବେଦୀର ରୂପରେଖ ଭେଟି ଦେବେ।