Odisha News: ପୁରୀ ସହରରେ ଖୁବ ଶୀଘ୍ର ଖୋଲିବ ଦିବ୍ୟାଙ୍ଗ ଆଶା କେନ୍ଦ୍ର
Advertisement
Article Detail0/zeeodisha/odisha2476827

Odisha News: ପୁରୀ ସହରରେ ଖୁବ ଶୀଘ୍ର ଖୋଲିବ ଦିବ୍ୟାଙ୍ଗ ଆଶା କେନ୍ଦ୍ର

Odisha News: ସେମାନେ ଦିବ୍ୟାଙ୍ଗ ଆଶା କେନ୍ଦ୍ରକୁ ଆସି ସବୁ ପ୍ରକାର ସହାୟତା ପାଇପାରିବେ।ରାଜ୍ୟ ସରକାର ପୁରୀରେ ଜମି ଚିହ୍ନଟ କରି ଯୋଗାଇଲେ ଏହି ଦିବ୍ୟାଙ୍ଗ ଆଶା କେନ୍ଦ୍ର ଖୋଲିବ।ଏଥିସହ ପୁରୀ ଶ୍ରୀମନ୍ଦିର ସହ ଭାରତବର୍ଷର ପ୍ରମୁଖ ଦେବସ୍ଥଳୀ ଓ ମନ୍ଦିରରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ପାଇଁ ସବୁ ପ୍ରକାର ସହଯୋଗ କରାଯିବ ବୋଲି କେନ୍ଦ୍ର ସାମାଜିକ ରାଷ୍ଟ୍ର ମନ୍ତ୍ରୀ ବି .ଏଲ.ବର୍ମା ଭୋଳନାଥ ଵିଦ୍ୟାପୀଠ ପରିସରରେ ଆୟୋଜିତ ସାମାଜିକ ଅଧିକାର ଶିବିରରେ ଯୋଗଦେଇ କହିଛନ୍ତି। 

Odisha News: ପୁରୀ ସହରରେ ଖୁବ ଶୀଘ୍ର ଖୋଲିବ ଦିବ୍ୟାଙ୍ଗ ଆଶା କେନ୍ଦ୍ର

Odisha News: ପୁରୀ ସହରରେ ଖୁବ ଶୀଘ୍ର ଖୋଲିବ ଦିବ୍ୟାଙ୍ଗ ଆଶା କେନ୍ଦ୍ର।ଏହି କେନ୍ଦ୍ର ଦ୍ୱାରା ଦିବ୍ୟାଙ୍ଗ ଭାଇ ଭଉଣୀଙ୍କୁ ଆଉ ଶିବିରକୁ ଆସିବାକୁ ପଡିବ ନାହିଁ। ସେମାନେ ଦିବ୍ୟାଙ୍ଗ ଆଶା କେନ୍ଦ୍ରକୁ ଆସି ସବୁ ପ୍ରକାର ସହାୟତା ପାଇପାରିବେ।ରାଜ୍ୟ ସରକାର ପୁରୀରେ ଜମି ଚିହ୍ନଟ କରି ଯୋଗାଇଲେ ଏହି ଦିବ୍ୟାଙ୍ଗ ଆଶା କେନ୍ଦ୍ର ଖୋଲିବ।ଏଥିସହ ପୁରୀ ଶ୍ରୀମନ୍ଦିର ସହ ଭାରତବର୍ଷର ପ୍ରମୁଖ ଦେବସ୍ଥଳୀ ଓ ମନ୍ଦିରରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ପାଇଁ ସବୁ ପ୍ରକାର ସହଯୋଗ କରାଯିବ ବୋଲି କେନ୍ଦ୍ର ସାମାଜିକ ରାଷ୍ଟ୍ର ମନ୍ତ୍ରୀ ବି .ଏଲ.ବର୍ମା ଭୋଳନାଥ ଵିଦ୍ୟାପୀଠ ପରିସରରେ ଆୟୋଜିତ ସାମାଜିକ ଅଧିକାର ଶିବିରରେ ଯୋଗଦେଇ କହିଛନ୍ତି। 

ଏହି ଅବସରରେ ପୁରୀ ଜିଲ୍ଲାର ୧୧ଟି ବ୍ଲୁକର ୨୧୪୨ ଜଣ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ କରାଯିବ।ଭାରତ ସରକାରଙ୍କ ସାମାଜିକ ଅଧିକାର ମନ୍ତ୍ରଣାଳୟ ଓ ଜିଆଇସି କର୍ପୋରେଟ ସାମାଜିକ ଦାୟିତ୍ବବୋଧ କାର୍ଯ୍ୟକ୍ରମ ଅଧୀନରେ ପୁରୀ ପୌରପାଳିକାର ୧୧୪ ଜଣ ଦିବ୍ୟାଙ୍ଗ ଓ ୧୬ ଜଣ ବରିଷ୍ଠ ନାଗରିକ,ପୁରୀ ସଦର ଅଞ୍ଚଳର ୭୪ ଜଣ ଦିବ୍ୟାଙ୍ଗ ଓ ୨୨ ଜଣ ବରିଷ୍ଠ ନାଗରିକଙ୍କୁ ମିଶାଇ ମୋଟ ୨୧୪୨ ଜଣ  ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ କରାଯାଇଛି।ଏଥିପାଇଁ କେନ୍ଦ୍ର ସରକାର ୨ କୋଟି ୩୩ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି।ଆଜି ଏହି ବିଶାଳ ସାମାଜିକ ଅଧିକାରୀତା ଶିବିରରେ ୫୦୦ ଜଣକୁ ଉପକରଣ ବଣ୍ଟନ କରାଯାଇଥିଲା।ଦିବ୍ୟାଙ୍ଗମାନେ ତାଙ୍କ ସହାୟକ ଉପକରଣ ପାଇ ବେଶ୍ ଖୁସିବ୍ୟକ୍ତ କରିଥିଲେ।ଏହା ପରେ ବିଭିନ୍ନ ବ୍ଲୁକ ମାଧ୍ୟମରେ ଉକ୍ତ ଉପକରଣ ବଣ୍ଟନ କରାଯିବ।