ରାଉରକେଲାରେ କାୟା ବିସ୍ତାର କରୁଛି ହଇଜା, ନେଲାଣି ୧୫ ମୁଣ୍ଡ !
Advertisement
Article Detail0/zeeodisha/odisha2023950

ରାଉରକେଲାରେ କାୟା ବିସ୍ତାର କରୁଛି ହଇଜା, ନେଲାଣି ୧୫ ମୁଣ୍ଡ !

ପଙ୍କଜ ଝାଡାବାନ୍ତିରେ ଆକ୍ରାନ୍ତ ହେବାପରେ ତାଙ୍କୁ ପରିବାର ସଦସ୍ୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ୭ଦିନ ଧରି ଚିକିତ୍ସା ଚାଲିଥିଲେ ମଧ୍ୟ କୌଣସି ସୁଫଳ ମିଳିବା ପରିବର୍ତ୍ତେ ପଙ୍କଜଙ୍କର ମୃତ୍ୟୁ ହୋଇଛି । ତେବେ ପଙ୍କଜଙ୍କୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି । 

ରାଉରକେଲାରେ କାୟା ବିସ୍ତାର କରୁଛି ହଇଜା, ନେଲାଣି ୧୫ ମୁଣ୍ଡ !

ରାଉରକେଲା: ଷ୍ଟିଲ୍ ସିଟିରେ ହଇଜା କାରଣରୁ ପୁଣି ଆଉ ଏକ ଜୀବନ ଚାଲିଯାଇଥିବାର ଅଭିଯୋଗ ଆସିଛି । ମୃତକ ପାୱାରହାଉସ ଅଞ୍ଚଳର ପଙ୍କଜ ମଣ୍ଡଳ ବୋଲି ଜଣାପଡିଛି । ପଙ୍କଜଙ୍କ ବୟସ ୪୪ ବର୍ଷ ହୋଇଥିବାବେଳେ ସେ  ଏକ ସପ୍ତାହ ତଳୁ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ ବୋଲି କୁହାଯାଉଛି ।

ସୂଚନା ମୁତାବକ, ପଙ୍କଜ ଝାଡାବାନ୍ତିରେ ଆକ୍ରାନ୍ତ ହେବାପରେ ତାଙ୍କୁ ପରିବାର ସଦସ୍ୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ୭ଦିନ ଧରି ଚିକିତ୍ସା ଚାଲିଥିଲେ ମଧ୍ୟ କୌଣସି ସୁଫଳ ମିଳିବା ପରିବର୍ତ୍ତେ ପଙ୍କଜଙ୍କର ମୃତ୍ୟୁ ହୋଇଛି । ତେବେ ପଙ୍କଜଙ୍କୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି । ଏଥିସହ ବର୍ତ୍ତମାନ ମଧ୍ୟ ଶହ ଶହ ରୋଗୀ ବିଭିନ୍ନ ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଦୂଷିତ ପାନୀୟ ଜଳ ଓ ଅପରିଷ୍କାର ପରିବେଶ କାରଣରୁ ଏହି ରୋଗ ବ୍ୟାପୁଥିବା କୁହାଯାଉଛି । ରାଉରକେଲା (Rourkela)ର ପ୍ରମୁଖ ସ୍ଥାନ ଯଥା, ପାନପୋଷ, ଛେଣ୍ଡ୍ କଲୋନୀ, ସିଭିଲ ଟାଉନସିପ୍, କୋଏଲ ନଗର, ବନ୍ଧମୁଣ୍ଡା, କୁଆଁରମୁଣ୍ଡା, ବିଶ୍ରା ସମେତ ଲାଠିକଟାରୁ ମଧ୍ୟ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅନ୍ୟପଟେ ପ୍ରକୃତରେ ଏହା ହଇଜା ନା ଅନ୍ୟ କିଛି କାରଣରୁ ରୋଗୀଙ୍କ ମୃତ୍ୟୁ ଘଟୁଛି ସେନେଇ କାରଣ ଖୋଜିବା ସକାଶେ ଏସସିବି (SCB) ଏବଂ ଆରଏମଆରସି (RMRC)ର ଦୁଇଟି ଟିମ୍ ରାଉରକେଲାରେ ପହଞ୍ଚିଛନ୍ତି । ସହରର ବିଭିନ୍ନ ପ୍ରମୁଖ ସ୍ଥାନ ଗୁଡିକରେ ପାଣି ନମୁନା ସଂଗ୍ରହ କରିବା ସହିତ ଲୋକଙ୍କୁ ପଚରା ଉଚରା କରୁଛନ୍ତି ଗଠିତ ହୋଇଥିବା ଟିମ୍ । ତେବେ ଖୁବଶୀଘ୍ର ଏହାର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି ।

Also Read- Crime News: ରକ୍ତରେ ଭିଜିଲା କଟୁରୀ, ଘୁଷୁରୀ ପାଇଁ ମଣିଷ ହତ୍ୟା

Also Read- ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ ଭିଜିଲାନ୍ସ ଦ୍ୱାରା ଗିରଫz