Diarrhea in Rourkela: ଆଉ ଏକ ଜୀବନ ନେଲା ଡାଇରିଆ, ୮ରେ ପହଁଞ୍ଚିଲା ମୃତ୍ୟୁ ସଂଖ୍ୟା
Advertisement

Diarrhea in Rourkela: ଆଉ ଏକ ଜୀବନ ନେଲା ଡାଇରିଆ, ୮ରେ ପହଁଞ୍ଚିଲା ମୃତ୍ୟୁ ସଂଖ୍ୟା

Diarrhea: ରାଉରକେଲାରେ ଦିନକୁ ଦିନ ବଢିଚାଲିଛି ଝାଡ଼ାବାନ୍ତିର ପ୍ରକୋପ । ପୂର୍ବରୁ ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶନିବାର ଆଉ ୩ ଜଣଙ୍କ ଜୀବନ ଯାଇଥିଲା । ସେପଟେ, ଡାଇରିଆରେ ଆଉ ଜଣଙ୍କ ମୃତ୍ୟୁ ହେବା ପରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି।

ସୌ(ସୋସିଆଲ ମିଡିଆ)

Diarrhea in Rourkela: ରାଉରକେଲାରେ ଦିନକୁ ଦିନ ବଢିଚାଲିଛି ଝାଡ଼ାବାନ୍ତିର ପ୍ରକୋପ । ପୂର୍ବରୁ ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶନିବାର ଆଉ ୩ ଜଣଙ୍କ ଜୀବନ ଯାଇଥିଲା । ସେପଟେ, ଡାଇରିଆରେ ଆଉ ଜଣଙ୍କ ମୃତ୍ୟୁ ହେବା ପରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି।

Aମୃତକ ମହିଳା ଜଣଙ୍କ ସେକ୍ଟର ୨୧ ନୟାବଜ଼ାରର ସରୋଜିନୀ ଖଣ୍ଡାୟତ ବୋଲି ଜଣାପଡ଼ିଛି । ରବିବାର ରାତିରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲକୁ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ରାଉରକେଲାର କିଛି ଘରୋଇ ହସ୍ପିଟାଲରେ ଝାଡ଼ାବାନ୍ତି ରୋଗୀ ଚିକିତ୍ସିତ ହେଉଥିବାରୁ ସହରରେ ରୋଗୀଙ୍କ ସଂଖ୍ୟା ୨ଶହରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଭୁବନେଶ୍ବର ଓ ସୁନ୍ଦରଗଡ଼ରୁ ୮ ଜଣିଆ ଡ଼ାକ୍ତରୀ ଟିମ୍ ରବିବାର ଆରଜିଏଚରେ ପହଁଞ୍ଚି ରୋଗୀ ଚିକିତ୍ସା କରିବା ସହ ଅନୁସନ୍ଧାନ ଆରମ୍ଭ କରିଛନ୍ତି ।

Also Read-Puri News: ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ, ସାମିଲ୍ ହେବେ ଏହି ସବୁ ଅତିଥି

ପ୍ରକାଶ ଥାଉ କି, ଝାଡ଼ାବାନ୍ତି ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସୂରପ ଡ଼ାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନ କରାଯାଉଛି । ଏହାସହ ସ୍ବଚ୍ଛ, ସିଝାପାଣି ପିଇବା ଓ ଦୂଷିତ ଖାଦ୍ୟ ନ ଖାଇବାକୁ ପରାମର୍ଶ ଦିଆଯାଇଛି। ଦିନକୁ ଦିନ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାରୀ ଓ ଘରୋଇ ହସ୍ପିଟାଲରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।