ଅଣାୟତ ହେଉଛି ଷ୍ଟିଲ୍ ସିଟି ସ୍ଥିତି, ଝାଡାବାନ୍ତିରେ ଗଲା ଇଞ୍ଜିନିୟରିଂ ଛାତ୍ରଙ୍କ ଜୀବନ
Advertisement
Article Detail0/zeeodisha/odisha2025503

ଅଣାୟତ ହେଉଛି ଷ୍ଟିଲ୍ ସିଟି ସ୍ଥିତି, ଝାଡାବାନ୍ତିରେ ଗଲା ଇଞ୍ଜିନିୟରିଂ ଛାତ୍ରଙ୍କ ଜୀବନ

ଝାଡାବାନ୍ତି କାରଣରୁ ଆଜି କୁଆଁରମୁଣ୍ଡା ଜଳଙ୍ଗବିରା ଡାଏର୍ଟୋଲୀ ଅଞ୍ଚଳର ଇଞ୍ଜିନିୟରିଂ ଛାତ୍ର ସୁବୋଧ ଟପ୍ପୋଙ୍କ ମୃତ୍ୟୁ ହେବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ପୁରା ପରିବାର ।

ଅଣାୟତ ହେଉଛି ଷ୍ଟିଲ୍ ସିଟି ସ୍ଥିତି, ଝାଡାବାନ୍ତିରେ ଗଲା ଇଞ୍ଜିନିୟରିଂ ଛାତ୍ରଙ୍କ ଜୀବନ

ରାଉରକେଲା: ଦିନକୁ ଦିନ ଅଧିକ ଜୀବନ ନେବାରେ ଲାଗିଛି ଝାଡାବାନ୍ତି ରୋଗ । ୧୫ଜଣଙ୍କ ଜୀବନ ଗଲାପରେ ମଧ୍ୟ ସ୍ଥିତିରେ ସତେ ଯେମିତି କୌଣସି ପରିବର୍ତ୍ତନ ଆସିନାହିଁ । ଝାଡାବାନ୍ତି କାରଣରୁ ଆଜି କୁଆଁରମୁଣ୍ଡା ଜଳଙ୍ଗବିରା ଡାଏର୍ଟୋଲୀ ଅଞ୍ଚଳର ଇଞ୍ଜିନିୟରିଂ ଛାତ୍ର ସୁବୋଧ ଟପ୍ପୋଙ୍କ ମୃତ୍ୟୁ ହେବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ପୁରା ପରିବାର ।

ସୂଚନା ମୁତାବକ, ସୁବୋଧ ରାଉରକେଲାରେ ରହି ଇଞ୍ଜିନିୟରିଂରେ ଡିପ୍ଲୋମା କରୁଥିଲେ । କେବଳ ପାଠ ପଢା ନୁହେଁ ପାଠ ସହିତ ପାର୍ଟ ଟାଇମ ଚାକିରି (Part time job) କରି ଟଙ୍କା ରୋଜଗାର କରି ନିଜ ଖର୍ଚ୍ଚ ତୁଳାଇବା ସହିତ ଘର ଚଳାଉଥିଲେ । ବାଲୁଘାଟରେ ବାପାଙ୍କ ସହିତ ରହି ପଢାପଢି କରୁଥିବା ସମୟରେ ବୁଧବାର ଦିନ ଝାଡାବାନ୍ତିରେ ପୀଡିତ ହୋଇଥିଲେ ସୁବୋଧ । ପରେ ସୁବୋଧଙ୍କ ବାପା ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସା କରାଇଥିଲେ । କିନ୍ତୁ ପରିସ୍ଥିତି ଅଧିକ ଖରାପ ହେବା କାରଣରୁ ସୁବୋଧଙ୍କୁ ଇସ୍ପାତ ଜେନେରାଲ୍ ହସ୍ପିଟାଲ (IGH)ରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ଉପଯୁକ୍ତ ଚିକିତ୍ସାସେବା ପରେ ମଧ୍ୟ ସୁବୋଧଙ୍କ ସ୍ୱାସ୍ଥ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା ଏବଂ ଶେଷରେ ତାଙ୍କ ମୃତ୍ୟୁ ହୋଇଥିଲା ।

ଦୂଷିତ ପାଣି କାରଣରୁ ସୁବୋଧଙ୍କର ଏପରି ଅବସ୍ଥା ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିବା ଜଣାପଡିଛି । ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ପୂରା ପରିବାର ଆଖିରେ ଏବେ ଲୁହ ଦେଖିବାକୁ ମିଳିଛି ।

Also Read- Ex Governor MM Rajendran: ପୂର୍ବତନ ରାଜ୍ୟପାଳ ଏମଏମ ରାଜେନ୍ଦ୍ରନଙ୍କ ଦେହାନ୍ତ

Also Read- Hardik Pandya: ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ଶକ୍ତ ଝଟକା ! ଆଇପିଏଲରୁ ଆଉଟ୍ ହେବେ କି ହାର୍ଦ୍ଦିକ ପାଣ୍ଡ୍ୟା?