Crime News: ବସ୍ ଯାତ୍ରୀଙ୍କଠାରୁ କରୁଥିଲେ ଲୁଟ୍, ୫ ଲୁଟେରାଙ୍କୁ ବାନ୍ଧିଲା ପୋଲିସ
Advertisement
Article Detail0/zeeodisha/odisha2259355

Crime News: ବସ୍ ଯାତ୍ରୀଙ୍କଠାରୁ କରୁଥିଲେ ଲୁଟ୍, ୫ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ଆଜି ପୋଲିସକୁ ବିଶେଷ ସୁତ୍ରରୁ ଲୁଟେରାଙ୍କ ପାଦୃଭାବ ସମ୍ପର୍କରେ ଖବର ମିଳିଥିଲା । କିଛି ଲୁଟେରା ଭୁବନେଶ୍ୱର ସିଆରପିଏଫ ଛକ ନିକଟ ମୋ ବସ୍ ଷ୍ଟପ ନିକଟରେ ବୁଲୁଥିଲେ ।

Crime News: ବସ୍ ଯାତ୍ରୀଙ୍କଠାରୁ କରୁଥିଲେ ଲୁଟ୍, ୫ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

Crime News: ବସରୁ ଲୁଟପାଟ୍ କରୁଥିବା ଅଭିଯୋଗରେ ଆଜି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ସେମାନଙ୍କ ନିକଟରୁ ୫ଟି ମୋବାଇଲ୍ ସମେତ ୨୦ ହଜାର ଟଙ୍କା ଜବତ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ପଶ୍ଚିମବଙ୍ଗର ଜଣେ୍ ବ୍ୟକ୍ତି ମଧ୍ୟ ସାମିଲ ରହିଛି ।

ସୂଚନା ମୁତାବକ, ଆଜି ପୋଲିସକୁ ବିଶେଷ ସୁତ୍ରରୁ ଲୁଟେରାଙ୍କ ପାଦୃଭାବ ସମ୍ପର୍କରେ ଖବର ମିଳିଥିଲା । କିଛି ଲୁଟେରା ଭୁବନେଶ୍ୱର ସିଆରପିଏଫ ଛକ ନିକଟ ମୋ ବସ୍ ଷ୍ଟପ ନିକଟରେ ବୁଲୁଥିଲେ । ସେହି ସମୟରେ ପୋଲିସ ପହଞ୍ଚି ସେମାନଙ୍କୁ ଗିରଫ କରିଥିଲା । ପରେ ଜଣାପଡିଥିଲା ଯେ, ସେମାନେ ଗହଳୀର ମଉକା ଦେଖି ବସଯାତ୍ରୀଙ୍କ ନିକଟରୁ ମନିପର୍ସ, ମୋବାଇଲ୍ ସହ ସୁନାଗହଣା ଓ ଆସବାବପତ୍ର ଲୁଟ୍ କରିଥାନ୍ତି । ଯାଞ୍ଚ ସମୟରେ ପୋଲିସ ପ୍ରଶ୍ନରେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଅଭିଯୁକ୍ତମାନେ କିନ୍ତୁ ପରବର୍ତ୍ତି ସମୟରେ ଲୁଟପାଟ୍ କରୁଥିବା କଥା ସ୍ୱିକାର କରିଥିଲେ । ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ପଶ୍ଚିମବଙ୍ଗର ରିଜୁଆଲ୍ ଜମିଦାର୍, ଯାଜପୁରର ମୁର୍ତେଜା ହୁସେନ୍, ଏସ୍.କେ ଚୁନୁଉଦ୍ଦିନ ଏବଂ ଏସ୍‌.କେ ସରିଫ୍‌, କଟକର ଏସ୍‌.କେ ସଲିମ୍‌ । ପୋଲିସ ଥାନାରେ ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା କରିବା ସହ ସେମାନଙ୍କ ନିକଟରୁ ତଥ୍ୟ ହାସଲ କରୁଥିବା ଜଣାପଡିଛି ।

Also Read- Mangal Gochar 2024: ମଙ୍ଗଳ କରିବେ ରାଶି ପରିବର୍ତ୍ତନ, ୩ ରାଶିକୁ ବଡ଼ ଲାଭ

Also Read- BSNL Plan: ମାତ୍ର ୧୧୮ ଟଙ୍କା ଖର୍ଚ୍ଚରେ ୧୦ଜିବି ଡାଟା, ଅସୀମିତ କଲିଂ ସହ ଏହି ସୁବିଧା