Crime News: ଯାଜପୁର ଯମଧର ରାସ୍ତାରେ ଚାଞ୍ଚଲ୍ୟ, ବୃଦ୍ଧଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ
Advertisement
Article Detail0/zeeodisha/odisha2148186

Crime News: ଯାଜପୁର ଯମଧର ରାସ୍ତାରେ ଚାଞ୍ଚଲ୍ୟ, ବୃଦ୍ଧଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ

Crime News:ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହାଣିଛି ଦୁର୍ବୁତ୍ତ । ଫଳରେ ବୃଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ବ୍ୟକ୍ତିଙ୍କ ନାମ କାଳନ୍ଦୀ ମଲ୍ଲିକ ବୋଲି ଜଣାପଡିଛି । ଯାଜପୁର ଜିଲ୍ଲା ସଦରଥାନା ନିକଟ ଯମଧର ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି ।

Crime News: ଯାଜପୁର ଯମଧର ରାସ୍ତାରେ ଚାଞ୍ଚଲ୍ୟ, ବୃଦ୍ଧଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ

Crime News: ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହାଣିଛି ଦୁର୍ବୁତ୍ତ । ଫଳରେ ବୃଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ବ୍ୟକ୍ତିଙ୍କ ନାମ କାଳନ୍ଦୀ ମଲ୍ଲିକ ବୋଲି ଜଣାପଡିଛି । ଯାଜପୁର ଜିଲ୍ଲା ସଦରଥାନା ନିକଟ ଯମଧର ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ନିଜର ଜଣେ ସହଯୋଗୀଙ୍କ ସହିତ କାଳନ୍ଦୀ ସ୍ୱପ୍ନେଶ୍ୱରପୁରରେ ଥିବା ନିଜ ଘରକୁ ଫେରୁଥିଲେ । ତେବେ ଫେରିବା ରାସ୍ତାରେ ସୁରେନ୍ଦ୍ର ବେହେରା ନାମକ ଜଣେ ବ୍ୟକ୍ତି କାଳନ୍ଦୀଙ୍କ ଉପରକୁ ଆକ୍ରମଣ କରିଥିଲା । ଏକ ଧାରୁଆ ଅସ୍ତ୍ରରେ ହଠାତ୍ ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ କାଳନ୍ଦୀଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା । ଆକ୍ରମଣ ପରେ ଥାନାରେ ଖବର ପହଞ୍ଚିଥିଲା । ବର୍ତ୍ତମାନ ପୋଲିସ ଅଭିଯୁକ୍ତ ସୁରେନ୍ଦ୍ରକୁ ଗିରଫ କରିବା ସହ କେଉଁ କାରଣରୁ ସୁରେନ୍ଦ୍ର କାଳନ୍ଦୀଙ୍କୁ ଆକ୍ରମଣ କଲା ତାହା ପଚରାଉଚରା କରୁଛି । ଅନ୍ୟପଟେ ସୁରେନ୍ଦ୍ର ଜଣେ ମାନସିକ ବିକୃତ୍ତ ବ୍ୟକ୍ତି ବୋଲି ଚର୍ଚ୍ଚା ହେଉଛି ।

Also Read- ଖୋଲିଲା ବିଶ୍ୱର ସବୁଠୁ ଲମ୍ବା ଟନେଲ, ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

Also Read- Fire Case: ଜଳୁଛି ମଧ୍ୟପ୍ରଦେଶ ମନ୍ତ୍ରାଳୟ ଭବନ, ନିଆଁ ଲିଭାଇବାକୁ ଉଦ୍ୟମ ଜାରି