Archana Nag: ମିଳିଲା ଜାମିନ, ଜେଲରୁ ମୁକୁଳିବେ ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗ!
Advertisement
Article Detail0/zeeodisha/odisha1994152

Archana Nag: ମିଳିଲା ଜାମିନ, ଜେଲରୁ ମୁକୁଳିବେ ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗ!

Archana Nag: ବହୁ ଚର୍ଚ୍ଚିତ ହନିଟ୍ରାପ ମାମଲାରେ ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ (Lady blackmailer Archana Nag) ମିଳିଲା ଜାମିନ । ଇଡି (ED) ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟ (High court) ପକ୍ଷରୁ ଜାମିନ ପ୍ରଦାନ କରାଯାଇଛି । ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ୍ ମିଳିସାରଛି । 

ସୌ(ସୋସିଆଲ ମିଡିଆ)

Archana Nag: ବହୁ ଚର୍ଚ୍ଚିତ ହନିଟ୍ରାପ ମାମଲାରେ ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ (Lady blackmailer Archana Nag) ମିଳିଲା ଜାମିନ । ଇଡି (ED) ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟ (High court) ପକ୍ଷରୁ ଜାମିନ ପ୍ରଦାନ କରାଯାଇଛି । ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ୍ ମିଳିସାରଛି । ସମସ୍ତ ୩ଟି ମାମଲାରେ ଜାମିନ ମିଳିଥିବାରୁ ଲେଡ଼ି ବ୍ଲାକମେଲର ଜେଲରୁ ମୁକୁଳିବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।

ସୂଚନାଯୋଗ୍ୟ, ଜାମିନ ପାଇବା ପରେ ଅର୍ଚ୍ଚନାଙ୍କ (Archana Nag) ସମ୍ମୁଖରେ କୋର୍ଟ କିଛି ସର୍ତ୍ତ ରଖିଛନ୍ତି । ଯେମିତି କି, ତାଙ୍କ ନାଁରେ ଚାଲିଥିବା ମାମଲାକୁ ନେଇ ସେ ବାହାରେ କୌଣସି ପ୍ରତିକ୍ରିୟା ରଖିପାରିବେ ନାହିଁ । ଏହାସହ ତଦନ୍ତରେ ସହଯୋଗ କରିବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ତଗିରି ଓ ନୟାପଲ୍ଲୀ ଥାନାରେ ରୁଜୁ ହୋଇଥିବା ୨ଟି ମାମଲାରେ ପୂର୍ବରୁ ହନିଟ୍ରାପ କୁଇନ୍ ଙ୍କୁ ଜାମିନ ମିଳିସାରିଛି । ଗତ ଏପ୍ରିଲ ୧୧ରେ ନୟାପଲ୍ଲୀ ଥାନା ମାମଲା ତାଙ୍କୁ ଜାମିନ ପ୍ରଦାନ କରିବା ସହ ବାହାରକୁ ନଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଗତ ଅଗଷ୍ଟ ୨ରେ ଖଣ୍ତଗିରି ଥାନାରେ ରୁଜୁ ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ତେବେ ଏହି ସମୟରେ ମଧ୍ଯ କୋର୍ଟ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ବର୍ତ୍ତମାନ ହାଇକୋର୍ଟରୁ ତିନୋଟି ମାମଲାରେ ଜାମିନ ମିଳିସାରିବା ପରେ ଅର୍ଚ୍ଚନା ଏବେ ଜେଲରୁ ମୁକୁଳିବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।

Also Read-Prathamastami 2023: ପ୍ରଥମାଷ୍ଟମୀରେ ପୋଢୁଆଁ ହେବେ ବଡ଼ଠାକୁର, ଆଜି ଶ୍ରୀକ୍ଷେତ୍ର ଯିବ ଭାର

ବଡ଼ବଡ଼ିଆଙ୍କୁ ଫସାଇ ସୋମାନଙ୍କଠାରୁ କୋଟି କୋଟି ଟଙ୍କା ଠକେଇ କରୁଥିଲେ ଅର୍ଚ୍ଚନା । ଏଥିରେ ସ୍ବାମୀ ଜଗବନ୍ଧୁ ତାଙ୍କୁ ସହଯୋଗ କରୁଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚହଳ ପଡିଥିଲା । ପୋଲିସ ଅର୍ଚ୍ଚନା, ସ୍ବାମୀ ଜଗବନ୍ଧୁଙ୍କ ସହ ସହଯୋଗୀ ଖଗେଶ୍ବରକୁ ଗିରଫ କରିଥିଲା । ଇଡି ଏହି ମାମଲାରେ ତଦନ୍ତ କରୁଥିଲା । ଏହି ମାମଲାରେ ଅର୍ଚ୍ଚନାଙ୍କ ସମେତ ତାଙ୍କ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱର ଏବେ ଝାରପଡ଼ା ଜେଲ୍‌ରେ ଅଛନ୍ତି । ନିଜ ସମ୍ପତ୍ତିର ହିସାବ ଦେଇ ନ ପାରିବାରୁ ଅର୍ଚ୍ଚନା, ଜଗବନ୍ଧୁଙ୍କ ବିଳାସପୂର୍ଣ୍ଣ ଘରକୁ ଜବତ କରିଥିଲା ଇଡି। ଏହି ମାମଲାରେ ଜଗବନ୍ଧୁଙ୍କୁ ହାଇକୋର୍ଟରୁ (High court) ଗତ ମାର୍ଚ୍ଚ ମାସ ୧୫ ତାରିଖରେ ସର୍ତ୍ତମୂଳକ ଜାମିନ ମିଳିଥିଲା