Odisha News: ନବ ଦମ୍ପତିଙ୍କୁ ରସୁଣ ମାଳ ଉପହାର, ଜାଣନ୍ତୁ କାହିଁକି ଏମିତି କଲେ କଂଗ୍ରେସ ନେତା ହିମାଂଶୁ..
Advertisement
Article Detail0/zeeodisha/odisha2101828

Odisha News: ନବ ଦମ୍ପତିଙ୍କୁ ରସୁଣ ମାଳ ଉପହାର, ଜାଣନ୍ତୁ କାହିଁକି ଏମିତି କଲେ କଂଗ୍ରେସ ନେତା ହିମାଂଶୁ..

Odisha News: ନବ ଦମ୍ପତିଙ୍କୁ ରସୁଣ ମାଳ ଉପହାର। ରସୁଣ ଦରବୃଦ୍ଧିକୁ ନେଇ ଖାଉଟିମାନେ ଚିନ୍ତା ପଡିଥିବା ବେଳେ କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି। ଜଗତ୍‌ସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ତଥା ଜିଲ୍ଲା ମୁଖପାତ୍ର ହିମାଂଶୁ ଭୂଷଣ ମଲ୍ଲିକ ଏକ ବିବାହ କାର୍ଯ୍ୟରେ ଯୋଗ ଦେଇ ନବ ଦମ୍ପତିଙ୍କୁ ରସୁଣ ମାଳ ଉପହାର ଦିଆଯାଇଛି। 

Odisha News: ନବ ଦମ୍ପତିଙ୍କୁ ରସୁଣ ମାଳ ଉପହାର, ଜାଣନ୍ତୁ କାହିଁକି ଏମିତି କଲେ କଂଗ୍ରେସ ନେତା ହିମାଂଶୁ..

Odisha News: ନବ ଦମ୍ପତିଙ୍କୁ ରସୁଣ ମାଳ ଉପହାର। ରସୁଣ ଦରବୃଦ୍ଧିକୁ ନେଇ ଖାଉଟିମାନେ ଚିନ୍ତା ପଡିଥିବା ବେଳେ କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି। ଜଗତ୍‌ସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ତଥା ଜିଲ୍ଲା ମୁଖପାତ୍ର ହିମାଂଶୁ ଭୂଷଣ ମଲ୍ଲିକ ଏକ ବିବାହ କାର୍ଯ୍ୟରେ ଯୋଗ ଦେଇ ନବ ଦମ୍ପତିଙ୍କୁ ରସୁଣ ମାଳ ଉପହାର ଦିଆଯାଇଛି। ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବିଷୟ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ରସୁଣ ଦର ଆକାଶ ଛୁଆଁ ହୋଇଥିବା ବେଳେ ରସୁଣ କିଲୋପ୍ରତି ୫ଶହ ଟଙ୍କା ରେ ବିକ୍ରୀ ହେଉଥିବା ଦେଖିବାକୁ ମିଳିଛି।କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରାଯିବା ସହିତ ନବ ଦମ୍ପତି ଙ୍କୁ ବିବାହ ଉତ୍ସବ ରେ ରସୁଣ ର ମାଳ ପ୍ରଦାନ କରାଯାଇଛି। କଂଗ୍ରେସ ପକ୍ଷରୁ ତିର୍ତ୍ତୋଲ ବ୍ଲକ ଗରାମ ଗ୍ରାମର ଜ୍ୟୋତି ରଞ୍ଜନ ମଲିକ ଓ ତାଙ୍କ ପତ୍ନୀଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ କଂଗ୍ରେସ ପକ୍ଷରୁ ଏଭଳି ଅଭିନବ ପ୍ରତିବାଦ କରାଯାଇଛି।

କଂଗ୍ରେସ ନେତା ହିମାଂଶୁ ମଲ୍ଲିକ,, ପିସିସି ଦେବପ୍ରସାଦ ନାୟକ, ବ୍ଳକ କଂଗ୍ରେସ ସଭାପତି ନିହାର ରଞ୍ଜନ ନାୟକ, ସରପଞ୍ଚ ପ୍ରଦ୍ୟୁମ୍ନ କିଶୋର ଚୟନୀ ଏହି ବିବାହ କାର୍ଯ୍ୟ ରେ ଯୋଗଦେଇ ଉପସ୍ଥିତ ନବଦମ୍ପତିଙ୍କୁ ରସୁଣ ମାଳ ଉପହାର ଦେଇଥିଲେ।। ଏହି ବିବାହ କାର୍ଯ୍ୟ ରେ ବହୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ। ରସୁଣ ଦର ୫ଶହ ଟଙ୍କା ଦର ରେ ବଜାର ରେ ବିକ୍ରୀ ହେଉଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାର ରସୁଣ ଦର ସ୍ଥିର ରଖିବାରେ ବିଫଳ ହୋଇଥିବା କହିବା ସହିତ ରସୁଣ ର ଏହି ମୂଲ୍ୟବାନ ଉପହାର ଗ୍ରହଣ କରିବାକୁ ଏକ ଲେଖା ମାଧ୍ୟମରେ ନବ ଦମ୍ପତିଙ୍କୁ ଧରାଇ ଥିଲେ । ଉଭୟ ନବ ଦମ୍ପତି ଦୁହିଁଙ୍କ ବେକରେ ରସୁଣ ମାଳକୁ ପକାଇଥିଲେ। ରସୁଣ ଦର ବୃଦ୍ଧିକୁ ନେଇ ତିର୍ତ୍ତୋଲ ଯୁବ କଂଗ୍ରେସର ଏଭଳି ଅଭିନବ ପ୍ରୟାସ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।