ନବୀନ ନିବାସ ଘେରିବା ପାଇଁ ଯିବା ସମୟରେ ଧସ୍ତାଧସ୍ତି
Advertisement

ନବୀନ ନିବାସ ଘେରିବା ପାଇଁ ଯିବା ସମୟରେ ଧସ୍ତାଧସ୍ତି

Odisha Politics: ରାଜଧାନୀର ରାଜରାସ୍ତାରେ ମହିଳା କଂଗ୍ରେସର ଗର୍ଜନ ଶୁଣିବାକୁ ମିଳିଛି । ରାଜ୍ୟ ସରକାରଙ୍କ ବିଫଳତାକୁ କାରଣ ଦର୍ଶାଇ ମହିଳାମାନେ ନବୀନ ନିବାସ ଘେରାଉ କରିବାକୁ ଯିବା ସମୟରେ ପୋଲିସ୍ ସେମାନଙ୍କୁ ଅଟକାଇଛି । ମହିଳା କଂଗ୍ରେସ୍ ଏବଂ ପୋଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି ।

ନବୀନ ନିବାସ ଘେରିବା ପାଇଁ ଯିବା ସମୟରେ ଧସ୍ତାଧସ୍ତି

ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରେ ମହିଳା କଂଗ୍ରେସର ଗର୍ଜନ ଶୁଣିବାକୁ ମିଳିଛି । ରାଜ୍ୟ ସରକାରଙ୍କ ବିଫଳତାକୁ କାରଣ ଦର୍ଶାଇ ମହିଳାମାନେ ନବୀନ ନିବାସ ଘେରାଉ କରିବାକୁ ଯିବା ସମୟରେ ପୋଲିସ୍ ସେମାନଙ୍କୁ ଅଟକାଇଛି । ମହିଳା କଂଗ୍ରେସ୍ ଏବଂ ପୋଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି ।

ପୂର୍ବରୁ ମହିଳା କଂଗ୍ରେସର ଘେରାଉ ସମ୍ପର୍କରେ ଖବର ପାଇ ପୋଲିସ୍ ପକ୍ଷରୁ ବ୍ୟାରିକେଡ୍ ଲଗାଯାଇଥିବା ସମୟରେ ଆଜି ମହିଳା କଂଗ୍ରେସ୍ କର୍ମୀ ବ୍ୟାରିକେଡ୍ ଠେଲି ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଫଳରେ ପୋଲିସ୍ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ସେହି ସମୟରେ ପୋଲିସ୍ ସହ ମହିଳାମାନେ ଧସ୍ତାଧସ୍ତି ହୋଇଥିଲେ । ମହିଳା କଂଗ୍ରେସ ସଭାପତି ଅଳକା ଲାମ୍ୱା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଫେଲ୍ ମାରିଛି । ରାସ୍ତାରେ ମହିଳାଙ୍କୁ ଅଟକାଇ ରାଜ୍ୟ ସରକାର ଲୋକତନ୍ତ୍ରକୁ ହତ୍ୟା କରିଛନ୍ତି । ଆମେ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟି ଆଲୋଚନା କରିବାକୁ ଚାହୁଁଥିବା ସମୟରେ ପୋଲିସ୍ ଆମକୁ ସହଯୋଗ କରିବା ପରିବର୍ତ୍ତେ ରୋକୁଛି ।

Also Read- Grah Gochar 2024: ଏହି ୬ଟି ରାଶି ପାଇଁ ମାର୍ଚ୍ଚ ମାସ ଖୁବ୍ ଖାସ୍, ୫ ଗ୍ରହଙ୍କ ଚଳନରୁ ମିଳିବ ଲାଭ

Also Read- ମହିଳା ପର୍ଯ୍ୟଟକଙ୍କୁ ଅସଦାଚରଣ ଅଭିଯୋଗରେ ସେବାୟତ ଗିରଫ