Brahmapur News: ରିଲ୍ସ ନିଶା, ପାଠପଢା ଛାଡି଼ କଲେଜ ଛାତ ଉପରେ ଟାଇଟାନିକ୍ ପୋଜରେ ଦୁଇ ଛାତ୍ରୀ
Advertisement
Article Detail0/zeeodisha/odisha1864068

Brahmapur News: ରିଲ୍ସ ନିଶା, ପାଠପଢା ଛାଡି଼ କଲେଜ ଛାତ ଉପରେ ଟାଇଟାନିକ୍ ପୋଜରେ ଦୁଇ ଛାତ୍ରୀ

Brahmapur News: ଯୁବପିଢୀଙ୍କୁ ଘାରିଛି ରିଲ୍ସ ନିଶା (Risky reels shoot by Odisha college girl ) । ପାଠପଢା ଭୁଲି କଲେଜ ଛାତ ଉପରେ ବନାଉଛନ୍ତି ରିଲ୍ସ । ତାହା ପୁଣି ଅତି ବିପଦଜନକ ଭାବରେ । ଟିକେ ଏପଟ ସେପଟ ହେଲେ ଜୀବନ ଯାଇପାରେ। କିନ୍ତୁ ଏଥିପ୍ରତି ଯତ୍ନବାନ୍ ନୁହଁନ୍ତି ଦୁଇ ଛାତ୍ରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ବ୍ରହ୍ମପୁର ଶଶିଭୂଷଣ ରଥ ମହିଳା ମହାବିଦ୍ୟାଳୟର ଚାରି ମହଲା ଛାତ ଉପରେ (Sashi Bhushan Rath Government Women’s College in Berhampur) । 

Brahmapur News: ରିଲ୍ସ ନିଶା,  ପାଠପଢା ଛାଡି଼ କଲେଜ ଛାତ ଉପରେ ଟାଇଟାନିକ୍ ପୋଜରେ ଦୁଇ ଛାତ୍ରୀ

Brahmapur News: ଯୁବପିଢୀଙ୍କୁ ଘାରିଛି ରିଲ୍ସ ନିଶା (Risky reels shoot by Odisha college girl  ) । ପାଠପଢା ଭୁଲି କଲେଜ ଛାତ ଉପରେ ବନାଉଛନ୍ତି ରିଲ୍ସ । ତାହା ପୁଣି ଅତି ବିପଦଜନକ ଭାବରେ । ଟିକେ ଏପଟ ସେପଟ ହେଲେ ଜୀବନ ଯାଇପାରେ। କିନ୍ତୁ ଏଥିପ୍ରତି ଯତ୍ନବାନ୍ ନୁହଁନ୍ତି ଦୁଇ  ଛାତ୍ରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ବ୍ରହ୍ମପୁର ଶଶିଭୂଷଣ ରଥ ମହିଳା ମହାବିଦ୍ୟାଳୟର ଚାରି ମହଲା ଛାତ ଉପରେ (Sashi Bhushan Rath Government Women’s College in Berhampur) । କଲେଜର ଚାରି ମହଲା ଛାତ ଉପରେ ଛାତ୍ରୀ ମାନେ ବିପଦଜନକ ପରିସ୍ଥିତିରେ ରିଲ୍ସ କରୁଥିବା ଦୃଶ୍ୟ ବର୍ତ୍ତମାନ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ତେବେ ଏତେ ଖାମଖିଆଲି ଭାବେ ଛାତ୍ରୀ ମାନେ ରିଲ୍ସ କରୁଥିବା  ସମୟରେ ଯଦି କିଛି ଅଭାବନୀୟ ଘଟଣା ଘଟେ । ତେବେ, ଏଥିପାଇଁ ଦାୟି କିଏ ରହିବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। 

ଦେଖନ୍ତୁ Video: 

Also Read: Nabarangpur News: ଜହ୍ଲାଦ ପ୍ରେମିକ , ବାସ୍ ପ୍ରେମିକାର ଗୋଟିଏ ଭୁଲ ପାଇଁ ...

ସେପଟେ, ଏ-ହି ଘଟଣା କଲେଜ କର୍ତ୍ତୃପକ୍ଷଙ୍କ ନଜରକୁ ଆସିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କଲେଜ ପରିସରରେ ରିଲ୍ସ କରିବାକୁ ବାରଣ କରାଯାଇଛି। ସୂଚନା ଅନୁସାରେ, ଗତକାଲି କ୍ଲାସ୍  ଚାଲୁଥିବା ସମୟରେ ଦୁଇ ଜଣ ଯୁକ୍ତ ଦୁଇର ଛାତ୍ରୀ କ୍ଲାସରେ ଉପସ୍ଥିତ ନ ରହି ରିଲ୍ସ ବନାଇବାକୁ କଲେଜ ଛାତ ଉପରକୁ ଯାଇଥିଲେ (Shooting Reels On Rooftop)। ଏବଂ ବିଭିନ୍ନ ପୋଜ୍ ଦେଇ ଗୀତର ତାଳେ ତାଳେ ରିଲ୍ସ ପ୍ରସ୍ତୁତ କରିଥିଲେ। ପରେ ଛାତ୍ରୀଙ୍କ ଏହି ରିଲ୍ସ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।