CM Naveen Patnaik: ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖମନ୍ତ୍ରୀ
Advertisement
Article Detail0/zeeodisha/odisha2152034

CM Naveen Patnaik: ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖମନ୍ତ୍ରୀ

Odisha CM inaugurated projects of PWD Dept: ସୋମବାର ରାଜ୍ୟର ଜିଲ୍ଲାରେ ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖମନ୍ତ୍ରୀ। ଏହି କାର୍ଯ୍ୟରେ ସହଯୋଗ ପାଇଁ ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି ୫ଟି ଅଧ୍ୟକ୍ଷ।

 

 CM Naveen Patnaik: ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖମନ୍ତ୍ରୀ

Odisha CM laid the foundation of PWD Dept Project: ମାର୍ଚ୍ଚ ୧୧ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର, କେନ୍ଦୁଝର, ଖୋର୍ଦ୍ଧା, ବୌଦ୍ଧ ଆଦି ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉଦ୍‌ଘାଟିତ ହୋଇଥିବା ପ୍ରକଳ୍ପ ହେଉଛି ବଲାଙ୍ଗିର ଜିଲ୍ଲାର ରୂପାନ୍ତରିତ ହରିଶଙ୍କର ମନ୍ଦିର, କେନ୍ଦୁଝର ଜିଲ୍ଲା ଯୋଡ଼ା ଠାରେ ୨୫୮.୭୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ୩ କି.ମି. ବିଶିଷ୍ଟ ରାଜ୍ୟର ଦୀର୍ଘତମ ଫ୍ଲାଏ-ଓଭର, ଖୋର୍ଦ୍ଧା ଜିଲ୍ଲା ଜଟଣୀ କୁଦିଆରି ଠାରେ ୧୦୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୭୬୨ ମିଟର ଦୈର୍ଘ୍ୟବିଶିଷ୍ଟ ରେଳ ଓଭର-ବ୍ରିଜ, ଆଠମଲ୍ଲିକ-ଧଳପୁର ରାସ୍ତାରେ ମହନଦୀ ଉପରେ ୧୫୯.୩୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ୩ କି.ମି ପରିବ୍ୟାପ୍ତ ରାଜ୍ୟର ଦୀର୍ଘତମ ସେତୁ, ରାକଡୋର-ଫସାଦ ରାସ୍ତାରେ ତେଲ ନଦୀ ଉପରେ ୪୫.୮୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୦୦ ମିଟର ଦୈର୍ଘ୍ୟ ବିଶିଷ୍ଟ ସେତୁ ଏବଂ ୭୧.୫୯ କୋଟି ଟଙ୍କା ବ୍ୟୟରେ ବୌଦ୍ଧ-ମର୍ଯ୍ୟାକୁଦ ସଂଯୋଗୀକରଣ ରାସ୍ତାରେ ମହାନଦୀ ଉପରେ ସେତୁ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିତ୍ତି ଦିଆଯାଇଥିବା ପ୍ରକଳ୍ପ ଗୁଡିକ ହେଉଛି କଟକ ଜିଲ୍ଲା ନେମାଳ ଠାରେ ୨୫ କୋଟି ଟଙ୍କା ବ୍ୟୟ ଅଟକଳରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ପୀଠର ଉନ୍ନତିକରଣ କାର୍ଯ୍ୟ, ୩୨.୧୪ କୋଟି ଟଙ୍କା ବ୍ୟୟ ଅଟକଳରେ ଖୋର୍ଦ୍ଧା ମାଆ ଉଗ୍ରତାରା ଶକ୍ତିପୀଠର ଉନ୍ନତିକରଣ କାର୍ଯ୍ୟ, ୧୫୫.୭୨ କୋଟି ଟଙ୍କା ବ୍ୟୟ ଅଟକଳରେ ବୌଦ୍ଧ ଜିଲ୍ଲାର ବାଉଁଶୁଣୀ-ବୀରମହାରାଜପୁର ସଂଯୋଗୀକରଣ ରାସ୍ତାରେ ମହାନଦୀ ଉପରେ ୧୭୩୮ ମିଟର ଦୈର୍ଘ୍ୟବିଶିଷ୍ଟ ସେତୁ ନିର୍ମାଣ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଥିଲେ ଯେ ୫ଟି ଉପକ୍ରମରେ କାର୍ଯ୍ୟକାରୀ ହୋଇଥିବା ଏହି ପ୍ରକଳ୍ପ ପର୍ଯ୍ୟଟନ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ରାଜ୍ୟର ଏକ ପ୍ରମୁଖ ପୀଠ ହେଉଛି ହରିଶଙ୍କର। ସମନ୍ୱିତ ଐତିହ୍ୟ, ସ୍ମାରକୀ ଏବଂ ପର୍ଯ୍ୟଟନ ସ୍ଥଳ ବିକାଶ ଯୋଜନାରେ ହୋଇଥିବା ଏହି ପୀଠର ରୂପାନ୍ତରଣ କାର୍ଯ୍ୟ ଏଠାକୁ ଆସୁଥିବା ଯାତ୍ରୀଙ୍କୁ ଉତ୍ତମ ସେବା ଯୋଗାଇବାରେ ସଫଳ ହେବ। ଏହା ସହିତ ଅଞ୍ଚଳବାସୀଙ୍କ ଆର୍ଥିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସଂସ୍କୃତି ଗୋଟିଏ ଜାତିର ଅସ୍ମିତାର ପରିଚୟ। ଏହାର ସୁରକ୍ଷା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ। କଟକ ଜିଲ୍ଲାର ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦଙ୍କ ଗାଦି ଓ ପୀଠ ଏବଂ ଖୋର୍ଦ୍ଧା ଜିଲ୍ଲାର ମାଆ ଉଗ୍ରତାରା ପୀଠର ରୂପାନ୍ତରଣ ପାଇଁ ଆଜି ଭିତ୍ତି ଦିଆଗଲା। ଏହି ମହାନ ପୀଠର ବିକାଶ ଦ୍ୱାରା ଓଡିଆ ଜାତିର ଭାବଗତ ବନ୍ଧନ ଆହୁରି ମଜବୁତ୍‌ ହେବ। 

ସୋମବାର କେନ୍ଦୁଝର ଜିଲ୍ଲାର ଯୋଡା ଠାରେ ରାଜ୍ୟର ସବୁଠାରୁ ବଡ ଫ୍ଲାଏ ଓଭର, ଖୋର୍ଦ୍ଧା ଜଟଣୀ ଠାରେ ରେଳ ଓଭରବ୍ରିଜ, ତେଲ ନଦୀ ଉପରେ ହାଇ ଲେଭଲ ସେତୁ, ମର୍ଯ୍ୟାକୁଦ ରାସ୍ତା ହାଇ ଲେଭଲ ସେତୁ ଏବଂ ଆଠମଲ୍ଲିକ-ଧଳପୁର ରାସ୍ତାରେ ସବୁଠାରୁ ବଡ ସେତୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହିସବୁ ପ୍ରକଳ୍ପ ଆମର ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ମଜବୁତ୍‌ କରିବା ସହିତ ଯାତ୍ରା ସମୟକୁ ମଧ୍ୟ ହ୍ରାସ କରିବ। ଏହି ସବୁ ପ୍ରକଳ୍ପ ଦ୍ୱାରା ଲକ୍ଷ ଲକ୍ଷ ଲୋକ ଉପକାର ପାଇବେ। ଯୋଗାଯୋଗ ହେଉଛି ସମୃଦ୍ଧିର ଆଧାର। ୫ଟି ଉପକ୍ରମରେ ଏବେ ରାଜ୍ୟରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବ୍ୟାପକ ରୂପାନ୍ତର ଆସିଛି। ଯାହା ବିକାଶର ମାର୍ଗକୁ ପ୍ରଶସ୍ତ କରିଛି। ବିକାଶର ଏହି ଯାତ୍ରାରେ ରାଜ୍ୟବାସୀଙ୍କ ପୂର୍ଣ୍ଣ ସହଯୋଗ ଆମକୁ ଶକ୍ତି ଦେଉଛି ବୋଲି କହି ନୂଆ ଓଡିଶା ସଶକ୍ତ ଓଡିଶା ଗଠନ ପାଇଁ ଏହି ସହଯୋଗ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। 

୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରି କହିଥିଲେ ଯେ କମ୍ ସମୟ ମଧ୍ୟରେ ବାବା ହରିଶଙ୍କରଙ୍କ ପୀଠ ରୂପାନ୍ତରଣ କାର୍ଯ୍ୟ ସମସ୍ତଙ୍କ ସହଯୋଗରେ ସୁନ୍ଦର ଭାବରେ ସମ୍ପୂର୍ଣ୍ଣ ହୋଇଛି। ଯୋଡ଼ା ଠାରେ ଓଡିଶାର ଦୀର୍ଘତମ ଫ୍ଲାଏ ଓଭର ନିର୍ମାଣ ପାଇଁ ପୂର୍ତ୍ତ ବିଭାଗକୁ ଧନ୍ୟବାଦ ଦେଇଥିଲେ। ନେମାଳବାସୀଙ୍କୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆପଣଙ୍କ ଅନୁରୋଧ ରକ୍ଷା କରିଛନ୍ତି। ଖୁବ୍‌ ଶୀଘ୍ର କାମ ଆରମ୍ଭ ହେବ। ପୀଠର ଉନ୍ନତିକରଣ ପାଇଁ ସମସ୍ତେ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ। 

ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଠାରେ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଖୋର୍ଦ୍ଧା ଠାରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ପାଟଣାଗଡ ଠାରେ ବିଧାୟକ ସରୋଜ କୁମାର ମେହେର, ଚମ୍ପୁଆ ଠାରେ ବିଧାୟିକା ମୀନାକ୍ଷୀ ମହନ୍ତ, ନେମାଳ ଠାରେ ବିଧାୟକ ଚନ୍ଦ୍ର ସାରଥୀ ବେହେରା, ମାହାଙ୍ଗା ଠାରେ ବିଧାୟକ ପ୍ରତାପ ଜେନା, ଖୋର୍ଦ୍ଧା ଠାରେ ଆମ ଓଡିଶା ନବୀନ ଓଡିଶା ସଂଯୋଜିକା ଶ୍ରୀମୟୀ ଶ୍ୱେତସ୍ନିଗ୍ଧା ମିଶ୍ର ଯୋଗଦେଇଥି। 

ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଐତିହାସିକ ଏବଂ ଯୁଗାନ୍ତକାରୀ ପଦକ୍ଷେପ ନେଇଥାନ୍ତି। ରାଜ୍ୟବାସୀ ଏପରି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ପାଇ ଗର୍ବିତ। ଯିଏ ଲୋକଙ୍କ ମତାମତ ଆଧାରରେ ଦିନରାତି ରାଜ୍ୟବାସୀଙ୍କ କଲ୍ୟାଣ ଚିନ୍ତା କରିଥାନ୍ତି। ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ଏବଂ ଦିଗ୍‌ଦର୍ଶନରେ କାର୍ଯ୍ୟକାରୀ ହେଉଥିବା ରୂପାନ୍ତରଣକୁ ସମଗ୍ର ବିଶ୍ୱ ଦେଖୁଛି। ରାଜ୍ୟକୁ ଏକ ସର୍ବଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ଏବଂ ରାଜ୍ୟବାସୀ କିଭଳି ଭଲରେ ରହିବେ ସେହି ଚିନ୍ତା କରି ମୁଖ୍ୟମନ୍ତ୍ରୀ ଏଭଳି ଯୁଗାନ୍ତକାରୀ ପଦକ୍ଷେପ ନେଉଛନ୍ତି ବୋଲି କୁହାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ସ୍ୱାଗତ ଭାଷଣ ଦେଇଥିଲେ ସ୍ୱତନ୍ତ୍ର ଶାସନ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ।