Plus Two Exams: ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜିଠୁ ପଠାଯିବ ପ୍ରଶ୍ନପତ୍ର, ଏହି ଦିନ ବାହାରିବ ରେଜଲ୍ଟ!
Advertisement
Article Detail0/zeeodisha/odisha2103119

Plus Two Exams: ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜିଠୁ ପଠାଯିବ ପ୍ରଶ୍ନପତ୍ର, ଏହି ଦିନ ବାହାରିବ ରେଜଲ୍ଟ!

Plus Two Exams: ଆସନ୍ତା ୧୬ ତାରିଖରୁ ଯୁକ୍ତ ଦୁଇ ଥିଓରି ପରୀକ୍ଷା (Plus Two Exams 2024) ।  ତା ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା  ପରିଷଦ (ସିଏଚଏସଇ)  ପକ୍ଷରୁ  ଆଜି (ଶନିବାର) ଠାରୁ ପରୀକ୍ଷା ପରିଚାଳନା  ହବ୍ ଗୁଡିକୁ ପ୍ରଶ୍ନପତ୍ର ଓ ଉତ୍ତର  ଖାତା  ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପଠାଇବା ଦିଗରେ ପଦକ୍ଷେପ ନିଆଯାଇଛି। 

Plus Two Exams: ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜିଠୁ ପଠାଯିବ ପ୍ରଶ୍ନପତ୍ର,  ଏହି ଦିନ ବାହାରିବ ରେଜଲ୍ଟ!

Plus Two Exams: ଆସନ୍ତା ୧୬ ତାରିଖରୁ ଯୁକ୍ତ ଦୁଇ ଥିଓରି ପରୀକ୍ଷା (Plus Two Exams 2024) ।  ତା ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା  ପରିଷଦ (ସିଏଚଏସଇ)  ପକ୍ଷରୁ  ଆଜି (ଶନିବାର) ଠାରୁ ପରୀକ୍ଷା ପରିଚାଳନା  ହବ୍ ଗୁଡିକୁ ପ୍ରଶ୍ନପତ୍ର ଓ ଉତ୍ତର  ଖାତା  ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପଠାଇବା ଦିଗରେ ପଦକ୍ଷେପ ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଫେବୃଆରୀ ୧୦ରୁ ୧୫  ଏବଂ ଦ୍ବୀତିୟ ପର୍ଯ୍ୟାୟରେ ଫେବୃଆରୀ ୨୯ ରୁ ମାର୍ଚ୍ଚ ୩ ମଧ୍ୟରେ  ପ୍ରଶ୍ନପତ୍ର ସହ ସମସ୍ତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର  ପଠାଯିବ। ତେଣୁ ସମ୍ପୃକ୍ତ କାଗଜପତ୍ର ସଂଗ୍ରହ କରିବାକୁ ଇଏମଏଚ୍ ସୁପର ଭାଇଜର ଓ ଡେପୁଟି ସୁପର ଭାଇଜର ଉପସ୍ଥିତ ରହିବାକୁ  ପରିଷଦ ପଶ୍ରରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶ୍ନପତ୍ର ଓ  ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପହଞ୍ଚିବା ପୂର୍ବରୁ  ସମସ୍ତ ହବ୍ ରେ ୨୪ ଘଣ୍ଟିଆ ସିସିଟିଭି ବ୍ୟବସ୍ଥା ସହ ପୋଲିସ୍ ମୃତୟନ କରିବାକୁ ୨୦୨ ହବ୍ ସୁପରଭାଇଜର ତଥା କଲେଜ ଅଧ୍ୟକ୍ଷ ମାନଙ୍କୁ କୁହାଯାଇଛି। ଉପାନ୍ତ ଓ ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକର ପରୀକ୍ଷା କ୍ରେନ୍ଦ୍ରକୁ ପ୍ରଥମେ ପ୍ରଶ୍ନପତ୍ର ପଠାଯିବ ବୋଲି ଜଣାପଡି଼ଛି।  

ALSO READ: Weather Update: ଆସନ୍ତାକାଲି ଠୁ ବର୍ଷା, ୧୭ ଜିଲ୍ଲାକୁ ଆଲର୍ଟ ଜାରି!

ସୂଚନାଥାଉ କି, ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ପରାମର୍ଶ ଦିଆଯାଇଛି । ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ଆଡ଼ମିଟ୍ କାର୍ଡ଼ ଯାଞ୍ଚ କରାଯାଇ ହଲ ଭିତରକୁ ପ୍ରବେଶ ଅନୁମତି ମିଳିବ । ତେବେ ସମସ୍ତ ପରୀକ୍ଷା କେନ୍ଦ୍ର ସିସିଟିଭି ଅଧୀନରେ ରହିବ । ଫେବୃଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ଥୀଓରି ପରୀକ୍ଷା (Plus Two Exam)ମାର୍ଚ୍ଚ ୨୦ ତାରିଖ ଯାଏଁ ପରୀକ୍ଷା ଚାଲିବ । ଚଳିତ ବର୍ଷ ବିଜ୍ଞାନରେ ପ୍ରାୟ ୯୦ ହଜାର, କଳାରେ ପ୍ରାୟ ୪ ଲକ୍ଷ ଓ ବାଣିଜ୍ୟରେ ପ୍ରାୟ ୭୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବା ନେଇ ସୂଚନା ମିଳିଛି । 

ପରୀକ୍ଷା ସରିବା ପରେ ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ଫଳାଫଳ ପ୍ରକାଶ (12th exam result 2024) କରିବାକୁ ପରିଷଦ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ଅନ୍ୟପଟେ ଆବଶ୍ୟକ ପଡ଼ିଲେ ସାଧାରଣ ନିର୍ବାଚନ (General Election 2024) ପରେ ରେଜଲ୍ଟ ପ୍ରକାଶ କରାଯିବ । ତେବେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ନଜରରେ ରଖି ଶୀଘ୍ର ପରୀକ୍ଷା କରାଯାଉଛି । ନିର୍ବାଚନ ଲାଗି ରାଜ୍ୟର ଅନେକ କଲେଜରେ ବ୍ୟବସ୍ଥା କରାଯିବା ସହ ଅନେକ ଅଧ୍ଯାପକ, ଅଧ୍ଯାପିକା ଓ କର୍ମଚାରୀଙ୍କୁ ନିର୍ବାଚନ ଦାୟିତ୍ବରେ ସାମିଲ କରାଯିବ । ତେଣୁ ନିର୍ବାଚନ ପୂର୍ବରୁ ଯୁକ୍ତ ୨ ପରୀକ୍ଷା ଶେଷ କରିବା ସହ ଫଳାଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି ।