Vijay Sharma: ଆଜି ଛତିଶଗଡ ଉପମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଓଡି଼ଶା ଗସ୍ତ, ଜାଣନ୍ତୁ କ'ଣ ରହିଛି କାର୍ଯ୍ୟକ୍ରମ?
Advertisement
Article Detail0/zeeodisha/odisha2163458

Vijay Sharma: ଆଜି ଛତିଶଗଡ ଉପମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଓଡି଼ଶା ଗସ୍ତ, ଜାଣନ୍ତୁ କ'ଣ ରହିଛି କାର୍ଯ୍ୟକ୍ରମ?


Vijay Sharma: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ତା ପୂର୍ବରୁ ରାଜ୍ୟକୁ ଆସୁଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତା।  ଆଜି ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା (Chhattisgarh Deputy CM Vijay Sharma) ଦିନିକିଆ ଓଡି଼ଶା ଗସ୍ତରେ ଆସୁଛନ୍ତି। ଗସ୍ତ ବେଳେ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।  

ସୌଜନ୍ୟ-ସୋସିଆଲ ମିଡି଼ଆ

Vijay Sharma: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ତା ପୂର୍ବରୁ ରାଜ୍ୟକୁ ଆସୁଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତା।  ଆଜି ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା (Chhattisgarh Deputy CM Vijay Sharma) ଦିନିକିଆ ଓଡି଼ଶା ଗସ୍ତରେ ଆସୁଛନ୍ତି। ଗସ୍ତ ବେଳେ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।  ବିଶେଷ କରି,ବିକଶିତ ଭାରତ ଗଠନ ପାଇଁ ଜନପରାମର୍ଶ ଓ ଜନସହଯୋଗ ପାଇଁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଦେଇଥିବା ଚିଠିକୁ ରାଜ୍ୟର ୧ କୋଟି ପରିବାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଲୋକଙ୍କୁ କହିବେ। 'ବିକଶିତ ଓଡି଼ଶା ଓ ବିକଶିତ ଭାରତ' ହିଁ ମୋଦିଙ୍କ ଗ୍ୟାରେଣ୍ଟି। ମୋଦି ପୁଣି ଥରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ। ବିଜେପି ଦେଶ ଓ ରାଜ୍ୟରେ ସରକାର ଗଠନ କରିବ।

ALSO READ: Weather Update: ଆଜି ଏହି ସବୁ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା, ବର୍ଷା, ଘଡଘଡି ନେଇ ସତର୍କତା ଜାରି

ALSO READ: Today Horoscope: ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

ଲୋକସଭା ନିର୍ବାଚନରେ ୪ ଶହରୁ ଅଧିକ ଆସନ ଜିତି ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ପ୍ରଚାର କରିବ। ଏହି ଅଭିଯାନରେ ନବରଙ୍ଗପୁରବାସୀଙ୍କୁ ସାମିଲ୍ କରିବା ପାଇଁ  ଆଜି ଓଡି଼ଶା ଆସୁଛନ୍ତି ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା।  ଏହି ଗସ୍ତ ବେଳେ କର୍ମକର୍ତ୍ତା ସମ୍ମିଳନୀ ସହ ବାଣିଜ୍ୟ ସଂଘ ସଦ୍ୟସ୍ୟଙ୍କ ବୈଠକ, ଲାଭାର୍ଥୀ ସମ୍ମିଳନୀ ଓ ଘର ଘର ଜନ ସମ୍ପର୍କ କାର୍ଯ୍ୟକ୍ରମରେ ଯୋଗ ଦେବେ।  ଉପମୁଖ୍ୟମନ୍ତ୍ରୀ ଗସ୍ତ ଲୋକଙ୍କ ମଧ୍ୟରେ ଏକ ନୂଆ ଉତ୍ସାହ ସୃଷ୍ଟି କରିବ ବୋଲି ରାଜ୍ୟ ସମ୍ପାଦକ ସରୋଜ କର୍ ସୂଚନା ଦେଇଛନ୍ତି।