Srimandir: ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ
Advertisement
Article Detail0/zeeodisha/odisha2218851

Srimandir: ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ

Srimandir: ଆଜି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ଅପରାହ୍ନ ସାଢ଼େ ୫ଟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ ଛତିଶା ନିଯୋଗ ବୈଠକ। ଏହି ବୈଠକରେ ଅନ୍ଯମାନଙ୍କ ମଧ୍ୟରେ ଛତିଷା ନିଯୋଗ ମହାନାୟକ, ଜିଲ୍ଲାପାଳ ତଥା ଉପମୁଖ୍ଯ ପ୍ରଶାସକ, ଏସପି ଉପସ୍ଥିତ ରହିବେ। 

Srimandir: ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ

Srimandir: ଆଜି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ଅପରାହ୍ନ ସାଢ଼େ ୫ଟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ ଛତିଶା ନିଯୋଗ ବୈଠକ। ଏହି ବୈଠକରେ ଅନ୍ଯମାନଙ୍କ ମଧ୍ୟରେ ଛତିଷା ନିଯୋଗ ମହାନାୟକ, ଜିଲ୍ଲାପାଳ ତଥା ଉପମୁଖ୍ଯ ପ୍ରଶାସକ, ଏସପି ଉପସ୍ଥିତ ରହିବେ। ତେବେ ଚନ୍ଦନଯାତ୍ରା ୨୦୨୪ର ନୀତି ନିର୍ଘଣ୍ଟ ଉପରେ ମୋହର ମାରିବ ଛତିଷା ନିଯୋଗ। ବୈଠକରେ ଶ୍ରୀମନ୍ଦିରରେ ସମସ୍ତ ସେବାୟତ ନିଯୋଗର ସଭାପତି ଓ ସମ୍ପାଦକଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟ ମଧ୍ୟ ଉପସ୍ଥିତ ରହିବେ।

ଆସନ୍ତା ମାସ ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ପାଇଁ ନୀତି ନିର୍ଘଣ୍ଟ ଅନୁମୋଦନ ପାଇଁ ବୈଠକରେ ବିଶେଷ ଆଲୋଚନା ହେବ।ଚଳିତବର୍ଷ ମେ ୧୦ ତାରିଖରେ ପଡ଼ୁଛି ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପୂର୍ବକ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହେବ। ଏହା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା ବି ଆରମ୍ଭ ହେବ। ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ପବିତ୍ର ଅକ୍ଷୟ ତୃତୀୟାଠାରୁ ୨୧ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ। ନନ୍ଦା, ଭଦ୍ରା ଓ ବୈଜୟନ୍ତୀ ଡଙ୍ଗାରେ ବସି ଚାପ ଖେଳିବେ। ପ୍ରତିବର୍ଷ ଭଳି ଗତକାଲି ଚୈତ୍ର ପୂର୍ଣ୍ଣିମା ତିଥିରେ ଏହାର ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି। ‌

ଭୋଇସର୍ଦ୍ଦାର ରବି ଭୋଇଙ୍କ ନେତୃ୍ତ୍ବରେ ପ୍ରାୟ ୩୦ଜଣ ଭୋଇସେବକ ଗତ ଚନ୍ଦନଯାତ୍ରା ପରଠାରୁ ନରେନ୍ଦ୍ରରେ ବୁଡ଼ି ରହିଥିବା ନନ୍ଦା, ଭଦ୍ରା ଓ ବୈଜୟନ୍ତୀ ଡଙ୍ଗାଙ୍କୁ ପାଣି ଉପରକୁ ଉଠାଇଛନ୍ତି। ତିନି ଡଙ୍ଗା ସାଜସଜ୍ଜା ପରେ ଚନ୍ଦନଯାତ୍ରା ଦିନ ନରେନ୍ଦ୍ରରେ ମହାପ୍ରଭୁଙ୍କୁ ସାଙ୍ଗରେ ଧରି ଚାପ ଖେଳିବେ।