OAS ସ୍ତରରେ ଅଦଳବଦଳ: ଉଚ୍ଚଶିକ୍ଷା ସ୍ୱତନ୍ତ୍ର ସଚିବ ହେଲେ ଚିତ୍ତରଞ୍ଜନ ପାତ୍ର
Advertisement
Article Detail0/zeeodisha/odisha2002818

OAS ସ୍ତରରେ ଅଦଳବଦଳ: ଉଚ୍ଚଶିକ୍ଷା ସ୍ୱତନ୍ତ୍ର ସଚିବ ହେଲେ ଚିତ୍ତରଞ୍ଜନ ପାତ୍ର

ରାଜ୍ୟରେ ଓଏଏସ ସ୍ତରରେ ଅଦଳବଦଳ ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି ।

OAS ସ୍ତରରେ ଅଦଳବଦଳ: ଉଚ୍ଚଶିକ୍ଷା ସ୍ୱତନ୍ତ୍ର ସଚିବ ହେଲେ ଚିତ୍ତରଞ୍ଜନ ପାତ୍ର

ଭୁବନେଶ୍ୱର: ରାଜ୍ୟର କାର୍ଯ୍ୟରତ କିଛି ଓଏଏସ ଅଫିସରଙ୍କୁ ବଦଳି କରାଯାଇ ନୂଆ ଦାୟିତ୍ୱ ଦିଆଯାଇଛି । ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ ଦିଆଯାଇଛି ଓଏଏସ୍ ଚିତ୍ତରଞ୍ଜନ ପାତ୍ରଙ୍କୁ । ତାଙ୍କ ସ୍ଥାନରେ ବର୍ତ୍ତମାନ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱରେ ଥିବା ଓଏଏସ୍ ଦିଲ୍ଲୀପ କୁମାର ପରିଡ଼ାଙ୍କୁ ବଦଳି କରାଯାଇଛି । ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଧୀରେନ୍ଦ୍ରନାଥ କରଙ୍କୁ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ୱ ଏବଂ ଯୁଗ୍ମସଚିବ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇଙ୍କୁ କୋରାପୁଟ କେବିକେ ପ୍ରଶାସକ ଭାବରେ ବଦଳି କରାଯାଇଥିବା ସୂଚନା ମିଳିଛି । 

କେବଳ ସେତିକି ନୁହେଁ, ଗଜପତି ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ନୀଳମାଧବ ମାଝୀଙ୍କୁ ମଧ୍ୟ ବଦଳି କରାଯାଇ ଗଞ୍ଜାମ ଛତ୍ରପୁରକୁ ଅତରିକ୍ତ ଉପଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି ।

Also Read- Bollywood News: ଜନ୍ମଦିନରେ ଭାବପ୍ରବଣରେ କେକ୍ କାଟିଲେ ଧର୍ମେନ୍ଦ୍ର, କାନ୍ଦି ପକାଇଲେ ସନ୍ନି ଦେଓଲ

Also Read- Police Encounter: ଦିଲ୍ଲୀ ଭିଭିଆଇପି ଅଞ୍ଚଳରେ ପୋଲିସ ଏନକାଉଣ୍ଟର, ନାବାଳକ ସହ ୨ ଗିରଫ