Train Cancelled: ଆଜି ଭୁବନେଶ୍ବରରୁ ଏହି ସବୁ ରୁଟରେ ଗଡି଼ବନି ଟ୍ରେନ୍, ଚେକ୍ କରି ନିଅନ୍ତୁ ପୂରା ତାଲିକା
Advertisement

Train Cancelled: ଆଜି ଭୁବନେଶ୍ବରରୁ ଏହି ସବୁ ରୁଟରେ ଗଡି଼ବନି ଟ୍ରେନ୍, ଚେକ୍ କରି ନିଅନ୍ତୁ ପୂରା ତାଲିକା

Train Cancelled: 'ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ ' (Passenger)। ଆଜି ଯେଉଁମାନେ ଭୁବନେଶ୍ବର ରେଲଓ୍ବେ ଷ୍ଟେସନରୁ (Bhubaneswar railway station) ଯାତ୍ରା କରିବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ଏହି ଖବରଟି ବେଶ ଗୁରୁତ୍ବପୂର୍ଣ୍ଣ। କାହିଁକିନା ଆଜି ଭୁବନେଶ୍ବର ରେଳ ଷ୍ଟେସନରୁ ଗଡିବାକୁ ଥିବା କିଛି ଟ୍ରେନକୁ ବାତିଲ୍ କରାଯାଇଛି।  ବାଲେଶ୍ବର ନିକଟରେ ରେଳ ଲାଇନ୍ ମରାମତି କରାଣରୁ କିଛି ଟ୍ରେନକୁ ବାତିଲ୍ (Train Cancelled) କରାଯାଇଥିବା ବେଳେ ଆଉ କେତେକ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । 

ସୌଜନ୍ୟ- ସୋସିଆଲ ମିଡି଼ଆ

Train Cancelled: 'ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ ' (Passenger)। ଆଜି ଯେଉଁମାନେ ଭୁବନେଶ୍ବର ରେଲଓ୍ବେ ଷ୍ଟେସନରୁ (Bhubaneswar railway station) ଯାତ୍ରା କରିବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ଏହି ଖବରଟି ବେଶ ଗୁରୁତ୍ବପୂର୍ଣ୍ଣ। କାହିଁକିନା ଆଜି ଭୁବନେଶ୍ବର ରେଳ ଷ୍ଟେସନରୁ ଗଡିବାକୁ ଥିବା କିଛି ଟ୍ରେନକୁ ବାତିଲ୍ କରାଯାଇଛି।  ବାଲେଶ୍ବର ନିକଟରେ ରେଳ ଲାଇନ୍ ମରାମତି କରାଣରୁ କିଛି ଟ୍ରେନକୁ ବାତିଲ୍ (Train Cancelled) କରାଯାଇଥିବା ବେଳେ ଆଉ କେତେକ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ଏନେଇ ପୂର୍ବତଟ ରେଳପଥ ପକ୍ଷରୁ (Indian Railway) ସୂଚନା ଦିଆଯାଇଛି। ତେବେ, ଏହି ଟ୍ରେନ୍ ବାତିଲ୍  ଯୋଗୁଁ ଆଜି ଶହଶହ ଯାତ୍ରୀ ହଇରାଣ ହରକତ ହେବେ। 

Also Read: laxmi Bus Scheme: ଏହି ଦିନ ମାଲକାନଗିରି ବଣ୍ତା ଘାଟିରୁ ‘ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଏହି ସବୁ ଟ୍ରେନ୍ ଗୁଡିକ ହୋଇଛି ବାତିଲ୍:

ଟ୍ରେନ୍ ନମ୍ବର ୦୮୦୩୧ ବାଲେଶ୍ବର-ଭଦ୍ରକ୍ ସ୍ପେଶାଲ  ,୦୮୦୩୨ ଭଦ୍ରକ-ବାଲେଶ୍ବର ସ୍ପେଶାଲ, ୧୮୦୩୭ ଖଡକପୁର -ଯାଜପୁର କେନ୍ଦୁଝର  ରୋଡ୍ ଏକ୍ସପ୍ରେସ, ୧୮୦୩୮ ଯାଜପୁର-କେନ୍ଦୁଝର ରୋଡ଼ ଖଡକପୁର ଏକ୍ସପ୍ରେସ୍, ୧୮୦୨୧ ଖଡକପୁର-ଖୋର୍ଦ୍ଦା ରୋଡ଼ ଏକ୍ସପ୍ରେସ ଆଜି ବାତିଲ ହୋଇଛି। ସେହିପରି, ୧୮୦୨୨ ଖୋର୍ଦ୍ଧା ରୋଡ଼ ଖଡକପୁର ଏକ୍ସପ୍ରେସ୍, ୦୮୦୧୭ ଖଡକପୁର -ବାଲେଶ୍ବର ସ୍ପେଶାଲ, ୦୮୦୧୮ ବାଲେଶ୍ବର ଖଡ଼କପୁର ସ୍ପେଶାଲ, ୧୮୦୪୩ ହାଓ୍ବଡା- ଭଦ୍ରକ୍ ଏକ୍ସପ୍ରେସ ଓ ୧୮୦୪୪ ଭଦ୍ରକ- ହାଓ୍ବଡା ଏକ୍ସପ୍ରେସ୍ ମଧ୍ୟ ଆଜି ଗଡିବନି। 

ସେହିପରି ଆଉ କିଛି ଟ୍ରେନର ଗତିପଥ ମଧ୍ୟ ପରିବର୍ତ୍ତନ କରାଯାଇଛି।  ସେହି ଟ୍ରେନ୍ ଗୁଡି଼କ ହେଲା,  ଟ୍ରେନ ନମ୍ବର(୦୮୪୧୬)  ପୁରୀ -ଜଳେଶ୍ବର ସ୍ପେଶାଲ , (୦୮୪୧୫) ଜଳେଶ୍ବର -ପୁରୀ ସ୍ପେଶାଲ ସ୍ପେଶାଲ, (୦୮୪୧୧) ଭୁବନେଶ୍ବର-ବାଲେଶ୍ବର ସ୍ପେଶାଲ୍, ଓ (୦୮୪୧୨) ବାଲେଶ୍ବର-ଭୁବନେଶ୍ବର ସ୍ପେଶାଲ ଟ୍ରେନ କେବଳ ଭଦ୍ରକ ପର୍ଯ୍ୟନ୍ତ ଯାତ୍ରା କରିବ। ବାଲେଶ୍ବରକୁ ଏହି ସବୁ ଟ୍ରେନ୍ ଚଳାଚଳ କରିବ ନାହିଁ।