Odisha News: ୩ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ
Advertisement
Article Detail0/zeeodisha/odisha2416165

Odisha News: ୩ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ

Odisha News: ଚଳିତ ବର୍ଷଠାରୁ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଉପରୋକ୍ତ ପ୍ରସ୍ତାବ ସହ ମୋଟ ୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏନେଇ ଆଜି ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । 

ମନ୍ତ୍ରୀ କହିଛନ୍ତି ଯେ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ଚଳିତ ବର୍ଷ ମୋଟ ୩ ଲକ୍ଷ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଉପକୃତ ହେବେ । ଯୋଜନା ପାଇଁ ମୋଟ ୧୫୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ଯୋଜନାରେ ଅଷ୍ଟମରୁ ଉତ୍ତୀର୍ଣ୍ଣ ହୋଇ ନବମ ଏବଂ ଦଶମରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶକୁ ଯାଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ରାଶି ଭାବେ ବାର୍ଷିକ ୫ ହଜାର ଟଙ୍କା  ରାଜ୍ୟ ସରକାର ରାଜ୍ୟ ସରକାର ଯୋଗାଇ ଦେବେ ।
 
 ସେହିପରି ଦ୍ବିତୀୟ ପ୍ରସ୍ତାବ ଭାବେ ଓଡ଼ିଶା ଦ୍ରବ୍ୟ ଓ ସେବା କର, ଅଧିନିୟମ ୨୦୧୭ ରେ କେତେକ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଅପରପକ୍ଷେ ରାଜ୍ୟ କ୍ୟାବିନେଟ ହୀରାକୁଦ ଡ୍ୟାମ ପ୍ରକଳ୍ପ କେନାଲ ପଦ୍ଧତିର ନବୀକରଣ ଯୋଜନାକୁ ଅନୁମୋଦନ ଦେଇଛନ୍ତି । ଏହି ଯୋଜନା ପାଇଁ ୨୦୨୪-୨୫ ରୁ ୨୦୨୭-୨୮ ମଧ୍ୟରେ ମୋଟ ୮୫୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଯାହାଫଳରେ ହୀରାକୁଦ ସେଚାଞ୍ଚଳରେ କେନାଲ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ ।