Bus Owner Protest: ଆନ୍ଦୋଳନକୁ ଓହ୍ଲାଇଲା ରାଜ୍ୟ ବସ ସଂଘ
Advertisement
Article Detail0/zeeodisha/odisha1973347

Bus Owner Protest: ଆନ୍ଦୋଳନକୁ ଓହ୍ଲାଇଲା ରାଜ୍ୟ ବସ ସଂଘ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଲାକମୀ ବା ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ।  ଭୁବନେଶ୍ୱର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ଘରୋଇ ବସ ମାଲିକ ସଂଘର ସଦସ୍ୟଗଣ। ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି ବସ ମାଲିକ। ସରକାର ନ ଶୁଣିଲେ ଡି

Bus Owner Protest: ଆନ୍ଦୋଳନକୁ ଓହ୍ଲାଇଲା ରାଜ୍ୟ ବସ ସଂଘ

Bus Owner Protest: ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଲାକମୀ ବା ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ।  ଭୁବନେଶ୍ୱର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ଘରୋଇ ବସ ମାଲିକ ସଂଘର ସଦସ୍ୟଗଣ। ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି ବସ ମାଲିକ। ସରକାର ନ ଶୁଣିଲେ ଡିସେମ୍ବର ୧ ତାରିଖରେ ବସ ଧର୍ମଘଟ ପାଇଁ ସଂଘ ଚେତାବନୀ ଦେଇଛି। ସୂଚନାଯୋଗ୍ୟ, କଟକ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଏକ ବୈଠକରେ ୨୨ ତାରିଖ ଦିନ ବିଧାନସଭା ଆଗରେ ପ୍ରତିବାଦ ନିଷ୍ପତ୍ତିକୁ ସମ୍ମତି ପ୍ରଦାନ କରାଯାଇଥିଲା। ୧୦୦ ଜଣ ବସ୍ ମାଲିକ ଏହି ପ୍ରତିବାଦରେ ସାମିଲ୍ ହେବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସୂଚନାଯୋଗ୍ୟ ଆସନ୍ତା ୨୫ ତାରିଖରେ ରାୟଗଡ଼ାରେ ଲକ୍ଷ୍ମୀ ବସ୍ ଯୋଜନାରେ ୪୦ଟି ବସ୍ ର ଉଦଘାଟନ ରହିଛି। ଏହାପୂର୍ବରୁ ଗଜପତି, କୋରାପୁଟ ଭଳି ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ଚାଲୁଛି ଲକ୍ଷ୍ମୀ ବସ୍।