ବିଜେଡିକୁ ନେଇ ଏଭଳି କଟାକ୍ଷ କଲେ ବିଜେପି ନେତା ଜୟନାରାୟଣ ମିଶ୍ର
Advertisement
Article Detail0/zeeodisha/odisha2511084

ବିଜେଡିକୁ ନେଇ ଏଭଳି କଟାକ୍ଷ କଲେ ବିଜେପି ନେତା ଜୟନାରାୟଣ ମିଶ୍ର

Bjp mla jayanarayan mishra: ନେତାଙ୍କ ଗୁରୁତ୍ଵ ବଢିଛି। ଜାନକୀ ବାବୁଙ୍କ ସମୟରୁ ଅଫିସରଙ୍କୁ ନିଜ ପାଖରେ ରଖିବାକୁ ଚାପ ପଡୁଥିଲା। ସୁପ୍ରିମକୋର୍ଟ କହିଛନ୍ତି ପ୍ରତ୍ୟେକ ବିଧାୟକ ଓ ସାଂସଦଙ୍କ ଅଧିକାର ଅଛି ଭଲ ଅଫିସରଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀକୁ ନେବା ପାଇଁ। ଦକ୍ଷ ଅଫିସର ମାନଙ୍କୁ ନିଜ ପାଖରେ ରଖିବାକୁ କିଏ ନ ଚାହିଁବ। ଆମେ ବି ସେଭଳି ଅଫିସରଙ୍କୁ ଖୋଜୁ ବୋଲି ଜୟନାରାୟଣ କହିଛନ୍ତି। 

ବିଜେଡିକୁ ନେଇ ଏଭଳି କଟାକ୍ଷ କଲେ ବିଜେପି ନେତା ଜୟନାରାୟଣ ମିଶ୍ର

ଭୁବନେଶ୍ଵର: ବରିଷ୍ଠ ବିଜେଡ଼ି ନେତା ଅତନୁ ସବ୍ୟସାଚୀ ନାୟକଙ୍କୁ କାଉଣ୍ଟର କଲେ ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର। ବୟାନକୁ ନେଇ କଟାକ୍ଷ କରି କହିଛନ୍ତି ଯେ, ଆଇସିୟୁରେ ବିଜେଡି। ଏବେ ସାଲାଇନ୍ ଲାଗିଛି। ଅତନୁ ବାବୁ କହୁଛନ୍ତି କଂଗ୍ରେସ ସହିତ ମିଶି ସରକାର କରିବେ। ସ୍ଵାଗତ। କିନ୍ତୁ ବିଜେଡି ଦଳ ରହିଲେ ତ। ବିଜେଡିର ଆୟୁଷ ବହୁତ କମ୍। ଏବେ ତ ବିଜେଡ଼ି ସାଲାଇନ ଓ ଆଇସିୟୁରେ ଅଛି। ଦଳ ଯେହେତୁ ଭାଙ୍ଗିଯାଉଛି, ତାକୁ ବଞ୍ଚାଇବାକୁ ଅତନୁ ବାବୁ ଏଭଳି କହୁଛନ୍ତି। ନେତୃତ୍ୱ କାହିଁ? ବିଜେଡି ତ ଲିଜ୍ ରେ ଚାଲିଥିଲା। କେତେବେଳେ ପ୍ୟାରୀ ତ ଆଉ କେତେବେଳେ ପାଣ୍ଡିଆନ୍ ଲିଜ୍ ନେଇଥିଲେ। ବିଜେଡିରେ କୌଣସି କର୍ମୀଙ୍କ କଥା ରହିଲାନି।

ସରକାରୀ ଅଧିକାରୀ ବଦଳି ଓ ପୋଷ୍ଟିଂ ପାଇଁ ଚାପ ପକାଉଥିବା ନେଇ ଜୟନାରାୟଣ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ସବୁବେଳେ ଅଫିସର ମାନେ ସୁବିଧା ଜାଗାରେ ରହିବାକୁ ଚାହାନ୍ତି। ବିଜେଡ଼ି ସମୟରେ ତ ଦଳ ନଥିଲା। ଜନ ପ୍ରତିନିଧି ମାନଙ୍କ ଦ୍ଵାରା କିଛି ହଉ ନଥିଲା। ଏବେ ସେମାନେ ଇର୍ଷା କରୁଛନ୍ତି ଯେ, ନେତାଙ୍କ ଗୁରୁତ୍ଵ ବଢିଛି। ଜାନକୀ ବାବୁଙ୍କ ସମୟରୁ ଅଫିସରଙ୍କୁ ନିଜ ପାଖରେ ରଖିବାକୁ ଚାପ ପଡୁଥିଲା। ସୁପ୍ରିମକୋର୍ଟ କହିଛନ୍ତି ପ୍ରତ୍ୟେକ ବିଧାୟକ ଓ ସାଂସଦଙ୍କ ଅଧିକାର ଅଛି ଭଲ ଅଫିସରଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀକୁ ନେବା ପାଇଁ। ଦକ୍ଷ ଅଫିସର ମାନଙ୍କୁ ନିଜ ପାଖରେ ରଖିବାକୁ କିଏ ନ ଚାହିଁବ। ଆମେ ବି ସେଭଳି ଅଫିସରଙ୍କୁ ଖୋଜୁ ବୋଲି ଜୟନାରାୟଣ କହିଛନ୍ତି।