ହଟିଲା 'ମୋ ସ୍କୁଲ୍' ନାଁ, ଏବେ 'ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ'
Advertisement
Article Detail0/zeeodisha/odisha2353166

ହଟିଲା 'ମୋ ସ୍କୁଲ୍' ନାଁ, ଏବେ 'ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ'

ଛାତ୍ରଛାତ୍ରୀଙ୍କୁ ସ୍କୁଲ ପ୍ରତି ଆକର୍ଷିତ କରିବା ତଥା ଡ୍ରପଆଉଟ ରୋକିବା ପାଇଁ ‘ମାଧୋ ସିଂ ହାତ ଖର୍ଚ୍ଚ’ ନାମରେ ଏକ ନୂଆ ଯୋଜନା ପ୍ରସ୍ତୁତ ହୋଇଛି ।

ହଟିଲା 'ମୋ ସ୍କୁଲ୍' ନାଁ, ଏବେ 'ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ'

ଭୁବନେଶ୍ୱର: ପୂର୍ବ ସରକାର ଅମଳରେ ଆରମ୍ଭ ହୋଇଥିବା 'ମୋ ସ୍କୁଲ' ନାଁ ବଦଳିଛି । ବର୍ତ୍ତମାନ 'ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ' ଆରମ୍ଭ କରିଛନ୍ତି ବିଜେପି ସରକାର । ଏଥିପାଇଁ ଆଜି ବଜେଟରେ ୩୩୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି । 

ସେହିପରି ଛାତ୍ରଛାତ୍ରୀଙ୍କୁ ସ୍କୁଲ ପ୍ରତି ଆକର୍ଷିତ କରିବା ତଥା ଡ୍ରପଆଉଟ ରୋକିବା ପାଇଁ ‘ମାଧୋ ସିଂ ହାତ ଖର୍ଚ୍ଚ’ ନାମରେ ଏକ ନୂଆ ଯୋଜନା ପ୍ରସ୍ତୁତ ହୋଇଛି । ନବମ ଏବଂ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ST ଛାତ୍ରଛାତ୍ରୀଙ୍କୁ ୫ ହଜାର ଟଙ୍କା ମିଳିବା ନେଇ ବଜେଟରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।

ସୂଚନାଯୋଗ୍ୟ, କୃଷିକ୍ଷେତ୍ରରେ ୨୦୨୪-୨୫ ବର୍ଷ ପାଇଁ ୩୩୯୧୯ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଛି । ଏଥିସହ କୃଷିକ୍ଷେତ୍ରରେ ବ୍ୟାପକ ସୁବିଧା କୃଷକଙ୍କୁ ଯୋଗାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉଠାଜଳସେଚନ ପ୍ରକଳ୍ପ ପାଇଁ ମୋଟ ୩,୩୫୨ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରାଯାଇଛି । ବନ୍ୟା ନିୟନ୍ତ୍ରଣ ଏବଂ ପରିଚାଳନା ପାଇଁ ରାଜ୍ୟ ସରକାର ୭ଶହ ୧୦ କୋଟି ଟଙ୍କା ବଜେଟ୍ ପ୍ରସ୍ତୁତ କରିଛନ୍ତି ।  ଜଳ ସଂରକ୍ଷଣ ଜଳ ସେଚନ ଡ୍ୟାମ୍ ଓ ବ୍ୟାରେଜ୍ ନିର୍ମାଣ ପାଇଁ ୮ଶହ ୧୪ କୋଟି ଟଙ୍କା ବଜେଟ୍ ପ୍ରସ୍ତୁତ କରାଯାଇଛି । ପାର୍ବତୀଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ଜରିଆରେ ଖରିଫ ଋତୁରେ ଜଳସେଚନ ପାଇଁ ଏଥର ୧ ହଜାର ୧ ଶହ ୨୫ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରାଇଛି । ଉଠାଜଳସେଚନ ପାଇଁ ଏଥର ବଜେଟ ରହିଛି ୧ ହଜାର ୨ଶହ ୯୪ କୋଟି ଟଙ୍କା । ଭୂତଳ ଜଳସ୍ତର ବୃଦ୍ଧି ତଥା ବର୍ଷାଜଳ ସଂରକ୍ଷଣ ପାଇଁ ୬୫ କୋଟି ଟଙ୍କା ବଜେଟ୍ ପ୍ରସ୍ତୁତ କରାଯାଇଛି । ସେଚାଞ୍ଚଳ ଉନ୍ନତିକରଣ ଓ ଜଳ ପରିଚାଳନା ଯୋଜନା, ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନା, ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ପାଇଁ ୭ଶହ ୭୩ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଛି । ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପ୍ରତିରୋଧି ଲୁଣି ବନ୍ଧ ପ୍ରକଳ୍ପ ପାଇଁ ୭ଶହ ୫୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଜଳ ନିଷ୍କାସନ ପାଇଁ 'ଡ୍ରେନ୍ ଉନ୍ନତିକରଣ ଯୋଜନା 2.0' କରାଯିବା ସହ ଏଥିପାଇଁ ୩ଶହ ୩୦ କୋଟି ଟଙ୍କା ବଜେଟ୍ ପ୍ରସ୍ତୁତ କରାଯାଇଛି । ଏଥର ବଜେଟରେ ପ୍ରାଣୀ ସମ୍ପଦ ବିକାଶ ପାଇଁ ମୋଟ ୬ଶହ ୯୭ କୋଟି ଟଙ୍କା ବଜେଟ୍ ପ୍ରସ୍ତୁତ କରାଯାଇଛି । ମତ୍ସ୍ୟ ସମ୍ପଦ କ୍ଷେତ୍ର ପାଇଁ 'ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବି କଲ୍ୟାଣ ଯୋଜନା'ରେ ୩ଶହ ୪୪ କୋଟି ଟଙ୍କା ବଜେଟ୍ ପ୍ରସ୍ତୁତ କରାଯାଇଛି ।

ସେହିପରି, ଚଳିତ ଥର ସାଧାରଣ ବଜେଟ୍ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ୨ଲକ୍ଷ ୬୫ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୨ଲକ୍ଷ ୩୦ ହଜାର କୋଟି ଟଙ୍କା ଥିବା ସମୟରେ ଚଳିତ ଥର ଏହା ୧୫ ପ୍ରତିଶତ ବୃଦ୍ଧି ପାଇଛି । ଅନାଥ ଶିଶୁଙ୍କ ପାଇଁ ଯଶୋଦା ଯୋଜନା କରାଯିବା ସହ ଏଥିପାଇଁ ୮୩ କୋଟି ଟଙ୍କା ବଜେଟ୍ ପ୍ରସ୍ତୁତ କରାଯାଇଛି । ଅଙ୍ଗନବାଡି କେନ୍ଦ୍ରକୁ ସକ୍ଷମ ତଥା ଉନ୍ନତି କରିବା ପାଇଁ ୧ ହଜାର ୧ଶହ ୬୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ମହିଳା ସଶକ୍ତିକରଣ ପାଇଁ ଚଳିତ ଥର ବଜେଟ ରଖାଯାଇଛି ୧୭ ହଜାର ୯ଶହ ୪୨ କୋଟି ଟଙ୍କା । ଶୁଭଦ୍ରା ଯୋଜନା ଶୁଭାରମ୍ଭ ସହ ଏହି ଯୋଜନା ପାଇଁ ୧୦ ହଜାର କୋଟି ଟଙ୍କା ବଜେଟ୍ ପ୍ରସ୍ତୁତ କରାଯାଇଛି ।

Also Read- Lucky Zodiac Sign: ୨୬ ଜୁଲାଇ ଶୁକ୍ରବାର ଦିନ ରବି ଯୋଗର ଶୁଭ ସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ