Saluga Pradhan: ସାଲୁଗା ପ୍ରଧାନ ବିଧାନସଭାର ନୂଆ ଉପବାଚସ୍ପତି
Advertisement
Article Detail0/zeeodisha/odisha1970762

Saluga Pradhan: ସାଲୁଗା ପ୍ରଧାନ ବିଧାନସଭାର ନୂଆ ଉପବାଚସ୍ପତି

Saluga Pradhan: ଓଡ଼ିଶା ବିଧାନସଭା ପାଇଲା ନୂଆ ଉପବାଚସ୍ପତି । ୨୦୦୦ରୁ ୨୦୦୪ ଓ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସାଲୁଗା । ବିଧାନସଭାର ମଧ୍ୟ ଅଭିଜ୍ଞତା ରହିଛି । ବର୍ତ୍ତମାନ ପୁଣି ସେ ଉପବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି । 

 

Saluga Pradhan: ସାଲୁଗା ପ୍ରଧାନ ବିଧାନସଭାର ନୂଆ ଉପବାଚସ୍ପତି

Saluga Pradhan: ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ହେଲେ ଓଡ଼ିଶା ବିଧାନସଭାର ନୂଆ ଉପବାଚସ୍ପତି।। ସାଲୁଗା ପ୍ରଧାନ ନିଦ୍ୱନ୍ଦ୍ୱରେ ବିଧାନସଭାର ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋସନ୍ ଆଣିବା ପରେ ଉଭୟ ବିରୋଧୀଦଳ ପକ୍ଷରୁ ସମର୍ଥନ ଜଣାଯାଇଥିଲା । ବିଜେପିରୁ ମୋହନ ଚରଣ ମାଝୀ ଓ କଂଗ୍ରେସରୁ ଦାଶରଥୀ ଗମାଙ୍ଗ ସମର୍ଥନ ଜଣାଇବା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି। ନୂଆ ଉପବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ । ସେହିଭଳି ଉପବାଚସ୍ପତି ଭାବେ ନିର୍ବାଚିତ କରିଥିବାରୁ ସମସ୍ତ ବିରୋଧୀ ଓ ଶାସକ ଦଳର ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାଲୁଗା ପ୍ରଧାନ । 

ଗତକାଲି ଉପବାଚସ୍ପତି (Deputy Speaker) ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ ସାଲୁଗା ପ୍ରଧାନ । ନିଦ୍ୱନ୍ଦ୍ୱରେ ଉପବାଚସ୍ପତିଙ୍କୁ ନିର୍ବାଚିତ କରିଥିବାରୁ ଗୃହର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୦୦ରୁ ୨୦୦୪ ଓ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସାଲୁଗା । ବିଧାନସଭାର ମଧ୍ୟ ଅଭିଜ୍ଞତା ରହିଛି । ବର୍ତ୍ତମାନ ପୁଣି ସେ ଉପବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି । ସେପଟେ ନିରପେକ୍ଷ ଭାବେ ନିଜର ଦାୟିତ୍ବ ନିର୍ବାହ କରିବେ ବୋଲି କହିଛନ୍ତି ସାଲୁଗା । ବାଚସ୍ପତି ପ୍ରମିଳା ମଲ୍ଲିକ (Speaker Pramila Mallick)  ବିଧାନସଭାର ଏହି ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ।

ସୂଚନାଯୋଗ୍ୟ, ଗତକାଲି ବିଜେଡିର ସାଲୁଗା ପ୍ରଧାନଙ୍କ (BJDs Saluga Pradhan) ନାମ ଘୋଷଣା କରିବା ପରେ ସେ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ଆଜି ତାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା ହେବା ବାକି ଥିଲା। ଖବର ଲେଖାହେବାର କିଛି ସମୟ ପୂର୍ବରୁ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହରେ ଆନୁଷ୍ଠାନିକ ଭାବେ ଉପବାଚସ୍ପତିଙ୍କ ନାମ ଘୋଷଣା କରିଛନ୍ତି। ଦୁଇ ଥର ବିଧାୟକ ହୋଇଥିବା ସାଲୁଗା ପ୍ରଧାନଙ୍କୁ ବିଜେଡି ଉପବାଚସ୍ପତି ପ୍ରାର୍ଥୀ କରିବା ପରେ ସେ କହିଛନ୍ତି ଯେ 'ଦଳର ସଭାପତି ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ ଜ୍ଞାପନ କରୁଛି। ବରିଷ୍ଠ ସଦସ୍ୟଙ୍କ ମତାମତ ଓ ପରାମର୍ଶ ନେଇ ଗୃହ କାର୍ଯ୍ୟକୁ ସୁରୁଖୁରରେ ଚଳାଇବି। ସମସ୍ତଙ୍କ ମତାମତକୁ ସମ୍ମାନ ଦେଇ ଗୃହ କାର୍ଯ୍ୟ ଚଳାଇବାକୁ ଚେଷ୍ଟା କରିବି' ବୋଲି କହିଛନ୍ତି ଉପବାଚସ୍ପତି ସାଲୁଗା ପ୍ରଧାନ। 

ଏଠାରେ କହିରଖୁଛୁ, ୨୦୧୯ ମସିହାରୁ ବିଧାନସଭାର ଉପବାଚସ୍ପତି(Odisha Assembly Deputy Speaker)  ଭାବେ କାର୍ଯ୍ୟ କରୁଥିବା ରଜନୀକାନ୍ତ ସିଂହ ଗତ ନଭେମ୍ବର ୮ତାରିଖରେ ଇସ୍ତଫା ଦେବା ପରେ ଆଗାମୀ ଉପବାଚସ୍ପତି କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଆଉ ଆଜି ସବୁ ଚର୍ଚ୍ଚାର ପରିସମାପ୍ତି ଘଟିଛି। 

Also Read: Winter Session: ଆଜିଠୁ ଶୀତକାଳିନ ଅଧିବେଶନ, ବିରୋଧୀଙ୍କ ଏହି ୮ଟି ବଡ଼ ମୁଦ୍ଦାକୁ ସାମ୍ନା କରିବ ଶାସକ ଦଳ!

Also Read: ବନାରସ-ସମ୍ବଲପୁର ଏକ୍ସପ୍ରେସ ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ