Odisha News: କାଉପ୍ରେମୀ ପ୍ରତିମା , ସକାଳ ପାହିଲେ...
Advertisement
Article Detail0/zeeodisha/odisha1943108

Odisha News: କାଉପ୍ରେମୀ ପ୍ରତିମା , ସକାଳ ପାହିଲେ...

 Odisha News: ସହରୀ ସଭ୍ୟତାର କଂକ୍ରିଟ ଜଙ୍ଗଲ ଭିତରେ ପକ୍ଷୀଙ୍କର ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ସହର ଅଞ୍ଚଳରେ ଧୀରେ ଧୀରେ ପ୍ରାୟ ସ୍ଥାନରେ “କାଉ” (crow) ଦେଖିବାକୁ ମିଳୁ ନାହାନ୍ତି । ଏଭଳି ସ୍ଥଳରେ କଦବା କ୍ଵଚିତ କେଉଁ କେଉଁ ସ୍ଥାନରେ ଦିଶୁଛନ୍ତି । କିନ୍ତୁ ସମ୍ବଲପୁରରେ ଏଭଳି ଏକ ସ୍ଥାନ ରହିଛି ଯେଉଁ ଠାରେ କି ପ୍ରତ୍ୟେକ ଦିନ ସଂନ୍ଧ୍ୟା ସାଢେ ପାଞ୍ଚ ଟାରେ ଶହ ଶହ କାଉ ଆସିଥାନ୍ତି। 

Odisha News: କାଉପ୍ରେମୀ ପ୍ରତିମା , ସକାଳ ପାହିଲେ...

(ସମ୍ବଲପୁର, ଅଜୟ ନାଥ) Odisha News: ସହରୀ ସଭ୍ୟତାର କଂକ୍ରିଟ ଜଙ୍ଗଲ ଭିତରେ ପକ୍ଷୀଙ୍କର ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ସହର ଅଞ୍ଚଳରେ ଧୀରେ ଧୀରେ ପ୍ରାୟ ସ୍ଥାନରେ “କାଉ” (crow) ଦେଖିବାକୁ ମିଳୁ ନାହାନ୍ତି । ଏଭଳି ସ୍ଥଳରେ କଦବା କ୍ଵଚିତ କେଉଁ କେଉଁ ସ୍ଥାନରେ ଦିଶୁଛନ୍ତି । କିନ୍ତୁ ସମ୍ବଲପୁରରେ ଏଭଳି ଏକ ସ୍ଥାନ ରହିଛି ଯେଉଁ ଠାରେ କି ପ୍ରତ୍ୟେକ ଦିନ ସଂନ୍ଧ୍ୟା ସାଢେ ପାଞ୍ଚ ଟାରେ ଶହ ଶହ କାଉ ଆସିଥାନ୍ତି। ସେହି ସ୍ଥାନ ହେଉଛି ସମ୍ବଲପୁର ସହରର ନୁଆଁ ଫ୍ଲାଇ ଓଭର । ଫ୍ଲାଇ ଓଭର ର ଉତ୍ତରାଞ୍ଚଳ IGଙ୍କ ବାସଭବନ ଉପର ରାସ୍ତାରେ ଶହ ଶହ କାଉ ଦେଖାଯାଆନ୍ତି।  

ଠିକ ସାଢେ ପାଞ୍ଚଟା ହେଲେ କାଉ ମାନେ ସତେ ଯେମିତି କାହାର ଅପେକ୍ଷା କରିଥାନ୍ତି । ଠିକ ସେତିକି ବେଳେ ଜଣେ ମହିଳା ଆସନ୍ତି ଯିଏ କାଉଙ୍କୁ ପ୍ରତ୍ୟେକ ଦିନ କିଛି ନାଁ କିଛି ଖାଇବାକୁ ଦେଇଥାନ୍ତି । ସେ ହେଉଛନ୍ତି ସମ୍ବଲପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ କାର୍ଯ୍ୟରତ ପ୍ରତିମା ଭୋଇ । ତାଙ୍କର ଏକାର୍ଯ୍ୟ ବର୍ଷେ ତଳେ ଆରମ୍ଭ ହୋଇଥିଲା । ପ୍ରଥମ ଦିନ କିଛି ରୁଟି ନେଇ ଦେଇଥିଲେ । ସେ ଦିନ କିଛି କାଉ ଆସିଥିଲେ ।  କାଉଙ୍କୁ ଦେଖି କାଙ୍କର ଉତ୍ସାହ ବଢିଥିଲା । ତା ପରେ ପ୍ରତ୍ୟେକ ଦିନ ସାଢେ ପାଞ୍ଚଟା ବେଳେ ସେ କିଛି କିଛି ଖାଦ୍ୟ ନେଇ ଆସିଲେ । କେବେ ବିସ୍କୁଟ ତ କେବେ ରୁଟି ତ କେବେ ଆଉ କିଛି । ଦିନକୁ ଦିନ କାଉ ସଂଖ୍ୟା ବୃଦ୍ଧି ହେଲା ଓ ଏବେ ଶହ ଶହ ସଂଖ୍ୟାରେ କାଉ ତାଙ୍କୁ ଅପେକ୍ଷା କରିଥିବାର ଦେଖିବାକୁ ମିଳିଥାଏ । ତାଙ୍କ ଦେଖା ଦେଖି ତାଙ୍କ ସହ କାର୍ଯ୍ୟରତା ଆଉ ଜଣେ ବାନ୍ଧବୀ ସାରିକା ଦାସ ମଧ୍ୟ ଏବେ କାଉ ମାନଙ୍କୁ ଖାଇବାକୁ ଦେଉ ଥିବା ଦେଖିବାକୁ ମିଳୁଛି । ସେମାନେ ଯେତେ ଦିନ ପର୍ଯ୍ୟନ୍ତ ସମ୍ବଲପୁରରେ ରହିବେ କାଉ ଙ୍କୁ ଖାଇବାକୁ ଦେବେ ବୋଲି କହିଛନ୍ତି । ଏଥିରେ ତାଙ୍କୁ ଆତ୍ମକୁ ଶାନ୍ତି ମିଳୁଥିବା କହିଛନ୍ତି।