Chadak Mela: ଚନ୍ଦନେଶ୍ୱର ଚଡ଼କ ମେଳାରେ ଅଘଟଣ, ଚାଲିଗଲା ମହିଳା ଭକ୍ତଙ୍କ ଜୀବନ
Advertisement
Article Detail0/zeeodisha/odisha2200753

Chadak Mela: ଚନ୍ଦନେଶ୍ୱର ଚଡ଼କ ମେଳାରେ ଅଘଟଣ, ଚାଲିଗଲା ମହିଳା ଭକ୍ତଙ୍କ ଜୀବନ

Chandaneswar Chadak Mela: ବାଲେଶ୍ବର ଜିଲ୍ଲା ଚନ୍ଦନେଶ୍ୱର ଚଡ଼କ ମେଳାରେ ବଡ଼ ଅଘଟଣ । ଶୁକ୍ରବାର ସକାଳ ୭ଟାରେ ମନ୍ଦିର ପରିକ୍ରମା ବେଳେ ଜଣେ ମହିଳା ଭକ୍ତଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲା ଗୁମୁରିଆପାଲ ଗ୍ରାମର ତୁଳସୀ ମିର୍ଦ୍ଧା (୫୮)।

ସୂଚନା ଅନୁଯାୟୀ, ଆଜି ସକାଳେ ମନ୍ଦିର ପରିସରରେ ଥିବା ନୀଳ ପୋଖରୀରୁ ବୁଡ଼ ଲଗାଇବା ପରେ ମନ୍ଦିର ବେଢାରେ ଦଣ୍ଡ ପରିକ୍ରମା କରୁଥିବା ସମୟରେ ତୁଳସୀ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ସେଠାରେ ଥିବା ତାଙ୍କର ଝିଅ, ଅନ୍ୟ ଭକ୍ତ ଓ ସ୍ବେଚ୍ଛାସେବୀଙ୍କ ସହାୟତାରେ ତାଙ୍କୁ ନିକଟସ୍ଥ ଅସ୍ଥାୟୀ ଶିବିରକୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ପ୍ରକାଶ ଥାଉ କି, ଏହି ପ୍ରସିଦ୍ଧ ଚନ୍ଦନେଶ୍ୱର ଚଡ଼କ ମେଳା ବୁଧବାର ଅନୁଷ୍ଠିତ ହୋଇଥିବା ବେଳେ ଗୁରୁବାର ରୀତିନୀତି ଅନୁସାରେ ନୀଳପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଚଡ଼କ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ  ଲକ୍ଷାଧିକ ଭକ୍ତ ଓ ମାନସିକଧାରୀଙ୍କ ଭିଡ଼ ଜମିଥାଏ। ମେଳାକୁ ଶୃଙ୍ଖଳିତ କରିବା ପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି।

କିମ୍ବଦନ୍ତୀ ଅନୁଯାୟୀ, କାମିନୀ ନାମକ ଜଣେ ରାକ୍ଷସୀ କନ୍ୟା କଠୋର ତପସ୍ୟା କରି ଆଶୁତୋଷ ଶିବଙ୍କୁ ନିଜର ସ୍ୱାମୀ ରୂପରେ ପାଇବା ପାଇଁ ବରପ୍ରାପ୍ତ ହୋଇଥିଲେ। ତାତ୍ତ୍ୱିକ ମତରେ, ଚଡ଼କ ମେଳା ସମୟରେ ଭକ୍ତମାନେ ନିର୍ଜ୍ଜଳା ଉପବାସ କରି ଆଶୁତୋଷ ଚନ୍ଦନେଶ୍ୱରଙ୍କୁ ଉପାସନା ମାଧ୍ୟମରେ ନିଜର ସମସ୍ତ କାମନା ସମର୍ପଣ କରିଥାନ୍ତି। ଯାହାକୁ ‘କାମନା ବିବାହ’ ବୋଲି କୁହାଯାଏ।