Baba Chandaneswar: ଆଜି ପାଟପର୍ବ, ଚଳଚଞ୍ଚଳ ବାବା ଚନ୍ଦନେଶ୍ୱରଙ୍କ ପୀଠ
Advertisement
Article Detail0/zeeodisha/odisha2200270

Baba Chandaneswar: ଆଜି ପାଟପର୍ବ, ଚଳଚଞ୍ଚଳ ବାବା ଚନ୍ଦନେଶ୍ୱରଙ୍କ ପୀଠ

Chadaka Mela: ଗତକାଲି ନୀଳପର୍ବ ପାଳନ କରାଯାଇଥିବା ସମୟରେ ଆଜି ବାବାଙ୍କ ପୀଠରେ ପାଟପର୍ବ ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନ ସମେତ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ହଜାର ହଜାର ଶ୍ରଦ୍ଧାଳୁ ଏହି ପର୍ବରେ ସାମିଲ ହେବା ପାଇଁ ଏକାଠି ହୋଇଛନ୍ତି । ଅନ୍ୟପଟେ ବାହାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସୁଥିବାରୁ ସେମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା  ବଢାଇ ଦିଆଯାଇଛି ।

Baba Chandaneswar: ଆଜି ପାଟପର୍ବ, ଚଳଚଞ୍ଚଳ ବାବା ଚନ୍ଦନେଶ୍ୱରଙ୍କ ପୀଠ

Chadaka Mela: ଚୈତ୍ର ପର୍ବ ତଥା ଚଡକମେଳା ପାଇଁ ଉତ୍ତର ଓଡ଼ିଶା ଚଳଚଞ୍ଚଳ ହୋଇ ଉଠିଛି । ଗତକାଲି ନୀଳପର୍ବ ପାଳନ କରାଯାଇଥିବା ସମୟରେ ଆଜି ବାବାଙ୍କ ପୀଠରେ ପାଟପର୍ବ ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନ ସମେତ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ହଜାର ହଜାର ଶ୍ରଦ୍ଧାଳୁ ଏହି ପର୍ବରେ ସାମିଲ ହେବା ପାଇଁ ଏକାଠି ହୋଇଛନ୍ତି । ଅନ୍ୟପଟେ ବାହାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସୁଥିବାରୁ ସେମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା  ବଢାଇ ଦିଆଯାଇଛି । ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ବାବାଙ୍କ ଦର୍ଶନ କରିବା ସହ ପର୍ବରେ ସାମିଲ ହୋଇପାରିବେ ସେଥିବାଇଁ ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛି । ବିଭିନ୍ନ ସ୍ଥାନରେ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି ।

ଆଜି ଅପରାହ୍ମ ସମୟରେ ବାବାଙ୍କ ପୀଠରେ ଚନ୍ଦନ ବୋଳା କାର୍ଯ୍ୟକ୍ରମ ରହିଛି । ପରସ୍ପରଙ୍କୁ ଚନ୍ଦନ ଲଗାଇ ଆଲିଙ୍ଗନ କରିବା ପରେ ହାକାଣ୍ଡ ପୋଖରୀରେ ସ୍ନାନ କରିବେ ଶ୍ରଦ୍ଧାଳୁ । ଏଥିସହ ଜିଭରେ କଣ୍ଟା ଫୋଡି ଦଶଲକ୍ଷୀ ଓ ପାଟଭକ୍ତଙ୍କ ଗହଣରେ କଠିନ ସାଧନା କରିବାର ପରମ୍ପରା ପୂର୍ବରୁ ରହିଛି । ଅନେକ ମାନସିକଧାରୀ ଚନ୍ଦନେଶ୍ୱରରେ ପହଞ୍ଚି ଅର୍ଯ୍ୟ ପଇତା ପକାଇ ବ୍ରତାଚାରୀ ଭାବେ ବ୍ରତ ପାଳନ କରିଥାନ୍ତି । ହବିଷାନ୍ନ ଖାଇ ଗୋଟିଏ ଦିନ ବିତାଇବା ପରେ ପରଦିନ ସ୍ନାନ କାର୍ଯ୍ୟ ପରେ ସନ୍ଧ୍ୟା ସମୟରେ ଚନ୍ଦନେଶ୍ୱରଙ୍କ ଶେଷ ଅର୍ଘ୍ୟ ଗ୍ରହଣ କରନ୍ତି । ଏହା ପରେ ମାନସିକ ପୂରଣ ହୁଏ ବୋଲି ବିବେଚନା କରାଯାଏ । ଏହା ସହିତ ଅନେକ ପୌରାଣୀକ କାହାଣୀ ଯୋଡି ହୋଇ ରହିଥିବା ପୀଠର ପୂଜକ ମତ ଦିଅନ୍ତି ।

Also Read- Gold Silver Price: ହୀରାଠୁ ମହଙ୍ଗା ହେବ କି ସୁନା ? ଜାଣନ୍ତୁ କଣ ରହିଛି ଆଜିର ଦର

Also Read- Panchang Today 12th April 2024: ଘରୁ ବାହାରିବା ଆଗରୁ ଜାଣନ୍ତୁ ଶୁଭସମୟ, କାଳବେଳା