Train from BBSR to Ayodhya: ଆଜି ଭୁବନେଶ୍ବରରୁ ଅଯୋଧ୍ୟାକୁ ଗଡ଼ିଲା ‘ଆସ୍ଥା’ ସ୍ପେଶାଲ ଟ୍ରେନ୍
Advertisement

Train from BBSR to Ayodhya: ଆଜି ଭୁବନେଶ୍ବରରୁ ଅଯୋଧ୍ୟାକୁ ଗଡ଼ିଲା ‘ଆସ୍ଥା’ ସ୍ପେଶାଲ ଟ୍ରେନ୍

Train from Bhubaneswar to Ayodhya:  ଭାରତୀୟ ରେଳବାଇ ପକ୍ଷରୁ ଅଯୋଧ୍ୟାକୁ ‘ଆସ୍ଥା’ ସ୍ପେଶାଲ ଟ୍ରେନ୍ ଚଳାଚଳ ନେଇ ବ୍ୟବସ୍ଥା କରାଯାଇଛି । ତେବେ ମଙ୍ଗଳବାର ଦିନ ଆସ୍ଥା ସ୍ପେଶାଲ ଟ୍ରେନ୍ ରେ ଆଯୋଧ୍ଯା ଯାତ୍ରା କରିଛନ୍ତି ୧୪ ଶହ ଭକ୍ତ ।

ସୌଜନ୍ୟ-ସୋସିଆଲ ମିଡିଆ

Train from Bhubaneswar to Ayodhya୫୦୦ ବର୍ଷର ଅନ୍ତ ଘଟାଇ ଗତ ଜାନୁୟାରୀ ୨୨ ତାରିଖ ଦିନ ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ଦର୍ଶନ ଓ ଆଶିଷ ପାଇବା ସହ ଏଭଳି ଐତିହାସିକ ମୁହୂର୍ତକୁ ସ୍ମରଣୀୟ କରିବା ପାଇଁ ବର୍ତମାନ ଶ୍ରଦ୍ଧାଳୁଙ୍କ ସୁଅ ଅଯୋଧ୍ୟାକୁ ଛୁଟୁଛି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଓ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଚିରସ୍ମରଣୀୟ କରିବା ପାଇଁ ଓଡ଼ିଶାବାସୀଙ୍କ ମନରେ ଅନେକ ଉତ୍କଣ୍ଠା ପ୍ରକାଶ ପାଇଥିଲା । ରାଜ୍ୟର ଅଗଣିତ ରାମଭକ୍ତଙ୍କ ଉତ୍କଣ୍ଠା ଓ ଆଗ୍ରହକୁ ସମ୍ମାନ ଜଣାଇ ଏବଂ ଦର୍ଶନକୁ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ରେଳ ବିଭାଗର ସହଯୋଗରେ ଆଜିଠାରୁ ଅଯୋଧ୍ୟାକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ଏହି କ୍ରମରେ ଓଡ଼ିଶାର ରାମଭକ୍ତଙ୍କ ପାଇଁ ଆଜି ଅଯୋଧ୍ୟାକୁ ଗଡିଛି ‘ଭୁବନେଶ୍ୱର-ଦର୍ଶନ ନଗର (ଅଯୋଧ୍ୟା) ଆସ୍ଥା ସ୍ପେଶିଆଲ ଟ୍ରେନ’ । ୧୫ ଶହରୁ ଊର୍ଦ୍ଧ୍ୱ ରାମ ଭକ୍ତ ଏହି ଟ୍ରେନ୍ ଯୋଗେ ଭୁବନେଶ୍ୱରରୁ ଅଯୋଧ୍ୟା ଯାତ୍ରା କରିଛନ୍ତି । ଏହି ସ୍ୱତନ୍ତ୍ର ଟ୍ରେନ୍ ଟି ଆସନ୍ତାକାଲି ଅର୍ଥାତ୍ ୭ ତାରିଖ ସକାଳେ ଅଯୋଧ୍ୟାରେ ପହଂଚିବ  । ୨୪ ଘଂଟାର ରହଣି ପରେ ୮ ତାରିଖରେ ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତନ କରି ୯ ତାରିଖ ଦିନ ଭୁବନେଶ୍ୱରରେ ପହଂଚିବ । ଆଜିର ଏହି ଯାତ୍ରାରେ ପୁରୀ, ନୟାଗଡ ଏବଂ ଜଗତସିଂହପୁର ଜିଲ୍ଲାର ରାମଭକ୍ତମାନେ ଗସ୍ତ କରିଥିବାବେଳେ ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ଜିଲ୍ଲାରୁ ରାମଭକ୍ତମାନେ ଅଯୋଧ୍ୟା ଯାଇ ପ୍ରଭୁ ଶ୍ରୀ ରାମଲାଲାଙ୍କ ଦର୍ଶନ କରିବେ ।

ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ମନମୋହନ ସାମଲ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ବିରଂଚି ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ, ରାଜ୍ୟ ସମ୍ପାଦକ ସରୋଜ କର, ଦିଲୀପ ମଲ୍ଲିକ, ପ୍ରଭାତୀ ପରିଡା, ସୁକାଶ ପାଣିଗ୍ରାହୀ, ଆଶ୍ରିତ ପଟ୍ଟନାୟକ, ସୁଜିତ୍ କୁମାର ଦାସ୍‌, ଅଭିଳାଷ ପଣ୍ଡା, ଅଶୋକ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।  ଏହି ଟ୍ରେନ୍ ରେ ୨୦ଟି ସ୍ଲିପର କୋଚ୍ ରହିଛି । ପ୍ରତି କୋଚରେ ୭୨ଟି ସିଟ୍ ରହିଛି । 

Also Read- ଆଜିଠୁ ସରଗରମ ହେବ ବିଧାନସଭା; ଶୂନ୍ୟକାଳରେ ଉଠିପାରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ

Also Read- Rahul Gandhi: ଆଜି ଓଡ଼ିଶାରେ ପହଁଞ୍ଚିବେ ରାହୁଲ ଗାନ୍ଧୀ, ବୀରମିତ୍ରପୁରଠାରେ ସ୍ବାଗତ କରିବେ ଦଳୀୟ କର୍ମୀ