Puri Srimandir Natamandapa: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତତ୍ପର ଶ୍ରୀମନ୍ଦିର: ଆସନ୍ତାକାଲି ଠାରୁ ହେବ ନାଟମଣ୍ଡପ ମରାମତି
Advertisement
Article Detail0/zeeodisha/odisha1962866

Puri Srimandir Natamandapa: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତତ୍ପର ଶ୍ରୀମନ୍ଦିର: ଆସନ୍ତାକାଲି ଠାରୁ ହେବ ନାଟମଣ୍ଡପ ମରାମତି

Srimandir Natamandapa Restoration Work: ଆସନ୍ତାକାଲି ଠାରୁ ନାଟମଣ୍ଡପର ମରାମତି କରିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। 

 

 Puri Srimandir Natamandapa: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତତ୍ପର ଶ୍ରୀମନ୍ଦିର: ଆସନ୍ତାକାଲି ଠାରୁ ହେବ ନାଟମଣ୍ଡପ ମରାମତି

OHC Instruction for ASI on Srimandir Natamandapa Maintenance: ଭୁବନେଶ୍ୱର: ହାଇକୋର୍ଟ ଙ୍କ ତାଗିଦ ପରେ ଆସନ୍ତାକାଲି ଠାରୁ ନାଟମଣ୍ଡପର ମରାମତି କରିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ପ୍ରଥମେ ଗରୁଡ଼ ସ୍ତମ୍ଭ ନିକଟରେ ମଣ୍ଡପର ମରାମତି କାର୍ଯ୍ୟ ଆରମ୍ଭ ହେବ। ଏଠାରେ ଏକ କାରିଗର ପ୍ଲାଟ୍‍ଫର୍ମ ତିଆରି କରାଯିବ। ଯେଉଁଠାରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାନ (ASI) ପକ୍ଷରୁ ନିୟୋଜିତ ଶିଳ୍ପୀ ତଥା କାରିଗର ଆବଶ୍ୟକୀୟ ସରଞ୍ଜାମ ରଖିବା ସହ ଯୋଜନା ଅନୁସାରେ ଆବଶ୍ୟକୀୟ ଜିନିଷ ପ୍ରସ୍ତୁତ କରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। 

ପବିତ୍ର କାର୍ତ୍ତିକ ମାସରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଅଧିକ ଭକ୍ତଙ୍କ ସମାଗମ ସାଙ୍ଗକୁ ମନ୍ଦିର ଭିତରେ ସ୍ୱତନ୍ତ୍ର ନୀତି ପାଳନ କରାଯାଇଥାଏ। ଯାହାଦ୍ୱାରା ଦିନର ପ୍ରତି ମୁହୂର୍ତ୍ତରେ କିଛି ନାଁ କିଛି ନୀତି ଦେଖିବାକୁ ମିଳେ। ଏହା ସହିତ ଅଧିକ ଭକ୍ତଙ୍କ ସମାଗମ ହେଉଥିବାରୁ ମରାମତି କାମ ପ୍ରଭାବିତ ହେବାର ଆଶଙ୍କା ରହିଛି। ତଥାପି ଯେଉଁ ଭଳି ଭାବେ ନାଟ ମଣ୍ଡପ ସ୍ଥିତି ଦୁର୍ବଳ ହେଉଛି ତାହାକୁ ଆଖିରେ ରଖି ଏହି ମରାମତି ତୁରନ୍ତ ଆବଶ୍ୟକ ରହିଛି। ଏଣୁ ହାଇକୋର୍ଟ ଙ୍କ ତାଗିଦ ପରେ ଶ୍ରୀମନ୍ଦିର ପ୍ରଶାସନ ଏବେ ମରାମତି ପାଇଁ ସୁବିଧା ବାହା କରିବା ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ବୈଠକ ଡକାଇଥିଲେ। ଏହି ବୈଠକରେ ସେବାୟତ, ଏଏସ୍‍ଆଇ ଅଧିକାରୀ ଏବଂ ବିଶେଷଜ୍ଞ ଦଳ ଯୋଗ ଦେଇଥିଲେ। ପରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏନେଇ ଆବଶ୍ୟକ ସୂଚନା ପ୍ରଦାନ କରିଛନ୍ତି। 

ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ ନାଟମଣ୍ଡପ ମରାମତି ସହ ଭକ୍ତ ଏବଂ ସେବାୟତଙ୍କ ସୁରକ୍ଷାକୁ ମଧ୍ୟ ଧ୍ୟାନ ଦିଆଯାଇଛି। ସେଥିଲାଗି ଯେଉଁ ସମୟରେ ଫାଙ୍କା ରହିବ ସେହି ସମୟରେ ହିଁ କାର୍ଯ୍ୟ ହେବ। ସକାଳ ୬:୦୦ ସମୟରୁ ରାତି ୧୦: ପର୍ଯ୍ୟନ୍ତ କାରିଗର ଉପସ୍ଥିତ ରହିବେ। କାର୍ତ୍ତିକ ମାସ ସରିଲା ପରେ ପୂର୍ଣ୍ଣକାଳୀନ ଭିତ୍ତିରେ କାର୍ଯ୍ୟ କରାଯିବ। ଗତକାଲି ହାଇକୋର୍ଟ ନାଟ ମଣ୍ଡପ ସମ୍ପର୍କରେ ଶୁଣାଣି କରି ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାକୁ ତାଗିଦ କରିଥିଲେ। ତୁରନ୍ତ ମରାମତି କାର୍ତଯ୍ୟ ଆରମ୍ଭ ସହ ପ୍ରତି ୧୫ ଦିନରେ ଥରେ ଅଦାଲତଙ୍କୁ ମରାମତି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ରିପୋର୍ଟ ଦେବାକୁ ଆମିକସ୍‍ କ୍ୟୁରି ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୪ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ।