Anubhav Barsha Dispute: ଏସଡ଼ିଜେଏମ୍ କୋର୍ଟରେ ହାଜର ହେଲେ ଅନୁଭବ ଓ ବର୍ଷା
Advertisement
Article Detail0/zeeodisha/odisha1910498

Anubhav Barsha Dispute: ଏସଡ଼ିଜେଏମ୍ କୋର୍ଟରେ ହାଜର ହେଲେ ଅନୁଭବ ଓ ବର୍ଷା

Anubhav & Varsha Family Dispute: ଏହି ମାମଲା ବର୍ତ୍ତମାନ କଟକ ଫ୍ୟାମିଲି କୋର୍ଟରେ ବିଚାରଧିନ ରହିଛି । ବୁଧବାର ଦିନ ସ୍ଥାନୀୟ ଏସଡ଼ିଜେଏମ୍ (SDJM Court) କୋର୍ଟରେ ହାଜର ହୋଇଛନ୍ତି କେନ୍ଦ୍ରାପଡ଼ ସାଂସଦ ତଥା ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା । ଘରୋଇ ହିଂସା ନେଇ ଜେରାର ସମ୍ମୁଖ ହେବ ବର୍ଷା ।

ସୌ(ସୋସିଆଲ ମିଡିଆ)

Anubhav Mohanty & Varsha Priyadarshini Family Dispute: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି (Anubhav Mohanty) ଓ ବର୍ଷା ପ୍ରିୟଦର୍ଶିନୀଙ୍କ  (Varsha Priyadarshini) ପାରିବାରିକ ବିବାଦ ବର୍ତ୍ତମାନ (Anubhav Mohanty & Varsha Priyadarshini Family Dispute) ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମାମଲା ବର୍ତ୍ତମାନ କଟକ ଫ୍ୟାମିଲି କୋର୍ଟରେ (Cuttack Family Court) ବିଚାରଧିନ ରହିଛି । ବୁଧବାର ଦିନ ସ୍ଥାନୀୟ ଏସଡ଼ିଜେଏମ୍ (SDJM Court) କୋର୍ଟରେ ହାଜର ହୋଇଛନ୍ତି କେନ୍ଦ୍ରାପଡ଼ ସାଂସଦ ତଥା ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା । ଘରୋଇ ହିଂସା ନେଇ ଜେରାର ସମ୍ମୁଖ ହେବ ବର୍ଷା ।

ସୂଚନା ଅନୁଯାୟୀ, ଏହି ମମାଲାରେ ଅନୁଭବ ନିକଟରେ ଏକ ପିଟିସନ ଦାୟର କରିଥିଲେ । ଆଜି ସେହି ଆବେଦନ ଉପରେ ଶୁଣାଣି ହେବା ନେଇ ଆଶା କରାଯାଉଛି । ତେବେ ଏହି ବିବାଦ ଭିତରେ ଅନୁଭବ ସ୍ତ୍ରୀ ବର୍ଷାଙ୍କ ଉଦ୍ଦେଶ୍ୟରେ ଅନେକ ସମୟରେ କିଛି ନା କିଛି ସୋସିସିଆଲ ମିଡିଆରେ କିଛି ପୋଷ୍ଟ କରିଥାଆନ୍ତି । ମଙ୍ଗଳବାର ଦିନ ଭୋର ସମୟରେ ସାଂସଦ ଏକ ଆବେଗଭରା ଭିଡ଼ିଓ ଗଣମାଧ୍ଯମରେ ଅପଲୋଡ଼ କରିଥିଲେ । ଏହି ଭିଡ଼ିଓରେ ଅନୁଭବ ଛାଡ଼ପତ୍ର ଆବେଦନକୁ ଭଲରେ ଗ୍ରହଣ କରିବା ନେଇ ବର୍ଷାଙ୍କୁ ଅପିଲ କରିଥିଲେ । ଏହାସହ ବାପାଙ୍କ ସ୍ବାସ୍ଥ୍ୟ ଭଲ ନଥିବା ଓ ଏହି ବିବାଦ ନେଇ ପରିବାର ଲୋକଙ୍କ ସମସ୍ୟା ବଢୁଥିବା ନେଇ ଅନୁଭବ କହୁଥିଲେ । ଏନେଇ ସେ ଛାଡପତ୍ର ଆବେଦନକୁ ଗ୍ରହଣ କରିବା ନେଇ ବର୍ଷାଙ୍କୁ ଭିଡ଼ିଓ ମାଧ୍ୟମରେ ଅପିଲ କରିଥିଲେ। ସେହିଭଳି କିଛି ଦିନ ପୂର୍ବରୁ ଅନୁଭବ ବର୍ଷାଙ୍କ ପାଇଁ ଟ୍ବିଟରରେ ଏକ ପୋଷ୍ଟ କରିଥିଲେ । ପୋଷ୍ଟରେ ସାଂସଦ ଝିଅ ବିଦା ସମୟର ଏକ ଫଟୋ ସେୟାର କରି ବର୍ଷାଙ୍କୁ ଟ୍ୟାଗ୍ କରିଥିଲେ । ଏହି ଫଟୋ ପୋଷ୍ଟ କରି ଅନୁଭବ ଲେଖିଥିଲେ,  ‘ମୁଁ ତୁମକୁ ମୋ ହୃଦୟରୁ ବହୁତ ଭଲପାଏ। କିନ୍ତୁ ମୁଁ ଜାଣିନି କାହିଁକି ଆମ ବିବାହ ସଫଳ ହେଲାନି, ବିବାହ ବିଚ୍ଛେଦ ପରେ ଆମେ ଭଲ ବନ୍ଧୁ ହୋଇ ରହିପାରିବା ।  ଆମ ବିବାହ ବିଚ୍ଛେଦ ହେବା ତ ସୁନିଶ୍ଚିତ କିନ୍ତୁ ତାହା ସମ୍ମାନର ସହ ହେଉ ବୋଲି ମୁଁ ଚାହୁଁଛି'। ଅନୁଭବଙ୍କ ଏହି ପୋଷ୍ଟ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଥିଲା ।

Also Read-Bahanaga Train Tragedy: ପରିଚୟ ପାଇଲେନି ୨୮ ମୃତଦେହ! ଅନ୍ତିମ ସଂସ୍କାର କଲା ବିଏମସି

ସୂଚନାଯୋଗ୍ୟ, ବର୍ଷା ଓ ଅନୁଭବ (Anubhav Mohanty & Varsha Priyadarshini) ୨୦୧୪ ମସିହାରେ ବିବାହ କରିଥିଲେ। ବିବାହର ଦୀର୍ଘ ବର୍ଷ ଯାଏଁ ସବୁକିଛି ଠିକଠାକ୍ ଚାଲିଥିଲା। କିନ୍ତୁ ପରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ୨୦୨୦ ମସିହାରେ ବର୍ଷାଙ୍କୁ ଛାଡପତ୍ର ଦେବା ପାଇଁ ଅନୁଭବ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଆବେଦନ କରିଥିଲେ । ପରେ ଏହି ମାମଲା କଟକର ସ୍ୱତନ୍ତ୍ର ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇଥିଲା।