Train Cancelled: ରବିବାର ଓ ବୁଧବାର ଚାଲିବନି ଏହି ସବୁ ଟ୍ରେନ୍, ନଜର ପକାନ୍ତୁ କେଉଁ ସବୁ ରୁଟରେ ମିଳିବନି ସେବା
Advertisement
Article Detail0/zeeodisha/odisha1988654

Train Cancelled: ରବିବାର ଓ ବୁଧବାର ଚାଲିବନି ଏହି ସବୁ ଟ୍ରେନ୍, ନଜର ପକାନ୍ତୁ କେଉଁ ସବୁ ରୁଟରେ ମିଳିବନି ସେବା

Train Cancelled: ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ। ଯଦି ଆପଣ ରବିବାର କି ବୁଧବାର ଟ୍ରେନରେ(Train) ଯାତ୍ରା କରିବା ପାଇଁ କୌଣସି ଯୋଜନା କରିଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ବର୍ତ୍ତମାନ ନୂଆପଡା-ଗୁଣୁପୁର ରେଳ ସେକ୍ସନ ଜରୁରୀ ଟ୍ରାକ୍ ରକ୍ଷଣାବେକ୍ଷଣ ( Railway Tracks Maintenance Services) ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ଚାଲିଛି । ଏଥିଯୋଗୁଁ ଚଳିତ ମାସ ପ୍ରତ୍ୟକ ବୁଧବାର  (Wednesday) ଏବଂ ରବିବାର(Sunday) ୨ଟି ଟ୍ରେନ୍ ବାତିଲ ରହିବ।  

Train Cancelled: ରବିବାର ଓ ବୁଧବାର ଚାଲିବନି ଏହି ସବୁ ଟ୍ରେନ୍, ନଜର ପକାନ୍ତୁ କେଉଁ ସବୁ ରୁଟରେ ମିଳିବନି ସେବା

Train Cancelled: ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ। ଯଦି ଆପଣ ରବିବାର କି ବୁଧବାର ଟ୍ରେନରେ(Train) ଯାତ୍ରା କରିବା ପାଇଁ କୌଣସି ଯୋଜନା କରିଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ବର୍ତ୍ତମାନ ନୂଆପଡା-ଗୁଣୁପୁର ରେଳ ସେକ୍ସନ ଜରୁରୀ ଟ୍ରାକ୍ ରକ୍ଷଣାବେକ୍ଷଣ ( Railway Tracks Maintenance Services) ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ଚାଲିଛି । ଏଥିଯୋଗୁଁ ଚଳିତ ମାସ ପ୍ରତ୍ୟକ ବୁଧବାର  (Wednesday) ଏବଂ ରବିବାର(Sunday) ୨ଟି ଟ୍ରେନ୍ ବାତିଲ ରହିବ।  ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ନିସ୍ପତି ନିଆଯାଇଛି।

Also Read: IPL 2024: ଆଇପିଏଲ୍ ଖେଳାଳି ନିଲାମୀ ପ୍ରକ୍ରିୟା, ତାଲିକାରେ ୧୬ ଓଡି଼ଶା ଖେଳାଳିଙ୍କ ନାଁ ପଞ୍ଜୀକୃତ

ଏହି ସବୁ ଟ୍ରେନ୍ ବାତିଲ୍ ହେବ :

ବିଶାଖାପାଟଣା-ଗୁଣୁପୁର ସାସେଞ୍ଜର ସ୍ପେଶାଲ୍  (Visakhapatnam Gunupur Passenger Special) ପ୍ରତ୍ୟକ ବୁଧବାର ଓ ରବିବାର  ଉଭୟ ଦିଗରୁ ବାତିଲ ରହିବ । ସେହିପରି ରାଉରକେଲାରୁ ଗୁଣୁପୁର ଚାଲୁଥିବା  ରାଜ୍ୟରାଣୀ ଏକ୍ସପ୍ରେସ୍  ଚଳିତ ମାସର ପ୍ରତ୍ୟକ ମଙ୍ଗଳବାର  ଏବଂ ଶନିବାର ରାଉରକେଲା  ଏବଂ ପଲାସା ମଧ୍ୟରେ ଚାଲିବ। ପଲାସା ଓ ଗୁଣୁପୁର ମଧ୍ୟରେ ବାତିଲ୍ ରହିବ। ସେହିପରି, ଗୁଣୁପୁରରୁ ରାଉରକେଲା ଚାଲୁଥିବା ରାଜ୍ୟରାଣୀ ଏକ୍ସପ୍ରେସ୍ (Rajya Rani Express) ମଧ୍ୟ ରବିବାର ଏବଂ ବୁଧବାର ଉଭୟ ଦିଗରୁ  ରାଉରକେଲା ଏବଂ ପଲାସା ମଧ୍ୟରେ  ଚାଲିବା ସହିତ ପଲାସା ଓ ଗୁଣୁପୁର ମଧ୍ୟରେ ବାତିଲ୍ ରହିବ ବୋଲି  ପୂର୍ବତଟ ରେଳପଥ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। 

ନିକଟରେ, ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ରେଳ ଷ୍ଟେସନରୁ ୩ଟି ଟ୍ରେନର ଶୁଭାରମ୍ଭ କରିଛନ୍ତି। ଏଥିରେ ଦୁଇଟି ଏକ୍ସପ୍ରେସ ଏବଂ ଗୋଟିଏ ମେମୁ ଟ୍ରେନ ରହିଛି। ବାଦାମପାହାଡ଼ ଟାଟା ନଗର ମେମୁ ଟ୍ରେନ, ବାଦାମପାହାଡ଼-ରାଉରକେଲା ସାପ୍ତାହିକ ଏକ୍ସପ୍ରେସ ଏବଂ ବାଦାମପାହାଡ଼ ସାଲିମାର ସାପ୍ତାହିକ ଏକ୍ସପ୍ରେସ। ଯାତ୍ରୀଙ୍କ ସଂଖ୍ୟା  ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଟ୍ରେନ୍ ସଂଖ୍ୟା ମଧ୍ୟ ବଢାଉଛନ୍ତି କେନ୍ଦ୍ର ସରକାର।