ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀ ଓ ଡିଏଫଓଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ବସ୍ତି
Advertisement
Article Detail0/zeeodisha/odisha1803854

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀ ଓ ଡିଏଫଓଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ବସ୍ତି

ACF Soumya Death Case:  ଏହି ଜାମିନ ବିହୀନ ଗିରଫ ପରୱାନା ଜାରି ହେବା ପରେ ଏହାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବିଦ୍ୟାଭାରତୀ ଓ ଡିଏଫଓ ସଂଗ୍ରାମ ବେହେରା । ତେବେ ହାଇକୋର୍ଟ (High court) ଉକ୍ତ ମାମଲାରେ ଶୁଣାଣି କରି ଅଗଷ୍ଟ ୨୮ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିବା ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

ସୌ(ସୋସିଆଲ ମିଡିଆ)

ACF Soumya Death Case: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାକୁ (ACF Soumya Death Case) ନେଇ ଆସିଲା ନୂଆ ଅପଡ଼େଟ । ପତ୍ନୀ ବିଦ୍ୟାଭାରତୀ ପଣ୍ଡା (Bidyabharati Panda) ଓ ଡିଏଫଓ ସଂଗ୍ରାମ ବେହେରାଙ୍କୁ (DFO Sangram Behera ) ହାଇକୋର୍ଟରୁ ମିଳିଲା ଆଶ୍ବସ୍ତି । ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ଅନ୍ତରୀଣ ସୁରକ୍ଷା ।ସୂଚନା ଅନୁଯାୟୀ, ଏହି ମାମଲାରେ ତିନି ଅଭିଯୁକ୍ତ ବିଦ୍ୟାଭାରତୀ ପଣ୍ଡା (Bidyabharati Panda), ଡିଏଫଓ ସଂଗ୍ରାମ ବେହେରା (DFO Sangram Behera ) ଓ ରୋଷେୟା ମନ୍ମଥ କୁମ୍ଭଙ୍କ (cook Manmath Kumbha) ନାଁରେ (NBW) ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ତେବେ ଏହି ଜାମିନ ବିହୀନ ଗିରଫ ପରୱାନା ଜାରି ହେବା ପରେ ଏହାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବିଦ୍ୟାଭାରତୀ ଓ ଡିଏଫଓ ସଂଗ୍ରାମ ବେହେରା । ତେବେ ହାଇକୋର୍ଟ (High court) ଉକ୍ତ ମାମଲାରେ ଶୁଣାଣି କରି ଅଗଷ୍ଟ ୨୮ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିବା ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକାଶ ଥାଉ କି, ଗତ ୨୦୨୧ ମସିହା ଜୁଲାଇ ୧୨ ତାରିଖରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ କ୍ୱାର୍ଟରରୁ ଏସିଏଫ୍ ସୌମ୍ୟରଞ୍ଜନଙ୍କୁ (ACF Soumya ranjan) ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲକୁ (SCB Medical college) ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ୨ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାର ତଦନ୍ତ ଭାର ରାଜ୍ୟ ସରକାର (Government of Odisha)  କ୍ରାଇମବ୍ରାଞ୍ଚକୁ ଦେଇଥିଲେ।

Also Read-Bhubaneswar Market Building: ମଙ୍ଗଳବାର ଖୋଲିବ ଭୁବନେଶ୍ବର ୟୁନିଟ୍-୨ ମାର୍କେଟ୍ ବିଲ୍ଡିଂ!

କ୍ରାଇମବ୍ରାଞ୍ଚ (Crime Branch) ଏହାକୁ ଏକ ଦୁର୍ଘଟଣା ବୋଲି ଦର୍ଶାଇ ବିଦ୍ୟାଭାରତୀ ଓ ଅନ୍ୟ ୨ ଅଭିଯୁକ୍ତଙ୍କୁ କ୍ଲିନ ଚିଟ ଦେଇ ଫାଇଲ ବନ୍ଦ କରିଦେଇଥିଲା ।  ଏହାକୁ ପ୍ରତିବାଦ କରି ସୌମ୍ୟରଞ୍ଜନଙ୍କୁ ବାପା ଅଭିରାମ ମହାପାତ୍ର ତତ୍କାଳୀନ ଡ଼ିଏଫଓ ସଂଗ୍ରାମ ବେହେରା, ବିଦ୍ୟାଭାରତୀ ଓ ରୋଷେୟାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ପାରଳାଖେମୁଣ୍ତି ଏସଡ଼ଜେଏମଙ୍କ କୋର୍ଟର ଦ୍ବାରସ୍ଥ ହୋଇ ପିଟିସନ୍ (Petition) ଦାଏର କରିଥିଲେ ।

Also Read- Dengue: ବଢିଲା ମୃତ୍ୟୁ ସଂଖ୍ୟା, ରାଜଧାନୀରେ ପ୍ରସୂତିଙ୍କ ଜୀବନ ନେଲା ଡେଙ୍ଗୁ

Also Read-Angul News: ଗୁପ୍ତଧନ ପାଇଁ ନାବାଳକକୁ ବଳି ! ଜାଣନ୍ତୁ କ'ଣ ରହିଛି ପୂରା ଘଟଣାକ୍ରମ?

Also Read- Jagatsinghpur News: ମିଳି ମିଶି ଷ୍ଟିଟ୍ ଲାଇଟ୍ ପଇସା ଖାଇଗଲେ ଠିକାଦାର, ଯନ୍ତ୍ରୀ ଓ ସରପଞ୍ଚ!