Accident News: ଏନଏଚ୍ ୧୬ରେ ପୁଣି ଦୁର୍ଘଟଣା, ଟ୍ରକ ଧକ୍କାରେ ଜଣେ ମୃତ
Advertisement

Accident News: ଏନଏଚ୍ ୧୬ରେ ପୁଣି ଦୁର୍ଘଟଣା, ଟ୍ରକ ଧକ୍କାରେ ଜଣେ ମୃତ

Accident News ବାଲେଶ୍ୱର ମଧ୍ୟ ଦେଇ ଯାଇଥିବା ଏନଏଚ୍ ୧୬ ଜାତୀୟ ରାଜପଥରେ ପୁଣି ଏକ ଦୁର୍ଘଟଣା ସାମ୍ନାକୁ ଆସିଛି । ଜଣେ ସାଇକେଲ ଚାଳକଙ୍କୁ କୋଇଲା ବୋଝେଇ ଟ୍ରକ ଧକ୍କା ଦେବା ଫଳରେ ଚାଳକଙ୍କ ମୃତ୍ୟୁ ହୋଇଛି ।

Accident News: ଏନଏଚ୍ ୧୬ରେ ପୁଣି ଦୁର୍ଘଟଣା, ଟ୍ରକ ଧକ୍କାରେ ଜଣେ ମୃତ

Accident News: ବାଲେଶ୍ୱର ମଧ୍ୟ ଦେଇ ଯାଇଥିବା ଏନଏଚ୍ ୧୬ ଜାତୀୟ ରାଜପଥରେ ପୁଣି ଏକ ଦୁର୍ଘଟଣା ସାମ୍ନାକୁ ଆସିଛି । ଜଣେ ସାଇକେଲ ଚାଳକଙ୍କୁ କୋଇଲା ବୋଝେଇ ଟ୍ରକ ଧକ୍କା ଦେବା ଫଳରେ ଚାଳକଙ୍କ ମୃତ୍ୟୁ ହୋଇଛି ।

ସୂଚନା ମୁତାବକ, ଆଜି ସକାଳ ସମୟରେ ସାଇକେଲ ଧରି ନିଜ ଗନ୍ତବ୍ୟସ୍ଥଳକୁ ବାହାରିଥିଲେ ଜଣେ ବ୍ୟକ୍ତି । କିନ୍ତୁ ସକାଳର ପ୍ରଥମ ଯାତ୍ରା ତାଙ୍କ ପାଇଁ କାଳ ହୋଇଥିଲା । ବୀପରିତ ଦିଗରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ସାଇକେଲ ଚାଳକଙ୍କୁ ଧକ୍କା ଦେବା ଫରେ ଘଟଣାସ୍ଥମଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟିବା ପରେ ଟ୍ରକ ଡ୍ରାଇଭର ଭୟରେ ଘଟଣାସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରୁଥିଲା । କିନ୍ତୁ ସ୍ଥାନୀୟ ଲୋକେ ତୁରନ୍ତ ଟ୍ରକ୍ ପିଛା କରିବା ସହ ଗାଡିକୁ ଅଟକାଇଥିଲେ । ଏଥିସହିତ ଉଭୟ ଗାଡି ଏବଂ ଚାଳକଙ୍କୁ ପୋଲିସ ଜିମାରେ ଦେଇଥିଲେ । ବର୍ତ୍ତମାନ ପୋଲିସ ଟ୍ରକକୁ ଜବତ କରିବା ସହ ଡ୍ରାଇଭରଙ୍କୁ ପଚରାଉଚରା କରୁଛି । ଅନ୍ୟପଟେ ମୃତବ୍ୟକ୍ତିଙ୍କ ପରିବାର ଲୋକଙ୍କ ସମେତ ସ୍ଥାନୀୟ ଲୋକେ ମୃତକଙ୍କ ଶବକୁ ରାସ୍ତାରେ ରଖି କ୍ଷତିପୂରଣ ଦାବି କରିଛନ୍ତି । ଯାହାଫଳରେ ଜାତୀୟ ରାଜପଥ ୧୬ରେ ଯିବା ଆସିବା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିଲା । ପୋଲିସ ପ୍ରଶାସନ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଛନ୍ତି ।

Also Read- Jupiter Transit 2024: ବୃହସ୍ପତିଙ୍କ ଚଳନ ପ୍ରଭାବରୁ ୩ ରାଶିର ଭାଗ୍ୟ ଉଜ୍ଜ୍ୱଳ

Also Read- Rathayatra 2024: ପୁରୀରେ ପହଞ୍ଚିଲା ରଥଦଉଡ଼ି