ଚାପମୁକ୍ତ ପରୀକ୍ଷା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଆରା ପଦକ୍ଷେପ
Advertisement
Article Detail0/zeeodisha/odisha2126995

ଚାପମୁକ୍ତ ପରୀକ୍ଷା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଆରା ପଦକ୍ଷେପ

Tele MANAS: ଗତ ମଙ୍ଗଳବାର ଅର୍ଥାତ୍ ୨୦ ତାରିଖ ଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା । ଇତି ମଧ୍ଯରେ ମାତୃଭାଷା ଓ ଇଂରାଜୀ ପରୀକ୍ଷା ଶେଷ ହୋଇଛି । ରାଜ୍ୟର ପ୍ରାୟ ୩ ହଜାର ୪୭ଟି କେନ୍ଦ୍ରରେ ପରୀକ୍ଷା କରାଯାଉଛି। 

ଚାପମୁକ୍ତ ପରୀକ୍ଷା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଆରା ପଦକ୍ଷେପ

Tele MANAS: ଗତ ମଙ୍ଗଳବାର ଅର୍ଥାତ୍ ୨୦ ତାରିଖ ଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା । ଇତି ମଧ୍ଯରେ ମାତୃଭାଷା ଓ ଇଂରାଜୀ ପରୀକ୍ଷା ଶେଷ ହୋଇଛି । ରାଜ୍ୟର ପ୍ରାୟ ୩ ହଜାର ୪୭ଟି କେନ୍ଦ୍ରରେ ପରୀକ୍ଷା କରାଯାଉଛି। ତେବେ ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷା ପରିଚାଳନାରେ ଏଆଇ କଣ୍ଟ୍ରୋଲ ରୁମ୍ ର ସହାୟତା ନିଆଯାଇଛି । ଅନ୍ୟପଟେ ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବା ପାଇଁ ସ୍ବାସ୍ଥ୍ୟ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ନିଆରା ପଦକ୍ଷେପ ନିଆଯାଇଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ମାଟ୍ରିକ୍ ପରୀକ୍ଷା ଚାଲୁଥିବା ବେଳେ ଆଗାମୀ ଦିନରେ ଅନ୍ୟ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ତେବେ ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବା ପାଇଁ ଉଭୟ ବିଭାଗ ପକ୍ଷରୁ ମିଳିତ ଭାବେ ଏକ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ଚାପଗ୍ରସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ‘ଟେଲିମାନସ’ ସେବା ଆରମ୍ଭ ହୋଇଛି । ଏନେଇ ବିଭାଗ ପକ୍ଷରୁ ଏକ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ପରୀକ୍ଷା ସମୟରେ ପରୀକ୍ଷାର୍ଥୀ ଚାପଗ୍ରସ୍ତ ଥିଲେ ଏହି ଟ୍ରୋଲ ଫି ନମ୍ବର ୧୪୪୧୬ରେ କଲ୍ କରି ବିଶେଷଜ୍ଞଙ୍କୁ ମତାମତ ନେଇପାରିବେ ।

ସୂଚନା ଥାଉ କି, ପରୀକ୍ଷା ଡର ସହ ଚାପଗସ୍ତ ହୋଇ ଅନେକ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଥିବା ଘଟଣା ସବୁବେଳେ ସାମ୍ନାକୁ ଆସିଥାଏ । ଗତ ଗୁରୁବାର ବ୍ରହ୍ମପୁରର ଜଣେ ଯୁକ୍ତ ୨ ଛାତ୍ର କପି କରି ଧରାପଡ଼ିବା ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେଣୁ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବା ନେଇ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

Also Read- Train Ticket Fare: ଖସିଲା ପାସେଞ୍ଜର ଟ୍ରେନର ଟିକେଟ୍ ମୂଲ୍ୟ, ଏଠାରେ ଦେଖନ୍ତୁ ପୂରା ତାଲିକା

Also Read- Mahashivratri 2024: ପାଖେଇ ଆସୁଛି ଜାଗର, ଏହି ସମୟରେ ଉଠିବ ଲୋକନାଥଙ୍କ ମହାଦୀପ