Odisha News: ସହରରେ ଆତଙ୍କ ଖେଳାଇଥିବା ଗ୍ୟାଙ୍ଗକୁ ଧରିଲା ପୋଲିସ
Advertisement
Article Detail0/zeeodisha/odisha2364567

Odisha News: ସହରରେ ଆତଙ୍କ ଖେଳାଇଥିବା ଗ୍ୟାଙ୍ଗକୁ ଧରିଲା ପୋଲିସ

Odisha News: ଖଣ୍ଡା ତରବାଲ ଧରି ସହରରେ ବୁଲୁଥିଲେ । ରାସ୍ତାରେ ଯାହାକୁ ପାଇଲେ ପିଟିଲେ ହାଣିଲେ । ଆଉ ସହରରୁ ପୋଲିସ ଭୟରେ ଫେରାର ହୋଇଗଲେ । ଆଠ ଦିନ ପରେ ପୋଲିସ ସେମାନଙ୍କୁ ଗୋଡ଼େଇ ଗୋଡ଼େଇ ଧରିଛି। ବାରିପଦା ସହରରେ ଗତ ବୁଧବାର ଆତଙ୍କ ଖେଳି ଯାଇଥିଲା। 

Odisha News: ସହରରେ ଆତଙ୍କ ଖେଳାଇଥିବା ଗ୍ୟାଙ୍ଗକୁ ଧରିଲା ପୋଲିସ

Odisha News: ଖଣ୍ଡା ତରବାଲ ଧରି ସହରରେ ବୁଲୁଥିଲେ । ରାସ୍ତାରେ ଯାହାକୁ ପାଇଲେ ପିଟିଲେ ହାଣିଲେ । ଆଉ ସହରରୁ ପୋଲିସ ଭୟରେ ଫେରାର ହୋଇଗଲେ । ଆଠ ଦିନ ପରେ ପୋଲିସ ସେମାନଙ୍କୁ ଗୋଡ଼େଇ ଗୋଡ଼େଇ ଧରିଛି। ବାରିପଦା ସହରରେ ଗତ ବୁଧବାର ଆତଙ୍କ ଖେଳି ଯାଇଥିଲା। ଦିନ ଦ୍ବିପହରରେ ତିନି ମଟର ସାଇକେଲରେ ତିନି ତିନି ଜଣ କରି ନ ଜଣ ହଠାତ୍ ଖଣ୍ଡା ତଲଓ୍ବାର ଧରି ସହରରେ ବୁଲୁଥିଲେ। ଷ୍ଟେସନ୍ ବଜାର, ବାଲେଶ୍ଵର, ଗୋଲେଇ ,ମଧୁବନ,ପୋଡ଼ାଅସ୍ତିଆ , ଧନପୁର ଛକରେ ଉତ୍ପାତ କରୁଥିଲେ। ରାସ୍ତା ରେ ଯାଆସ କରୁଥିବା ଲୋକଙ୍କୁ ମିଛ ଟାରେ ମାଡ଼ ଗୋଣ୍ଡୋଗଳ କରୁଥିଲେ। ଲୋକେ କିଛି ବୁଝିବା ଆଗରୁ ଏ ଛକ ରୁ ସେ ଛକ ପଳାଇଲେ । ପୋଲିସ ପିସିଆର ମଧ୍ୟ ପହଞ୍ଚିଲା ହେଲେ ଚମ୍ପଟ ମାରିଲେ ଏହି ଯୁବକମାନେ।

ବାରିପଦା ପରି ଶାନ୍ତ ସହରରେ ହଠାତ୍ ଆତଙ୍କିତ ହୋଇଗଲେ ଲୋକେ ପୋଲିସ ନିଷ୍କ୍ରିୟତା ଉପରେ ଦୋଷ ଦେଲେ ଜନ ସାଧାରଣ। ବାରିପଦା ଟାଉନ୍ ଥାନା,ସଦର ଥାନା ଏବଂ ଭଂଜପୁର ଥାନା ପାଇଁ ଚ୍ୟାଲେଞ୍ଜ ଥିଲା ଏହି ଗ୍ୟାଙ୍ଗକୁ ଗିରଫ କରିବା।  ଆଉ ଶେଷରେ ଏହି ଉତ୍ପାତକାରୀ ଯୁବକଙ୍କୁ ଗିରଫ କରିଛି ପୋଲିସ୍ ।ଏ-ମାନେ କୁଆଡେ ସୀମା ପାର ହୋଇ ଗୋପିବହ୍ଲବପୁରରେ ଲୁଚିଥିଲେ । ସେଠାରୁ ଗିରଫ କରି ଆଣିଲା ମୟୁରଭଞ୍ଜ ପୋଲିସ। ବଡ଼ ଆଶ୍ଚର୍ଯ୍ୟ କଥା ହେଲ। ଏ ସବୁ ଯୁବକମାନେ ଉଚ୍ଚ ଶିକ୍ଷିତ ବୋଲି ପୋଲିସ୍ ର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଯୁବକ ଏଭଳି ଉତ୍ପାତ ପଛରେ କ'ଣ ଉଦ୍ଧେଶ୍ୟ ଥିଲା ତାହା ସେମାନଙ୍କୁ ଜଣା । ମୟୁରଭଞ୍ଜ ପୋଲିସ କହିଛି ଏମାନଙ୍କ ନାମରେ କୁଆଡେ ବିଭିନ୍ନ ଥାନାରେ ପୁଳାପୁଳା ମାମଲା ରହିଛି। ପୋଲିସ ଏମାନଙ୍କ ଠାରୁ ଧାରୁଆ ଅସ୍ତ୍ର, ବାଇକ୍ ମୋବାଇଲ ଆଦି ଜବତ କରିଛି। ଗିରଫ ଯୁବକଙ୍କ ନାଁ ରେ ଛିନତାଇ, ଡକାୟତି, ମାରାତ୍ମକ ଆକ୍ରମଣ, ସରକାରୀ କାର୍ଯ୍ୟରେ ବାଧା ପରି ଅନେକ ସଙ୍ଗିନୀ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛି।