Puri News: ଭଙ୍ଗା ହେବ ସି-ରୋଜ୍ ଆପାଟମେଣ୍ଟର ଅଷ୍ଟମ-ନବମ ଓ ଦଶମ ମହଲା, ବେଆଇନ ନିର୍ମାଣ ନେଇ ହୋଇଛି ୯୦ ଲକ୍ଷ ଜୋରିମାନା
Advertisement
Article Detail0/zeeodisha/odisha2381746

Puri News: ଭଙ୍ଗା ହେବ ସି-ରୋଜ୍ ଆପାଟମେଣ୍ଟର ଅଷ୍ଟମ-ନବମ ଓ ଦଶମ ମହଲା, ବେଆଇନ ନିର୍ମାଣ ନେଇ ହୋଇଛି ୯୦ ଲକ୍ଷ ଜୋରିମାନା

Puri News: ଜଣେ ଅସାଧୁ ରିଏଲକନ୍ ବ୍ଯବସାୟୀଙ୍କୁ  ବଡଧରଣର ଝଟକା। ବେଆଇନ ନିର୍ମାଣ ନେଇ ହୋଇଛି ୯୦ ଲକ୍ଷ ଜୋରିମାନା ଆଉ ଭାଙ୍ଗିବ ଦଶ ମହଲାର ଉପର ତିନି ମହଲା। ତେବେ ଅନୁମତି ନଥାଇ ପୁରୀ ସିପସରୁବାଲି ମୌଜାର ନୂଆ ମେରାଇନ ଡ୍ରାଇଭ ରୋଡର ଷ୍ଟର୍ଲିନ ରେସର୍ଟ ନିକଟରେ ନିର୍ମାଣ କରିଛି ସୁଉଚ୍ଚ ୧୦ ମହଲା ଯୁକ୍ତ  ସି-ରୋଜ୍ ଆପାର୍ଟମେଣ୍ଟ। 

Puri News: ଭଙ୍ଗା ହେବ ସି-ରୋଜ୍ ଆପାଟମେଣ୍ଟର  ଅଷ୍ଟମ-ନବମ ଓ ଦଶମ ମହଲା, ବେଆଇନ ନିର୍ମାଣ ନେଇ ହୋଇଛି ୯୦ ଲକ୍ଷ ଜୋରିମାନା

Puri News: ଜଣେ ଅସାଧୁ ରିଏଲକନ୍ ବ୍ଯବସାୟୀଙ୍କୁ  ବଡଧରଣର ଝଟକା। ବେଆଇନ ନିର୍ମାଣ ନେଇ ହୋଇଛି ୯୦ ଲକ୍ଷ ଜୋରିମାନା ଆଉ ଭାଙ୍ଗିବ ଦଶ ମହଲାର ଉପର ତିନି ମହଲା। ତେବେ ଅନୁମତି ନଥାଇ ପୁରୀ ସିପସରୁବାଲି ମୌଜାର ନୂଆ ମେରାଇନ ଡ୍ରାଇଭ ରୋଡର ଷ୍ଟର୍ଲିନ ରେସର୍ଟ ନିକଟରେ ନିର୍ମାଣ କରିଛି ସୁଉଚ୍ଚ ୧୦ ମହଲା ଯୁକ୍ତ  ସି-ରୋଜ୍ ଆପାର୍ଟମେଣ୍ଟ। ୭ ମହଲା ଆପାର୍ଟମେଣ୍ଟ ନିର୍ମାଣ କରିବାକୁ ଆଣିଥିଲା ଅନୁମତି। ହେଲେ ଆଇନକୁ ଫୁ କରି ଭୁବନେଶ୍ୱରର ଇଭୋସ୍ ବିଲ୍ଡକନ୍ ପ୍ରାଇଭେଟ୍ ଲିମିଟେଡ୍  (EVOS BUILDCON PVT LTD) ନିର୍ମାଣ କରିଛି ୧୦ମହଲା ଆପାର୍ଟମେଣ୍ଟ। କେବଳ ଏତିକିରେ ଅଟକି ନାହିଁ ସଂପୃକ୍ତ ଠକ  ବ୍ଯୁଲଡର ସଂସ୍ଥା। କମ୍ପ୍ଲିସନ ପ୍ରମାଣପତ୍ର ନପାଇ ଏହି ବେଆଇନ ନିର୍ମାଣ ହୋଇଥିବା ୧୦ମହଲା କୋଠାର ଅଧିକାଂଶ ଫ୍ଲାଟ୍ ବିକ୍ରି କରାଯାଇଛି। ଆଉ  ଏଭଳି ଅଭିଯୋଗ ଉପରେ ଭୁବନେଶ୍ୱରର ଇଭୋସ୍ ବିଲ୍ଡକନ୍ ପ୍ରାଇଭେଟ୍ ଲିମିଟେଡ୍  (EVOS BUILDCON PVT LTD) ଫ୍ଲାଟ୍ ବ୍ଯବସାୟୀକୁର ଲାଗିଛି ଓରେରାର ବିରାଟ ଛାଟ। କୁଆଡେ ଯିବ ଏହି  ଠକ ସଂସ୍ଥା ଭୁବନେଶ୍ୱରର  EVOS BUILDCON PVT LTD। ଏହି ବେଆଇନ ନିର୍ମାଣର ପୋଲ ଖୋଲିଛନ୍ତି ପୁରୀ ବିକାଶ ପରିଷଦର ସଭାପତି ଜଗନ୍ନାଥ ବସ୍ତିଆ। 

ଓରେରାରେ କରିଛନ୍ତି ଅଭିଯୋଗ। ଆଉ ଏହି ଅଭିଯୋଗକାରଙ୍କ ଅଭିଯୋଗ,ପିକେଡିଏର ତଦନ୍ତ ରିପୋର୍ଟ ଓ  ସମ୍ପୃକ୍ତ  ଭୁବନେଶ୍ୱରର  ଇଭୋସ୍ ବିଲ୍ଡକନ୍ ପ୍ରାଇଭେଟ୍ ଲିମିଟେଡ୍ (EVOS BUILDCON PVT LTD)ର ଯୁକ୍ତି ଶୁଣିବା ପରେ ଓରେରା ଦେଇଛନ୍ତି ଏକ ଐତିହାସିକ ରାୟ। ବେଆଇନ ଭାବେ ନିର୍ମାଣ କରିଥିବା ଏହି ଅସାଧୁ  ଫ୍ଲାଟ୍ ବ୍ଯବସାୟୀଙ୍କ ଉପରେ ହୋଇଛି ୯୦ଲକ୍ଷ ଟଙ୍କାର ଜୋରିମାନା । ଗୋଟିଏ ଆପାର୍ଟମେଣ୍ଟ ସଂସ୍ଥା ଉପରେ ଏତେ ଟଙ୍କା ଜୋରିମାନା ଓଡିଶାରେ ପ୍ରଥମ ବୋଲି କହିଲେ ଅଭିଯୋଗ କାରୀ। ସେପଟେ କେବଳ ସେତିକି ନୁହେଁ ଏଥିସହିତ ବେଆଇନ ନିର୍ମାଣ କରିଥିବା ୧୦ମହଲା କୋଠାର  ୮ମ,୯ମ ଓ ୧୦ମ ମହଲା ଉଚ୍ଛେଦ କରିବା ପାଇଁ କୋର୍ଟ ପିକେଡିଏକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ପୁରୀ ବିକାଶ ପରିଷଦର ସଭାପତି ।

ସେପଟେ  କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଏହି ୧୦ମହଲା ଯୁକ୍ତ ସି-ରୋଜ୍ ଆପାର୍ଟମେଣ୍ଟର ବେଆଇନ ନିର୍ମାଣ ୮ମ,୯ମ ଓ ୧୦ମ ମହଲାର ଉଚ୍ଛେଦ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ପିକେଡିଏ। ଏଥିପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ୍। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦୁଇମାସ ମଧ୍ୟରେ ଭଙ୍ଗାଯିବ।  ୧୦ମହଲା ଯୁକ୍ତ  ସି-ରୋଜ୍ ଆପାର୍ଟମେଣ୍ଟର  ୮ମ,୯ମ ଓ ୧୦ମ  ୭ମହଲାର ଉଚ୍ଛେଦ ସମୟରେ ଯେଭଳି ପ୍ରଥମରୁ ୭ ମହଲା ଉପରେ କୌଣସି ପ୍ରଭାବ ନପଡେ । ସେଥିପାଇଁ ଯତ୍ନବାନ ହେବାକୁ କୋର୍ଟ ପରାମର୍ଶ ଦେଇଛନ୍ତି। ଏଣୁ ଉପର ତିନି ମହଲା ଭାଙ୍ଗିବା ପାଇଁ ଟେକ୍ନିକାଲ ସମସ୍ଯା ରହିଛି। 

ସେପଟେ ସମସ୍ତ କ୍ଲିୟରାନସ ନନେଇ ଉଚ୍ଛେଦ ହେବାକୁ ଥିବା ଉପର ତିନିମହଲାରେ ଅନେକ ଫ୍ଲାଟ୍ ବିକ୍ରି କରାଯାଇଥିବା ଜଣାପଡିଛି। ତେବେ ଗ୍ରାହକ ମାନଙ୍କୁ  କମ୍ପ୍ଲିସନ ସାର୍ଟିଫିକେଟ ନଦେଇ ଫ୍ଲାଟ୍ ବିକ୍ରି କରିବା ବେଆଇନ। ଆପାର୍ଟମେଣ୍ଟ ଗୃହନିର୍ମାଣ ନକ୍ସା ଅନୁମୋଦନ ହେବା ପରେ ବିକ୍ରି ହେବାର ପ୍ରାବଧାନ ରହିଛି। ବିକ୍ରି ପୂର୍ବରୁ ଆକ୍ଯୁପେନ୍ସି ଏବଂ କମ୍ପ୍ଲିସନ ସାର୍ଟିଫିକେଟ ଦେବା କଥା। ଯେଉଁମାନେ କିଣୁଛନ୍ତି ସେମାନେ ମଧ୍ୟ ଏସବୁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ତେବେ  ୧୦ମହଲା ପାଇଁ ସେଠାରେ ଏୟାରପୋର୍ଟ ଅଥୋରୋର୍ଟିଙ୍କ ଅନୁମତି ନନେଇ ବେଆଇନ ନିର୍ମାଣ କରିଥିଲା ସି-ରୋଜ ଆପାର୍ଟମେଣ୍ଟ କମ୍ପାନୀ। ଦୁଇମାସ ମଧ୍ୟରେ ବେଆଇନ ନିର୍ମାଣର ଉଚ୍ଛେଦ ହେବ। ପୁରୀ ଅଞ୍ଚଳରେ ଏକାଧିକ ବେଆଇନ ନିର୍ମାଣ ଘଟଣା ସାମ୍ନାକୁ ଆସୁଥିବାରୁ  ଏଥିପାଇଁ ସ୍ୱତନ୍ତ୍ର ସ୍କ୍ୱଡ୍ ଗଠନ କରାଯାଇଛି ବୋଲି କହିଛନ୍ତି ପିକେଡିଏ ସେକ୍ରେଟାରୀ। କେବେ ଉଚ୍ଛେଦ ହେବ ଏହି  ବେଆଇନ ଆପାର୍ଟମେଣ୍ଟର ଉପର ତିନି ମହଲା  ।  ଆଉ ଆଦାୟ ହେବ ୯୦ ଲକ୍ଷ ଟଙ୍କାର ଜୋରିମାନା। ତାହା ଉପରେ ରହିଛି ସମସ୍ତଙ୍କ ନଜର।