ମୟୂରଭଞ୍ଜରେ ଚର୍ଚ୍ଚା, ଏକାଥରେ ଅସୁସ୍ଥ ହେଲେ ୨୪୦ ଶିକ୍ଷକ !
Advertisement
Article Detail0/zeeodisha/odisha2148246

ମୟୂରଭଞ୍ଜରେ ଚର୍ଚ୍ଚା, ଏକାଥରେ ଅସୁସ୍ଥ ହେଲେ ୨୪୦ ଶିକ୍ଷକ !

ଏକାଥରେ ଅସୁସ୍ଥ ହୋଇପଡିଛନ୍ତି ଜିଲ୍ଲାର ୨୪୦ ଜଣ ଶିକ୍ଷକ । ବିଭିନ୍ନ ଶିକ୍ଷକଙ୍କୁ ହୋଇଛି ବିଭିନ୍ନ ପ୍ରକାରର ରୋଗ । ରୋଗରେ ଆକ୍ରାନ୍ତ କାରଣରୁ ସେମାନେ ନିଜ ଘର ପାଖ ସ୍କୁଲ୍ ତଥା ପାଖ ସ୍କୁଲକୁ ବଦଳି କରିବା ପାଇଁ ଶିକ୍ଷା ବିଭାଗକୁ ଆବେଦନ କରିଛନ୍ତି । ଶିକ୍ଷା ବିଭାଗ ପାଖରେ ବର୍ତ୍ତମାନ ଶତାଧିକ ବଦଳି ଆବେଦନ ପତ୍ର ପଡିଥିବା ସୂଚନା ମିଳିଛି ।

ମୟୂରଭଞ୍ଜରେ ଚର୍ଚ୍ଚା, ଏକାଥରେ ଅସୁସ୍ଥ ହେଲେ ୨୪୦ ଶିକ୍ଷକ !

ମୟୂରଭଞ୍ଜ: ଏକାଥରେ ଅସୁସ୍ଥ ହୋଇପଡିଛନ୍ତି ଜିଲ୍ଲାର ୨୪୦ ଜଣ ଶିକ୍ଷକ । ବିଭିନ୍ନ ଶିକ୍ଷକଙ୍କୁ ହୋଇଛି ବିଭିନ୍ନ ପ୍ରକାରର ରୋଗ । ରୋଗରେ ଆକ୍ରାନ୍ତ କାରଣରୁ ସେମାନେ ନିଜ ଘର ପାଖ ସ୍କୁଲ୍ ତଥା ପାଖ ସ୍କୁଲକୁ ବଦଳି କରିବା ପାଇଁ ଶିକ୍ଷା ବିଭାଗକୁ ଆବେଦନ କରିଛନ୍ତି । ଶିକ୍ଷା ବିଭାଗ ପାଖରେ ବର୍ତ୍ତମାନ ଶତାଧିକ ବଦଳି ଆବେଦନ ପତ୍ର ପଡିଥିବା ସୂଚନା ମିଳିଛି ।

ମୟୁରଭଞ୍ଜ ଜିଲ୍ଲା ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଜିଲ୍ଲା ହୋଇଥିବା ସମୟରେ ଶିକ୍ଷାମନ୍ତ୍ରୀରେ ଏପରି ଘଟଣା ସର୍ବସମ୍ମୁଖକୁ ଆସିବା ପରେ ସାଧାରଣରେ ବେଶ୍ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଗଲାଣି । ତେବେ ସତରେ ରୋଗ ହୋଇଛି ନାଁ ଅନ୍ୟ କୌଣସି କାରଣରୁ ଶିକ୍ଷକମାନେ ବାହାନା କରି ବଦଳି ପାଇଁ ଆବେଦନ କରିଛନ୍ତି ସେନେଇ ସନ୍ଦେହ ପ୍ରକାଶ ପାଇଛି । ଅନ୍ୟପଟେ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକଙ୍କ ତାଲିକା ସ୍ୱାସ୍ଥ୍ୟ ବିଭାଗକୁ ପଠାଯାଇଛି । ପରବର୍ତ୍ତୀ ସମୟରେ ବଦଳି ପାଇଁ ଶିକ୍ଷକମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହୋଇପାରେ କିମ୍ୱା ମେଡିକାଲ୍ ସାର୍ଟିଫିକେଟ୍ ଆବଶ୍ୟକ ହୋଇପାରେ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି । କିଛି ଶିକ୍ଷକଙ୍କ ସମସ୍ୟା ସତ ହୋଇଥାଇପାରେ କିନ୍ତୁ ଏକା ସମୟରେ ୨୪୦ ଶିକ୍ଷକଙ୍କ ଦେହ ଖରାପ ଖବର ଅବିଶ୍ୱସନୀୟ । ଗୋଟିଏ ବ୍ଲକ୍ ବିଶୋଇରୁ ୨୨ ଜଣ ଶିକ୍ଷକ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ବଦଳି ପାଇଁ ନିବେଦନ କରିଛନ୍ତି । ତେଣୁ ସ୍ୱାସ୍ଥ୍ୟ ବିଭାଗ ଯାଞ୍ଚ କରିବା ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ପୁର୍ଣ୍ଣଚନ୍ଦ୍ର ସେଠୀ ।

Also Read- Crime News: ଯାଜପୁର ଯମଧର ରାସ୍ତାରେ ଚାଞ୍ଚଲ୍ୟ, ବୃଦ୍ଧଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ

Also Read- ଖୋଲିଲା ବିଶ୍ୱର ସବୁଠୁ ଲମ୍ବା ଟନେଲ, ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ