Paradeep News: ଜାହାଜରୁ ମିଳିଲା ୨୪ଟି ସନ୍ଦେହ ଜନକ ପ୍ୟାକଟ୍
Advertisement
Article Detail0/zeeodisha/odisha1987364

Paradeep News: ଜାହାଜରୁ ମିଳିଲା ୨୪ଟି ସନ୍ଦେହ ଜନକ ପ୍ୟାକଟ୍

Paradeep News: ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ଲାଗିଥିବା ଏକ ଜାହାଜ ରୁ ସନ୍ଦେହ ଜନକ ୨୪ଟି ପ୍ୟାକଟ୍ ଜବତ ହୋଇଛି । ଏହି ପ୍ୟାକଟ୍ ଗୁଡିକୁ ଜବତ କରିଛି କଷ୍ଟମ ବିଭାଗ। ଗତକାଲି ବିଳମ୍ବିତ ରାତିରେ ଇଣ୍ଡୋନେସିଆ ରୁ ଆସିଥିବା ଜାହାଜ ''ଏମ୍.ଭି.ଦେବୀ'' ପାରାଦୀପ ର ପି.ଆଇ. ସି.ଟି ଟର୍ମିନାଲ୍ ରେ ଆଙ୍କରିଂ କରିଥିବା ବେଳେ ଜାହାଜ କ୍ରେନ୍ ଅପରେଟର ଚ୍ୟାମ୍ବରରେ ଛୋଟ ଛୋଟ ୮ଟି ପ୍ୟାକଟ୍ ଗତକାଲି ବିଳମ୍ବିତ ରାତିରେ ଜଵତ କରିଥିଲା କଷ୍ଟମ ବିଭାଗ। 

Paradeep News: ଜାହାଜରୁ ମିଳିଲା  ୨୪ଟି  ସନ୍ଦେହ ଜନକ ପ୍ୟାକଟ୍

Paradeep News: (ନାରାୟଣ ବେହେରା, ପାରାଦୀପ) : ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ଲାଗିଥିବା ଏକ ଜାହାଜ ରୁ ସନ୍ଦେହ ଜନକ ୨୪ଟି ପ୍ୟାକଟ୍ ଜବତ ହୋଇଛି । ଏହି ପ୍ୟାକଟ୍ ଗୁଡିକୁ ଜବତ କରିଛି କଷ୍ଟମ ବିଭାଗ। ଗତକାଲି ବିଳମ୍ବିତ ରାତିରେ ଇଣ୍ଡୋନେସିଆ ରୁ ଆସିଥିବା ଜାହାଜ ''ଏମ୍.ଭି.ଦେବୀ'' ପାରାଦୀପ ର ପି.ଆଇ. ସି.ଟି ଟର୍ମିନାଲ୍ ରେ ଆଙ୍କରିଂ କରିଥିବା ବେଳେ ଜାହାଜ କ୍ରେନ୍ ଅପରେଟର ଚ୍ୟାମ୍ବରରେ ଛୋଟ ଛୋଟ ୮ଟି ପ୍ୟାକଟ୍ ଗତକାଲି ବିଳମ୍ବିତ ରାତିରେ ଜଵତ କରିଥିଲା କଷ୍ଟମ ବିଭାଗ। 

ତେବେ ସେହି ସବୁ ପ୍ୟାକଟ୍ ର ଓଜନ ପ୍ରାୟ ୫ କେଜିରୁ ଉର୍ଦ୍ଧ ହୋଇଥିବା ବେଳେ ସେଥିରେ କିଛି ନିଶା ଦ୍ରବ୍ଯ ଥାଇପାରେ ବୋଲି ଅନୁମାନ କରା ଯାଉଛି। ତେବେ ସେହି ଦ୍ରବ୍ୟ ଗୁଡିକ ବ୍ରାଉନ୍ ସୁଗାର ବୋଲି ସନ୍ଦେହ କରାଯାଉଥିବା ବେଳେ କଷ୍ଟମ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ତେବେ ଜାହାଜ ଟି ପାରାଦୀପ ରୁ ପଣ୍ୟ ନେଇ ଡେନମାର୍କ ଯିବାକୁ ଥିବା ବେଳେ ସନ୍ଦେହ ଜନକ ପ୍ୟାକଟ୍ ଗୁଡିକୁ କଷ୍ଟମ ବିଭାଗ ଜବତ କରିବା ପରେ ଜାହାଜ କୁ ତନତନ କରି ଯାଞ୍ଚ କରା ଯାଉଥିବା ଜଣାପଡିଛି। ତେବେ ବର୍ତ୍ତମାନ ସୁଧା ଯାଞ୍ଚ ସମୟରେ ପ୍ରାୟ ୨୨ଟ ପ୍ୟାକେଟ୍ ଜବତ ହୋଇଥିବା ସୂଚନା ମିଳିଛି। 

ତେବେ ଏହା ଯାଞ୍ଚ ସମୟ ବୃଦ୍ଧି ପାଉଥିବା ବେଳେ ଏବେବି ଯାଞ୍ଚ ଜାରି ରହିଛି। ତେବେ ଗୋଟିଏ ଦେଶରୁ ଅନ୍ୟ ଏକ ଦେଶକୁ ଏହି ରାସ୍ତା ଦେଇ ଚାଲାଣ ହେଉଥିବା ପ୍ୟାକଟ୍ ଗୁଡିକ ଖୋଲା ହୋଇଥିବା ବେଳେ ଧଳା ରଙ୍ଗର ପାଉଡର୍ ଗୁଡିକୁ ନେଇ କିଛି ନିଶାଦ୍ରବ୍ୟ ଥାଇପାରେ ବୋଲି ଅନୁମାନ କରାଯାଉଛି। ଯାହାକି ଏହି ପାଉଡର୍ ପ୍ୟାକଟ୍ ଗୁଡିକ ଯାଞ୍ଚ କରିବା ପାଇଁ ଭୂବନେଶ୍ୱର ରୁ ଏକ କଷ୍ଟମ ବିଭାଗର ଟିମ୍ ଆସୁଥିବା ଜଣାପଡିଛି। ତେବେ ଏହି ଯାଞ୍ଚ ସମୟରେ ଜାହାଜରେ ଥିବା ସମସ୍ତ ନାବିକ ମାନଙ୍କୁ ଜାହାଜ ରୁ ଓହ୍ଲାଇ ଦିଆ ଯାଇଥିବା ଜଣାପଡିଛି।