Odisha News: ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୭୦ଲକ୍ଷ ଟଙ୍କାର ସୁନା
Advertisement
Article Detail0/zeeodisha/odisha2268760

Odisha News: ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୭୦ଲକ୍ଷ ଟଙ୍କାର ସୁନା

Odisha News: ପୁଣି ଜଗନ୍ନାଥଙ୍କ ପ୍ରତି ଭକ୍ତିଭାବର ପୁଣିଥରେ ଅନନ୍ୟ ଉଦାହରଣ ଦେଇଛନ୍ତି ଭକ୍ତ । ପୁରୀ ଶ୍ରୀମନ୍ଦିର ହୁଣ୍ଡିରୁ ୧ କେଜି ୮୦୦ ମିଲିଗ୍ରାମ ସୁନା ମିଳିଛି । କେହି ଭକ୍ତ ଶ୍ରୀମନ୍ଦିର ନାଟମଣ୍ଡପ ହୁଣ୍ଡିରେ ଏହି ସୁନା ପକାଇଛନ୍ତି। ଯାହାର ପ୍ରାୟ ଆନୁମାନିକ ମୂଲ୍ୟ ୭୦ଲକ୍ଷ ଟଙ୍କା ହେବ। ତେବେ ଏହା ଅଳଙ୍କାର ଆକାରରେ ପଡ଼ିଛି କି ସୁନା ଖଣ୍ଡ ହିସାବରେ ପଡ଼ିଛି ତାହା ସ୍ପଷ୍ଟ ହୋଇନାହିଁ। 

Odisha News: ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୭୦ଲକ୍ଷ ଟଙ୍କାର ସୁନା

Odisha News: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା ଅପାର। ସନାତନ ଧର୍ମାବଲମ୍ବୀ ମାନେ ମହାପ୍ରଭୁଙ୍କୁ ଜୀବନ୍ତ ଠାକୁର ବୋଲି ମାନନ୍ତି। ତେବେ ଅନେକ ସମୟରେ କେହିକେହି ଭକ୍ତ ମହାପ୍ରଭୁଙ୍କୁ ନିଜର ସିଂହଭାଗ ସମ୍ପତ୍ତି ମହାପ୍ରଭୁଙ୍କୁ ଦାନ କରିବାର ନଜିର ରହିଛି। କେତେବେଳେ ପଞ୍ଜାବର ରାଜା ରଣଜିତ ସିଂ ମହାପ୍ରଭୁଙ୍କୁ କୋହିନୂର ହୀରା ଭଳି ଏକ ଦୁର୍ମୁଲ୍ଯ ପଦାର୍ଥ ଦାନ କରି ଉଦାହରଣ ସୃଷ୍ଟି କରିଥିଲେ। ଆଉ ଏବେବି ଭକ୍ତମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୂନାରୂପା,ଗହଣା, ଜମିବାଡ଼ି ,ଟଙ୍କା ଆଦି ଦାନ କରୁଛନ୍ତି। ତେବେ ପୁଣି ଜଗନ୍ନାଥଙ୍କ ପ୍ରତି ଭକ୍ତିଭାବର ପୁଣିଥରେ ଅନନ୍ୟ ଉଦାହରଣ ଦେଇଛନ୍ତି ଭକ୍ତ । ପୁରୀ ଶ୍ରୀମନ୍ଦିର ହୁଣ୍ଡିରୁ ୧ କେଜି ୮୦୦ ମିଲିଗ୍ରାମ ସୁନା ମିଳିଛି । କେହି ଭକ୍ତ ଶ୍ରୀମନ୍ଦିର ନାଟମଣ୍ଡପ ହୁଣ୍ଡିରେ ଏହି ସୁନା ପକାଇଛନ୍ତି। ଯାହାର ପ୍ରାୟ ଆନୁମାନିକ ମୂଲ୍ୟ ୭୦ଲକ୍ଷ ଟଙ୍କା ହେବ। ତେବେ ଏହା ଅଳଙ୍କାର ଆକାରରେ ପଡ଼ିଛି କି ସୁନା ଖଣ୍ଡ ହିସାବରେ ପଡ଼ିଛି ତାହା ସ୍ପଷ୍ଟ ହୋଇନାହିଁ। 

ତେବେ ଏତେ ପରିମାଣର ସୁନା ହୁଣ୍ଡିରୁ ମିଳିବା ପରେ ମହାପ୍ରଭୁଙ୍କ ପ୍ରତି ଭକ୍ତର ସମର୍ପଣ ଭାବର ଉଦାହରଣ ସୃଷ୍ଟି ହୋଇଛି। ତେବେ ଏହା ପୂର୍ବରୁ ୨୦୨୩ ନଭେମ୍ବର ୧୮ ତାରିଖରେ ଶ୍ରୀମନ୍ଦିର ହୁଣ୍ଡିରୁ ୨୨ ଲକ୍ଷ ୩୪ହଜାର ୫୨୮ ଟଙ୍କା ମିଳିଥିଲା। ଯାହା ଦ୍ଵିତୀୟ ସର୍ବାଧିକ ରେକର୍ଡ ବୋଲି ଶୁଣିବାକୁ ମିଳିଥିଲା । ଗଣତି ବେଳେ ବହୁ ୫ଶହ ଟଙ୍କିଆ ବଣ୍ଡଲ୍ ମିଳିଥିଲା। ଏଥିସହ ୫.୬୦୦ ଗ୍ରାମ ସୁନା ଓ ୨୩୬.୭୦୦ ଗ୍ରାମ ରୁପା ମିଳିଥିଲା। ସେହିଭଳି ୨୦୨୧ ନଭେମ୍ବର ୧୨ ତାରିଖ ପବିତ୍ର ଅଁଳା ନବମୀରେ ଶ୍ରୀମନ୍ଦିର ନାଟମଣ୍ଡପ ଦାନହୁଣ୍ଡିରୁ ରେକର୍ଡ଼ ପରିମାଣ ଟଙ୍କା ମିଳିଥିଲା । ଦିନକରେ ୨୮ ଲକ୍ଷ ୧୦ହଜାର ୬୯୧ ଟଙ୍କା ସହ ୫୫୦ ମିଲିଗ୍ରାମ ସୁନା ଓ ୬୧.୭୦୦ ଗ୍ରାମ ରୁପା ଦାନ ମିଳିଥିଲା । କୋଭିଡ୍ ଭିତରେ ଏତେ ପରିମାଣର ଟଙ୍କା ଶ୍ରୀମନ୍ଦିର ହୁଣ୍ଡିରୁ ମିଳିବା ସେ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

୨୦୨୩ରେ ୨୨.୩୪ ଲକ୍ଷ ଓ ୨୦୨୧ରେ ୨୮.୧୦ ଲକ୍ଷ ଟଙ୍କା ମିଳିଥିଲା।ପ୍ରତିଦିନ ଭଳି ଗତ ୨୮ତାରିଖ ଅପରାହ୍ନରେ ଶ୍ରୀମନ୍ଦିର ନାଟମଣ୍ଡପ ହୁଣ୍ଡି ଗଣତି ପରେ ଏଥିରୁ ୧କେଜି ୮୦୦ ମିଲିଗ୍ରାମ ସୁନା ମିଳିଥିଲା । ସେହିଭଳି ୬ଲକ୍ଷ ୨୮ହଜାର ୨୩୭ ଟଙ୍କା ଓ ୧ ଗ୍ରାମ ୨ଶହ ମିଲିଗ୍ରାମ ରୁପା ହୁଣ୍ଡିରୁ ମିଳିଥିଲା। ଏତେ ପରିମାଣର ସୁନା ମିଳିବା ଚର୍ଚ୍ଚାର ବିଷୟ ପାଲଟିଛି।