ଓଡ଼ିଶାକୁ ମିଳିବ ୧୦ହଜାର ୫୮୬ କୋଟି ଅନୁଦାନ - ରେଳମନ୍ତ୍ରୀ
Advertisement
Article Detail0/zeeodisha/odisha2351225

ଓଡ଼ିଶାକୁ ମିଳିବ ୧୦ହଜାର ୫୮୬ କୋଟି ଅନୁଦାନ - ରେଳମନ୍ତ୍ରୀ

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୟୁପିଏ ସରକାର ସମୟରେ ବର୍ଷକୁ ୮୩୮ କୋଟି ଟଙ୍କା ମିଳୁଥିବା ସମୟରେ ବର୍ତ୍ତମାନ ତାହା ୧୨ ଗୁଣ ଅଧିକ ମିଳୁଛି । 

ଓଡ଼ିଶାକୁ ମିଳିବ ୧୦ହଜାର ୫୮୬ କୋଟି ଅନୁଦାନ - ରେଳମନ୍ତ୍ରୀ

ଭୁବନେଶ୍ୱର: ରେଳ ପାଇଁ ରାଜ୍ୟକୁ ମିଳିବ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ । ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୟୁପିଏ ସରକାର ସମୟରେ ବର୍ଷକୁ ୮୩୮ କୋଟି ଟଙ୍କା ମିଳୁଥିବା ସମୟରେ ବର୍ତ୍ତମାନ ତାହା ୧୨ ଗୁଣ ଅଧିକ ମିଳୁଛି । ଓଡ଼ିଶାରେ ଶତ ପ୍ରତିଶତ ବିଦ୍ୟୁତ୍‌କରଣ ହୋଇଯାଇଛି। ବର୍ତ୍ତମାନ ବିଭିନ୍ନ ସ୍ଥାନରେ ୪୦ଟି ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ୧୦ ବର୍ଷ ମଧ୍ୟରେ ବିଭିନ୍ନ ସ୍ଥାନରେ ୪୨୭ଟି ଫ୍ଲାଇଓଭର ତଥା ଅଣ୍ଡର ପାସ୍‌ ନିର୍ମାଣ କରାଯାଇଛି । ରାଜ୍ୟର ୫୯ ଷ୍ଟେସନକୁ ଅମୃତଭାରତ ଷ୍ଟେସନରେ ପରିଣତ କରାଯାଉଛି ବୋଲି ରେଳମନ୍ତ୍ରୀ କହିଛନ୍ତି ।

କେଉଁ ଷ୍ଟେସନ ଗୁଡିକ ହେବ ଅମୃତଭାରତ ଷ୍ଟେସନ?
ଅନୁଗୋଳ, ବାଦାମପାହାର, ବଲାଙ୍ଗିର, ବାଲେଶ୍ୱର, ବାଲୁଗାଁ, ବଡବିଲ, ବରଗଡ ରୋଡ, ବାରିପଦା, ବରପାଲି, ବେଲପାହାର, ବେତନୋଟି, ଭଦ୍ରକ, ଭବାନୀପାଟଣା, ଭୁବନେଶ୍ୱର, ନୂଆ ଭୁବନେଶ୍ୱର, ବିମଲାଗଡ, ବ୍ରହ୍ମପୁର, ବ୍ରଜରାଜନଗର, ଛତ୍ରପୁର, କଟକ, ଦାମନଯୋଡ଼ି, ଢେଙ୍କାନାଳ, ଗୁଣୁପୁର, ହରିଶଙ୍କର ରୋଡ, ହିମଗିରି, ହୀରାକୁଦ, ଯାଜପୁର କେନ୍ଦୁଝର ରୋଡ, ଜଳେଶ୍ୱର, ଜରୋଲି, ଜୟପୁର, ଝାରସୁଗୁଡା ଜଙ୍କସନ, ଝାରସୁଗୁଡା ରୋଡ, କଣ୍ଟାବାଞ୍ଝି, କେନ୍ଦୁଝରଗଡ, କେସିଙ୍ଗା, ଖରିଆର ରୋଡ, ଖୋର୍ଦ୍ଧା ରୋଡ ଜଙ୍କସନ, କୋରାପୁଟ ଜଙ୍କସନ, ଲିଙ୍ଗରାଜ ମନ୍ଦିର ରୋଡ, ମଞ୍ଚେଶ୍ୱର, ମେରାମଣ୍ଡଳି, ମୁନିଗୁଡା, ପାନପୋସ, ପାରାଦୀପ, ପାରଳାଖେମୁଣ୍ଡି, ପୁରୀ, ରଘୁନାଥପୁର, ରେଢାଖୋଲ, ରାଇରଙ୍ଗପୁର, ରାୟଗଡା, ରାଉରକେଲା, ସାଖିଗୋପାଳ, ସମ୍ୱଲପୁର, ସମ୍ୱଲପୁର ସିଟି, ସୋର, ତାଳଚେର, ତାଳଚେର ରୋଡ, ଟିଟଲାଗଡ଼ ଜଙ୍କସନ ।

Also Read- Top 10 News Today: ରାସନ କାର୍ଡରୁ ବଞ୍ଚିତ ହେବେ ଅଯୋଗ୍ୟ ହିତାଧିକାରୀ ଖବର ସହ ଅନ୍ୟ ଅପଡେଟ

Also Read- Shukra Gochar 2024: ଶୁକ୍ରଙ୍କ ଚଳନରୁ ଲକ୍ଷ୍ମୀ ନାରାୟଣ ରାଜଯୋଗ, ୫ଟି ରାଶି ପାଇଁ ସୁବର୍ଣ୍ଣ ସମୟ