WTC Final: ଭାରତକୁ ଲାଗିବ ବଡ ଝଟକା, ଅଧୁରା ରହିଯିବ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଖେଳିବାର ସ୍ୱପ୍ନ!
Advertisement

WTC Final: ଭାରତକୁ ଲାଗିବ ବଡ ଝଟକା, ଅଧୁରା ରହିଯିବ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଖେଳିବାର ସ୍ୱପ୍ନ!

WTC Final: ଭାରତୀୟ ଦଳ ଅଷ୍ଟ୍ରେଲିଆକୁ କେବେବି ସୁଯୋଗ ଦେବାକୁ ଚାହିଁବ ନାହିଁ । ଯଦି କଙ୍ଗାରୁ ଦଳ ତୃତୀୟ ଟେଷ୍ଟ ମ୍ୟାଚ୍ ଜିତିନିଏ, ତେବେ ଚତୁର୍ଥ ମ୍ୟାଚ୍ ଭାରତ ପାଇଁ ଆହୁରି କଷ୍ଟସାଧ୍ୟ ହେବ । ଏହା ସମତେ ଚତୃର୍ଥ ଟେଷ୍ଟ ଭାରତ ପାଇଁ କର ବା ମର ମ୍ୟାଚ୍ ପରି ହୋଇଯିବ ।

ସୌ: ସୋସିଆଲ ମିଡିଆ

India v Australia: Indore Test, ବୋର୍ଡର ଗାଭାସ୍କର ଟ୍ରଫିର (Border Gavaskar Trophy) ଅଷ୍ଟ୍ରେଲିଆ (Australia) ବିପକ୍ଷ ସିରିଜଯରେ ଭାରତୀୟ ଦଳ (Team India) କ୍ରମାଗତ ତିନିଟି ମ୍ୟାଚ୍ ଜିତି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ (World Test Championship Final) ଖେଳିବାକୁ ସ୍ୱପ୍ନ ଦେଖିଥିଲା । କିନ୍ତୁ ଇନ୍ଦୋର ଟେଷ୍ଟ (Indore Test) ମ୍ୟାଚକୁ ଜିତିବା ବର୍ତ୍ତମାନ ଭାରତ ପାଇଁ କଷ୍ଟକର ହୋଇପଡିଛି । ଏହି ମ୍ୟାଚରେ ଭାରତର ପ୍ରଦର୍ଶନ ଦେଖିବା ପରେ ଏବେ ଲାଗୁଛି ଯେ ଚତୁର୍ଥ ମ୍ୟାଚରେ ଜଣାପଡିବ ଯେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଖେଳିବ କିମ୍ବା ବାଦ ପଡିବ । 

ତୃତୀୟ ଟେଷ୍ଟ ବିଷୟରେ କହିବାକୁ ଗଲେ ଇନ୍ଦୋରରେ ଟସ୍ ହାରିବା ପରେ ଅଷ୍ଟ୍ରେଲିୟ ଦଳ ପ୍ରଥମେ ବୋଲିଂ କରିଥିଲା । ଭାରତ ନିଜ ପ୍ରଥମ ଇନିଂସରେ ମାତ୍ର ୧୦୯ ରନ୍ ସ୍କୋର କରି ଅଲ ଆଉଟ୍ ହୋଇ ଯାଇଥିଲା ଓ ଦ୍ୱିତୀୟ ଇନିଂସରେ ୧୬୩ ରନ୍ ସ୍କୋର କରିବାରେ ସଫଳ ହୋଇଛି । ଭାରତ ବିପକ୍ଷ ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୯୮ ରନ୍ ସ୍କୋର କରିବା ସହ ୮୮ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିବା ପରେ, ଦ୍ୱିତୀୟ ଇନିଂସରେ ଆଶ୍ଚର୍ଯ୍ୟଜନକ ବୋଲିଂ କରି ଭାରତକୁ ମ୍ୟାଚରେ ପଛକୁ ଠେଲି ଦେଇଛି ​। ଅଭିଜ୍ଞ ନାଥାନ୍ ଲିଅନ୍ ନିଜ ସ୍ପିନ୍ ବୋଲିଂରେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନଙ୍କୁ ଗୋଟିଏ ପରେ ଗୋଟିଏ ଆଉଟ୍ କରି ପ୍ୟାଭଲେନକୁ ପଠାଇ ଦେଇଥିଲେ । ନାଥାନ୍ ଲିଅନ୍ ଅଷ୍ଟ୍ରେଲିଆ ତରଫରୁ ସର୍ବାଧିକ ୮ଟି ୱିକେଟ୍ ନେଇଥିଲେ ।

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପ୍ରବେଶ କରିବା ପାଇଁ ଭାରତୀୟ ଦଳକୁ ଅଷ୍ଟ୍ରେଲିଆ ଠାରୁ ଗୋଟିଏ ଟେଷ୍ଟ ମ୍ୟାଚ୍ ଜିତିବା ଆବଶ୍ୟକ । ଭାରତୀୟ ଦଳ ପ୍ରଥମ ଦୁଇଟି ମ୍ୟାଚ୍ ଜିତିଛି, କିନ୍ତୁ ତୃତୀୟ ମ୍ୟାଚ୍ ପରାଜୟ ଆଡକୁ ଗତି କରୁଛି । ଦ୍ୱିତୀୟ ଇନିଂସରେ ଭାରତ ୧୬୩ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି ଓ ବର୍ତ୍ତମାନ ଅଷ୍ଟ୍ରେଲିଆକୁ ଜିତିବା ପାଇଁ ୭୬ ରନ୍ ଆବଶ୍ୟକ । ବର୍ତ୍ତମନ ଭାରତ ଜିତିବା କଷ୍ଟକର ହୋଇପଡିଛି । 

fallback

ଭାରତୀୟ ଦଳ ଅଷ୍ଟ୍ରେଲିଆକୁ କେବେବି ସୁଯୋଗ ଦେବାକୁ ଚାହିଁବ ନାହିଁ । ଯଦି କଙ୍ଗାରୁ ଦଳ ତୃତୀୟ ଟେଷ୍ଟ ମ୍ୟାଚ୍ ଜିତିନିଏ, ତେବେ ଚତୁର୍ଥ ମ୍ୟାଚ୍ ଭାରତ ପାଇଁ ଆହୁରି କଷ୍ଟସାଧ୍ୟ ହେବ । ଏହା ସମତେ ଚତୃର୍ଥ ଟେଷ୍ଟ ଭାରତ ପାଇଁ କର ବା ମର ମ୍ୟାଚ୍ ପରି ହୋଇଯିବ । ଯଦି ଅଷ୍ଟ୍ରେଲିଆ ମଧ୍ୟ ଅହମ୍ମଦାବାଦ ଟେଷ୍ଟ ମ୍ୟାଚ୍ ଜିତିବାରେ ସଫଳ ହୁଏ, ତେବେ ଟିମ୍ ଇଣ୍ଡିଆର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଖେଳିବାର ସ୍ବପ୍ନ ଅପୂରଣୀୟ ରହିଯିବ ।

ଏହା ବି ପଢ଼ନ୍ତୁ: Jasprit Bumrah: କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର, IPL 2023ରୁ ବାହାର ହେଲେ ଜସପ୍ରୀତ ବୁମ୍ରା!

ଏହା ବି ପଢ଼ନ୍ତୁ: IND VS AUS: ଆଉଟ୍ ପରେ ଶୁଭମନ ଗିଲଙ୍କ ସହ କେ.ଏଲ୍ ରାହୁଲ ମିଳାଇଲେ ହାତ, ଆରମ୍ଭ ହେଲା ବୋବାଲ୍, ଜାଣନ୍ତୁ ମାମଲା?